Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
20 କୋଟିରୁ ଉର୍ଦ୍ଧ ଟଙ୍କାର ସାଇବର ଠକେଇରେ ସମ୍ପୃକ୍ତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ, 12 ଗିରଫ
FMNEWS.IN
11-01-2026
ଭୁବନେଶ୍ୱର, 11 ଜାନୁଆରି- ବଡ ଧରଣର ସାଇବର ସିଣ୍ଡିକେଟକୁ ଧରିଲା ପୋଲିସ I 7 ବର୍ଷରୁ ଅଧିକ ସମୟ ହେବ ଭୁବନେଶ୍ବରରେ ଅଫିସ ଖୋଲି ଚଳାଇଥିଲେ ନେଟୱାର୍କ I 20 କୋଟିରୁ ଉର୍ଦ୍ଧ ଟଙ୍କାର ସାଇବର ଠକେଇରେ ସମ୍ପୃକ୍ତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ I ସାଇବର ଠକେଇ ମାମଲାରେ ବିଭିନ୍ନ ରାଜ୍ୟର 12 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ I ଓଡ଼ିଶାରେ ଚାଲୁଥିଲା ଅଫିସ ଉପରେ ରେଡ୍ ମାରିଲା ବଡଗଡ଼ ଥାନା । ବିପୁଳ ମାତ୍ରରେ ଫୋନ, ଲାପଟପ, କାଗଜ ପତ୍ର ଜବତ କରାଯାଇଛି I ଓଡିଶାର ଦେବାଶିଷ ତ୍ରିପାଠୀ ସମ୍ପୃକ୍ତ ଥିବା ବେଳେ ନିଜ ଘରେ କ୍ରିମିନାଲଙ୍କୁ ଆଶ୍ରୟ ଦେଇଥିଲା ଅଭିଯୁକ୍ତ ।