Breaking News
- ଓଡିଶା ବନ୍ଦକୁ ଅନୁଗୁଳ ଜିଲ୍ଲା କଂଗ୍ରେସର ସମର୍ଥନ
- 28 ତାରିଖ ଓଡିଶା ବନ୍ଦକୁ କଂଗ୍ରେସର ସମର୍ଥନ
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
20 କୋଟିରୁ ଉର୍ଦ୍ଧ ଟଙ୍କାର ସାଇବର ଠକେଇରେ ସମ୍ପୃକ୍ତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ, 12 ଗିରଫ
FMNEWS.IN
11-01-2026
ଭୁବନେଶ୍ୱର, 11 ଜାନୁଆରି- ବଡ ଧରଣର ସାଇବର ସିଣ୍ଡିକେଟକୁ ଧରିଲା ପୋଲିସ I 7 ବର୍ଷରୁ ଅଧିକ ସମୟ ହେବ ଭୁବନେଶ୍ବରରେ ଅଫିସ ଖୋଲି ଚଳାଇଥିଲେ ନେଟୱାର୍କ I 20 କୋଟିରୁ ଉର୍ଦ୍ଧ ଟଙ୍କାର ସାଇବର ଠକେଇରେ ସମ୍ପୃକ୍ତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ I ସାଇବର ଠକେଇ ମାମଲାରେ ବିଭିନ୍ନ ରାଜ୍ୟର 12 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ I ଓଡ଼ିଶାରେ ଚାଲୁଥିଲା ଅଫିସ ଉପରେ ରେଡ୍ ମାରିଲା ବଡଗଡ଼ ଥାନା । ବିପୁଳ ମାତ୍ରରେ ଫୋନ, ଲାପଟପ, କାଗଜ ପତ୍ର ଜବତ କରାଯାଇଛି I ଓଡିଶାର ଦେବାଶିଷ ତ୍ରିପାଠୀ ସମ୍ପୃକ୍ତ ଥିବା ବେଳେ ନିଜ ଘରେ କ୍ରିମିନାଲଙ୍କୁ ଆଶ୍ରୟ ଦେଇଥିଲା ଅଭିଯୁକ୍ତ ।