- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବେଆଇନ୍ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ
ଭଦ୍ରକ: ଭଦ୍ରକ ସାବରଙ୍ଗ ଥାନା ଅଧୀନସ୍ଥ ବେନ୍ତାଳ ଅଂଚଳରେ ଗତ କିଛିବର୍ଷ ଧରି ଚୋରା କରତକଳ ଚାଲିଆସୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ବନ୍ୟପ୍ରାଣୀ ବିଭାଗ ଚଢାଉ କରିଛି। ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବେନ୍ତାଳ ଅଂଚଳରେ ଏହି ଚୋରା କରତକଳଟି ବାରମ୍ବାର ଚାଲିଆସୁଥିବାବେଳେ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଧରାପଡିଛି। ତେବେ ସେ ବହୁବାର ଧରାପଡିଥିଲେ ମଧ୍ୟ ପୁନର୍ବାର ନିଜର ଏହି ବେଆଇନ୍ କାର୍ଯ୍ୟ କରିଆସୁଥିବା ବିଷୟ ଜଂଗଲ ବିଭାଗ ଜାଣିପାରିଥିଲା।
ଫଳରେ ଆଜି ଏସସିଏଫ୍ ସୁମିତ ମହାନ୍ତି, ରେଂଜର ପିତାମ୍ବର ନାୟକଙ୍କ ନେତୃତ୍ୱରେ ଆଗରପଡା ଫରେଷ୍ଟର ପ୍ରଶାନ୍ତ ମାଝୀ, ବାସୁଦେବପୁର ଫରେଷ୍ଟର ସୁଶୀଲ ସିଂ ଓ ଭଣ୍ଡାରିପୋଖରୀ ଫରେଷ୍ଟର କୃଷ୍ଣଚନ୍ଦ୍ର ବାସ୍କେଙ୍କ ସମତେ ପ୍ରୋଟେକସନ ସ୍କ୍ୱାର୍ଡ ଓ ସାବରଙ୍ଗ ଥାନା ପୁଲିସ୍ ଏହି କରତ କଳଟି ଉପରେ ଅଚାନକ ଚଢାଉ କରିଥିଲେ। ଏହି ଚଢାଉରେ ଫାଶୀ ଓ ଅର୍ଜୁନ ଜାତିର ପ୍ରାୟ ଏକ ଶହ ସିଫ୍ଟ ରାଉଣ୍ଡ ଲକ୍ ଜବତ ହୋଇଥିଲା। ଏହି କାଠଗୁଡିକର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହୋଇଥିବାବେଳେ ଯନ୍ତ୍ରାଂଶକୁ ମିଶାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି। ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବିଷୟ ବିଭାଗୀୟ ସୂତ୍ରରୁ ଜଣାପଡିଛି।