- ସରକାରରେ ଆସିବା ପରେ ପ୍ରଶିକ୍ଷଣ ଶିବିରର ମହତ୍ୱ ବଢିଛି - ରୁଦ୍ର ପାଣି
- ବଡଦାଣ୍ଡ ଓ ଭିଆଇପି ରୋଡ଼ରେ ମାଳମାଳ ଯାନବାହାନ ପାର୍କିଙ୍ଗ
- ଲାଂଚୁଆ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ଏବଂ କୋର୍ଟ ଚାଲାଣ, ସମୁଦାୟ ୧୮ ଲକ୍ଷ ୧୧ ହଜାର ଟଙ୍କା ଜବତ, କୋଟିଏରୁ ଉର୍ଦ୍...
- ଆଗାମୀ ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଆରମ୍ଭ : ସଂକଳ୍ପ ଶିବିରକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ...
- ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପ୍ରାୟତଃ ସରିଛି - ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
କାଗଜକଳ ଶ୍ରମିକଙ୍କୁ ହତ୍ୟା:୨ ଅଭିଯୁକ୍ତ ଭାଇ ଗିରଫ, ଜଣେ ଫେରାର ଏବଂ ବହୁ ମାରଣାସ୍ତ୍ର ଜବତ

ଜୟପୁର:- କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅଂଚଳର ବନଗୁଡା ଗ୍ରାମ ନିକଟରେ ଗତମାସ ୩୦ ତାରିଖରେ ସେୱା କାଗଜକଳର ଠିକା ଶ୍ରମିକ କାଗଜକଳରୁ ନିଜ ଡ୍ୟୁଟିରୁ ସମାପ୍ତ କରିବା ପରେ ଅପରାହ୍ନ ୫ଟାରେ ନିଜ ଗ୍ରାମ ଫାମ୍ପୁଣିକୁ ବାଇକ ଯୋଗେ ଫେରୁଥିବା ବେଳେ ପୂର୍ବଶତୃତାକୁ ନେଇ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ହତ୍ୟା କରାଯାଇଥିଲା । ଏହି ମାମଲାରେ ସଦରଥାନା ପୁଲିସ ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତ ଫାମ୍ପୁଣି ଗ୍ରାମର ନରେନ୍ଦ୍ର ହରିଜନ ଓରଫ ମୋଲୁ (୨୪) ଏବଂ ଭଗବାନ ହରିଜନ (୨୧) ଦୁଇ ଭାଇଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛନ୍ତି । ସେହିପରି ଅଭିଯୁକ୍ତ ମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବାଇକ (ଓଡି୧୦ଡି-୭୨୫୩), ୩ଟି ଖଣ୍ଡା, ୧ ଟାଙ୍ଗିଆ, ଗୋଟିଏ ଲୁହା ପଂଚ ଏବଂ ଛୁରା ଜବତ କରିଛନ୍ତି । ସୂଚନାଅନୁଯାୟୀ, ଜୟପୁର ସଦରଥାନା ଫାମ୍ପୁଣି ଗ୍ରାମର ମୃତକ ପଦ୍ମନ ହରିଜନଙ୍କ ପରିବାର ସହ ପୁରିଆ ହରଜନ ଓରଫ ବାଗଙ୍କ ପରିବାର ସହ ପୁରୁଣା ଶତୃତା ରହିଥିଲା । ତେଣୁ ଉଭୟ ପରିବାର ମଧ୍ୟରେ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକ ପଦ୍ମନଙ୍କୁ ହତ୍ୟା କରିବା ନେଇ ଗିରଫ ଦୁଇ ଭାଇ ନରେନ୍ଦ୍ର ଓ ଭଗବାନ ନିଷ୍ପତି