- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କଂଟେନରରେ କୋଟିଏ ଟଙ୍କାର ଗଂଜେଇ : ଡ୍ରାଇଭର ଚମ୍ପଟ
ଜୟପୁର - କୋଟିଏ ଟଙ୍କାର ଗଞ୍ଜେଇ ଜବତ। ଟ୍ରେଲର ରେ ହେଉଥିଲା ଗଞେଇ ଚାଲାଣ। ନନ୍ଦପୁର ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଲୁଜିଂ ଚକ ନିକଟ ରେ ଟ୍ରେଲର କୁ ଉପରେ ଭଢ଼ାଉ କରିଥିଲା। ପୁଲିସ କୁ ଦେଖି ଡ୍ରାଇବର୍ ଫେରାର। ଟ୍ରେଲର ଗାଡ଼ି ସହ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ। ସ୍ଥାନୀୟ ନନ୍ଦପୁର ଅଂଚଳ ରୁ ରାଜସ୍ଥାନ କୁ ହେଉଥିଲା ଗଞେଇ ଚୋରାଚାଲାଣ।୧୦୫୪ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଚି ନନ୍ଦପୁର ପୁଲିସ।
କୋରାପୁଟ ଜିଲ୍ଲା ଜଲାପୁଟରୁ ରାଜସ୍ଥାନକୁ ଚାଲାଣ କରାଯାଉ ଥିଲା ଗଞ୍ଜେଇ । ପୋଲିସକୁ ମିଳିଗଲା ସୁରାକ । କଂଟେନର ଗାଡ଼ିକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ନନ୍ଦପୁର ପୋଲିସ କୁ ମିଳିଲା ସଫଳତା। ନନ୍ଦପୁର ନିକଟ ଲୁକିଂ ଛକ ନିକରେ କଂଟେନର ଗାଡ଼ି ଟି ପହଂଚିବା କ୍ଷଣି ପୋଲିସ ଗାଡ଼ିକୁ ଅଟକାଇ ଥିଲା । ହେଲେ ପୋଲିସକୁ ଦେଖି ଧରା ପଡ଼ିଯିବା ଭୟରେ ଗାଡ଼ିକୁ ଛାଡ଼ି ଖସି ପଳାଇଲା ଡ୍ରାଇଭର । ଗାଡ଼ିକୁ ଯାଂଚ କରିବାରେ ବସ୍ତା ବସ୍ତା ଗଞ୍ଜେଇ ଥିବା ଦେଖିବାକୁ ମିଳିଲା । ଏକ ଟନ୍ରୁ ଉଦ୍ଧ ଗଂଜେଇ ଜବତ କରିଛି । ଏହା ସହ ଗାଡ଼ିରେ ଥୂବା ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୋଲିସ।
ସୂଚନା ଅନୁଯାୟୀ ଏକ ବିଶେଷ ସୂତ୍ରରୁ ସୂଚନା ପାଇ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏ ଏକ ଟିମ୍ । ଏହି ସମୟରେ ଜଲାପୁଟ ପୁଟ ଅଂଚଳରୁ ଏ ହାଇୱା କଂଟେନରକୁ ଆସିଥିଲା । ଗାଡ଼ିକୁ ଯାଂଚ କରିବାରୁ ପ୍ରଥମେ କିଛି ମିଳିନଥିଲା। ପରେ ପୋଲିସକୁ ଚକମା ଦେବା ପାଇ ଗାଡ଼ି ରେ ଏକ ସିକ୍ରେଟ ମଧ୍ୟରେ ଗଂଜେଇ ରଖ୍ ଚାଲାଣ କରାଯାଉଥିଲା । ଟିକି ଚାମ୍ବର ମଧ୍ୟ ନୀଖୂଣ ଯାଂଚ କରିବା ପରେ ପୋଲିସ ଜବତ କରିବାରେ ସଫଳ ହୋଇଥିଲା ।
ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୧ କୋଟିରୁ ଉଦ୍ଧ ଟଙ୍କା ହେବ ବୋଲି ପୋଲିସ କହି କହିଛି । ବର୍ଷା ଓ ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିବା ଡ୍ରାଇଭରକୁ ଗିରଫ କରାଯିବ ବୋଲି ପୋଲିସ କହିଛି । ସ୍ଥାନୀୟ ଅଂଚଳର ଜଣେ ଗଂଜେଇ ମାଫିଆକୁ ଗିରଫ କରିଛି । ଜଲାପୁଟର କେଉଁ ସ୍ଥାନରୁ କାହା ନିକଟରୁ ଏତେ ଗଞ୍ଜେଇ କିଣା ଯାଇଛି କିଏ କିଏ ସଂପୃକ୍ତ ଅଛନ୍ତି ସେ ନେ ନେଇ ପୋଲିସ ପକ୍ଷରୁ । ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।