BIG NEWS
ପୀତବାସ ପଣ୍ଡା ହତ୍ୟା ମାମଲା: ବିଜେଡି କହିଲା ରାଜନୈତିକ ଉଦ୍ଦେଶ୍ୟରେ ବିକ୍ରମଙ୍କୁ ଫସାଯାଇଛି
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ

ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ - ବିଜେପି

FMNEWS.IN 23-10-2025
Murder should not be politicized - BJP

(FM News):--ଗତ ୬ ତାରିଖ ଦିନ ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ସଂପର୍କରେ ସୁଚନା ଦେଇ ଆଜି ବ୍ରହ୍ମପୁର ଏସପି ଗଣମାଧ୍ୟମ ସମ୍ମୁଖରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ଅନ୍ୟ ପଟେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ରାଜନୈତିକ ଅପରିପକ୍ୱତାର ପରିଚୟ ପ୍ରଦାନ କରିଛି। ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ରମାନେ ଦର୍ଶାଇଛନ୍ତି ଯେ, ମନ୍ଦିର ଭିତରେ କିଏ, ନା ମୁଁ କଦଳୀ ଖାଇ ନାହିଁ । ନିଜ ଦଳର ଅସାମାଜିକ ତତ୍ୱ ତଥା ଅପରାଧିମାନଙ୍କର ସଂପୃକ୍ତି ସମ୍ବନ୍ଧରେ ନିଜ ସଫେଇ ଦେବା ସହିତ ବିଜେଡି ପ୍ରବକ୍ତାମାନେ ଅନେକ ଗମ୍ଭୀର ଆରୋପ କରିଛନ୍ତି, ଯାହା ତାଙ୍କର ସମ୍ପୂର୍ଣ୍ଣ ଅପରିପକ୍ୱତା ଏବଂ ପିଲାଳିଆମିର ପରିଚୟ ବୋଲି ଡ. ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ। ତଦନ୍ତ ପ୍ରକ୍ରିୟା ଜାରୀ ରହିିଛି ଏବଂ ସମସ୍ତେ ଏହି ନ୍ୟାୟର ପ୍ରକ୍ରିୟାରେ ସହଯୋଗ କରିବା ଉଚିତ । ଅସାମାଜିକ ତତ୍ୱ ତଥା ଅପରାଧିଙ୍କ କୈାଣସି ଜାତି ବା ଧର୍ମ ନାହିଁ । ଯେଉଁମାନଙ୍କ ସମ୍ପୃକ୍ତି ଅଛି ସେମାନେ ତଦନ୍ତ ପରିସରକୁ ଆସିବେ । ସମସ୍ତ ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡବିଧାନ କରିବା ହେଉଛି ମୂଳ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସଠିକ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କୁ ଦଣ୍ଡ ମିଳିବା ସୁନିଶ୍ଚିତ ବୋଲି ଡ.ମହାନ୍ତି କହିଛନ୍ତି ।

ଶାସନରେ ଥିଲାବେଳେ ବିଜୁ ଜନତା ଦଳର ନେତା, ବିଧାୟକ, ମନ୍ତ୍ରୀମାନେ ହତ୍ୟା, ଧର୍ଷଣ, ଅଙ୍ଗ ତସ୍କରୀ ଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିଲେ ଏବଂ ଅପରାଧିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା । ଆଜି ବି ସେ ଅଭ୍ୟାସ ଛାଡି ନାହାନ୍ତି ଏବେ ବି ବିଜେଡି ନେତାମାନେ ରାଜ୍ୟରେ ହତ୍ୟା, ଧର୍ଷଣ ଭଳି ଅପରାଧ ଚଳାଇଛନ୍ତି । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କ ହତ୍ୟା ହେଉଛି ଏହାର ସଦ୍ୟ ଉଦାହରଣ । ସେମାନେ ମନେ ରଖିବା ଉଚିତ ଯେ, ଗତ ୨୪ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଅପରାଧୀମାନଙ୍କ ପ୍ରାଦୁର୍ଭାବ ବଢିଥିଲା । ଅସାମାଜିକ ତତ୍ୱମାନଙ୍କୁ ତତ୍କାଳୀନ ବିଜେଡି ସରକାର ପ୍ରୋତ୍ସାହନ ଦେବା ସହ ରାଜନୀତିରେ ବ୍ୟବହାର କରୁଥିଲେ । ଆଇନଶୃଙ୍ଖଳା କ୍ଷେତ୍ରରେ ଗଞ୍ଜାମ ସବୁବେଳେ ସମ୍ବେଦନଶୀଳ ଜିଲ୍ଲା ହୋଇରହିଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସେହି ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିଲେ ।

ଆଇନଜୀବି ପୀତବାସ ପଣ୍ଡା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୋଲିସ ଯାହା କହିଛି ତାହାକୁ ନ୍ୟାୟାଳୟରେ ପ୍ରମାଣ କରିବାକୁ ପଡିବ । ବିଚାର ପରସରକୁ ସମସ୍ତେ ଆସିବେ । ତଦନ୍ତ ସମୟରେ ଗୋଟିଏ ରାଜନୈତିକ ଦଳ ପକ୍ଷରୁ ଏଭଳି ମନ୍ତବ୍ୟ ଅପରିପକ୍ୱତାର ପରିଚୟ ଦେଉଛି । କେବଳ ଅଭିଯୋଗ କଲେ ହେବ ନାହିଁ । ଯାହା ପାଖରେ ଯାହା ସୂଚନା ଓ ତଥ୍ୟ ଅଛି, ତାହା କୋର୍ଟରେ ଦେଇପାରିବେ । ମାତ୍ର ଏଭଳି ପ୍ରଶ୍ନ କରିବା ସମ୍ପୂର୍ଣ୍ଣ ଅପରିପକ୍ୱତା ଏବଂ ପିଲାଳିଆମିର ପରିଚୟ ବୋଲି ଡ. ମହାନ୍ତି କହିଛନ୍ତି ।

ଆମ ସରକାରରେ ମାତ୍ର ୧୫ ଦିନରେ ପିତବାସ ପଣ୍ଡାଙ୍କ ହତ୍ୟା ଘଟଣାର ସମସ୍ତ ଖୁଲାସା କରିଛି ପୋଲିସ । ହତ୍ୟା ମାମଲାରେ ସମ୍ପୃକ୍ତ ଅପରାଧୀମାନେ ବିଭିନ୍ନ ରାଜ୍ୟରେ ଲୁଚି ରହିଥିବା ବେଳେ ସେମାନଙ୍କୁ ଠାବ କରି ସମୁଦାୟ ୧୨ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇପାରିଛି ପୋଲିସ । ତଦନ୍ତ ଜାରି ରହିଛି ଆଉ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ବହୁତ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛନ୍ତି । ସତ୍ୟକୁ ହଜମ କରିପାରୁନି ବିଜେଡି । ନିଜ ଦଳର ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଓ ଗିରଫ ପରେ ବିଜେଡିର ଚରିତ୍ର ଧରାପଡିଯାଇଛି । ନିଜ ଅପରାଧକୁ ଲୁଚେଇବା ପାଇଁ ଅପଚେଷ୍ଟା ନକରି ପୋଲିସର ତଦନ୍ତକୁ ସହଯୋଗ କରୁ ବିଜେଡି ବୋଲି ଡ. ମହାନ୍ତି କହିଛନ୍ତି । ଏହି ଅବସରରେ ବିଜେପି ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ଓ ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।