ନେଇଥିଲେ । ଏହିପରି ସେମାନଙ୍କ ଜଣେ ସାଙ୍ଗର ସହାୟତା ନେଇ ପୂର୍ବଦିନରୁ ହତ୍ୟା କରିବା ନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ପ୍ରତ୍ୟେକ ଦିନ ମୃତକ ପଦ୍ମନ ଠିକା ଶ୍ରମିକ ଭାବେ ଗାଗନାପୁର ସ୍ଥିତ ସେୱା କାଗଜକଳରେ କାର୍ଯ୍ୟ ଶେଷ ପରେ ଗାଗନାପୁର- ରାଣିପୁଟ ରାସ୍ତାଦେଇ ତାଙ୍କ ଗ୍ରାମ ଫାମ୍ପୁଣିକୁ ଫେରିଥାଆନ୍ତି । ଏହିପରି ବନଗୁଡା ନିକଟସ୍ଥ ପାଣି ଟାଙ୍କି ରହିଥିବା ପାହଡ ନିକଟରେ ନିଛାଟିଆ ରହୁଥିବା ଯୋଗୁଁ ଉକ୍ତ ରାସ୍ତାରେ ହତ୍ୟା କରିବା ନେଇ ଅଭିଯୁକ୍ତ ମାନେ ନିଷ୍ପତି ଗ୍ରହଣ କରିଥିଲେ। ହତ୍ୟାଦିନ ଅପରାହ୍ନ ୫ଟା ସମୟରେ ମୃତକ ନରେନ୍ଦ୍ର ନିଜ ବାଇକ ((ଓଡି ୧୦ୟୁ-୨୨୮୧) ଯୋଗେ କାଗଜକଳରୁ ବାହାରି ନିଜ ଗ୍ରାମକୁ ଉକ୍ତ ରାସ୍ତା ଦେଇ ବାହାରିଥିଲେ । ତାଙ୍କୁ ଗାଗନାପୁର ଛକରୁ ଜବତ ବାଇକ ଯୋଗେଇ ଅଭିଯୁକ୍ତ ଅଭିଯୁକ୍ତ ନରେନ୍ଦ୍ର ପିଛା କରିବା ସହ ପୂର୍ବରୁ ହତ୍ୟା ସ୍ଥାନ ବନଗୁଡା ପାହାଡ ନିକଟରେ ଅଭିଯୁକ୍ତ ଭଗବାନ ଏବଂ ତାଙ୍କ ସାଙ୍ଗ ଅପେକ୍ଷା କରିଥିଲେ । ସେହିପରି ପିଛା କରୁଥିବା ଅଭିଯୁକ୍ତ ନରେନ୍ଦ୍ର ଫୋନ ଯୋଗେ ଅପେକ୍ଷା କରିଥିବା ଦୁଇ ଅଭିଯୁକ୍ତଙ୍କୁ ସୂଚନା ଦେଉଥିଲେ । କିଛି ସମୟରେ ବାଇକ ଯୋଗେ ମୃତକ ଘଟଣାସ୍ଥଳରେ ପହଂଚିବା ବେଳେ ସାମ୍ନାରୁ ଅଭିଯୁକ୍ତ ଭଗବାନ ଏକ ଟାଙ୍ଗିଆରେ ହାଣିଥିଲେ । ତାଙ୍କ ଗୋଡରେ ମାଡ ହୋଇଥିଲା । କିନ୍ତୁ ଜୀବନ ବିକଳରେ ସେ ଦୌଡି ଚାଲିଯିବାକୁ ପ୍ରୟାସ କରୁଥିବା ବେଳେ । ସେଠାରେ ପିଛା କରୁଥିବା ଅଭିଯୁକ୍ତ ନରେନ୍ଦ୍ର ଏକ ଖଣ୍ଡା, ଭଗବାନ ଟାଙ୍ଗିଆ ଏବଂ ଅନ୍ୟଜଣେ ଅଭିଯୁକ୍ତ ଏକ ଖଣ୍ଡା ନେଇ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନାପାଇବା ପରେ ଘଟଣାସ୍ଥଳରେ ସଦରଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏହିପରି ଏହାର ପରଦିନ ସନ୍ଧାନୀ କୁକୁର ଏବଂ ସାଇଂଟିଫିକ ଦଳର ସହାୟତାରେ ତଦନ୍ତ ବେଳେ କିଛି ମାରଣାସ୍ତ୍ର ଜବତ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନେଇ ଚଢଉ ପରେ ପୁଲିସକୁ ସଫଳତା ମିଳିଛି ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇ ଅନ୍ୟଜଣେ ଫେରାର ଅଭିଯୁକ୍ତଙ୍କୁ ଗିରିଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।