- ହତ୍ୟା ଉଦ୍ୟମ ବିଫଳ, ଯୁବକଙ୍କୁ ନିସ୍ତୁକ ମାଡ଼ ପରେ ଡାକ୍ତରଖାନାରେ ଭର୍ତ୍ତି
- ପ୍ରସିଦ୍ଧ ଶୁଲିଆ ଯାତ୍ରା ସମାପନ : ବଳି ରକ୍ତରେ ଲାଲ୍ ହେଲା ଶୁଲିଆ ପୀଠ ମାଟି
- ଅଭିଶପ୍ତ ଗାଁ କାଉକୁଣ୍ଡ, ଶିକ୍ଷା,ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ, ଗମନଗମନ ସୁବିଧା ନାହିଁ, ନଦୀ ପାର ପାଇଁ ଜୀବନ ବାଜ...
- ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ୧୦୮ ଆମ୍ବୁଲାନ୍ସ
- ଅସ୍ତ୍ରଶସ୍ତ୍ର ସହ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ହତ୍ୟା ଉଦ୍ୟମ ବିଫଳ, ଯୁବକଙ୍କୁ ନିସ୍ତୁକ ମାଡ଼ ପରେ ଡାକ୍ତରଖାନାରେ ଭର୍ତ୍ତି
ସମ୍ବଲପୁର, ୨୩, ଡିସେମ୍ବର:ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ସ୍ଥିତ ହାଇସ୍କୁଲ ପଡ଼ା ଠାରେ ଜଣେ ଯୁବକ ମଦ୍ୟପ ଅବସ୍ଥା ରେ ଜଣକ ଘରେ ପଶି ଅନ୍ୟ ଜଣେ ଯୁବକଙ୍କୁ ଗାଳିଗୁଲଜ ଓ ହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କ ପରିବାର ଲୋକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି। ସୂଚନା ଅନୁସାରେ ବାମରା ହାଇସ୍କୁଲ ପଡ଼ାର ସିରନି ମହାପାତ୍ରଙ୍କ ପୁଅ ବାଦଲ ମହାପାତ୍ର ଓ ଗୋବିନ୍ଦପୁର ଛକ ର ବିରାଟ ମହାପାତ୍ର ଙ୍କ ମଧ୍ୟରେ ଜମିବାଡ଼ି ବିବାଦ କୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାକୁ କେନ୍ଦ୍ର କରି ରବିବାର ରାତିରେ ହାଇସ୍କୁଲ ପଡ଼ାର ବାବଲୁ ନାଏକ ଅନ୍ୟ କେତେକ ଯୁବକ ଙ୍କ ସହ ମିଶି, ଭୁଜାଲି ଓ ଖଣ୍ଡା ଧରି ବାଦଲ ଙ୍କୁ ଜୀବନ ରେ ମାରିଦେବା ଉଦ୍ଦେଶ୍ୟ ନେଇ ତାଙ୍କ ଘର କୁ ପଶିଯାଇଥିଲେ। ସେଠାରେ ସେ ତାଙ୍କ ପରିବାର ର କେତେକ ମହିଳା ଓ ପୁରୁଷ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁ ଥିବା ବେଳେ ତାଙ୍କ ପରିବାର ସଦସ୍ୟ ମାନେ ରାଗି ଯାଇ ବାବଲୁ କୁ ନିସ୍ତୁକ ମାଡ଼ ମାରିଥିବା ବେଳେ ତାଙ୍କ ଶରୀର ର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଅନ୍ୟ ପଟେ ଏନେଇ ସିରିନି ମହାପାତ୍ର ଙ୍କ ଅଭିଯୋଗ କୁ ଆଧାର କରି ଗୋବିନ୍ଦପୁର ପୋଲିସ ଏକ ମାମଲା ରୁଜୁ କରିଛି। ସେ ବର୍ତମାନ ଚିକିତ୍ସାଧୀନ ଥିବା ବେଳେ ଚିକିତ୍ସା ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ବାବଲୁ ପୂର୍ବରୁ ମଧ୍ୟ ଅନେକ ଆପରାଧିକ ଗତିବିଧି ରେ ଜଡିତ ଥିବା ବେଳେ ତାଙ୍କ ନାମ ରେ ଗୋବିନ୍ଦପୁର ଥାନାରେ ଏକାଧିକ ମାମଲା ରହିଛି। ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା କୁ ନେଇ ଅଞ୍ଚଳ ରେ ଦାବି ହୋଇଛି।