Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜଧାନୀରେ ଚାଞ୍ଚଲ୍ୟ, ଯୁବକଙ୍କୁ ହାଣିଲେ, ଯୁବତୀଙ୍କୁ ଅପହରଣ
FMNEWS.IN
23-12-2024
ଭୁବନେଶ୍ୱର, 23 ଡିସେମ୍ବର - ରାଜଧାନୀରେ ଚାଞ୍ଚଲ୍ୟ । ଗୋଡେଇ ଗୋଡେଇ ଯୁବକଙ୍କୁ ହାଣିଲେ । ସାଙ୍ଗରେ ଥିବା ବାନ୍ଧବୀଙ୍କୁ ଅପହରଣ କରିନେଲେ । ଏଭଳି ଘଟଣା ଘଟିଛି ମୈତ୍ରୀ ବିହାର ଥାନା ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଆକାଶ ସିଂ ନାମକ ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଯୁବତୀଙ୍କୁ ଅପହରଣ କରି ନେଇଥିବା 4 ଯୁବକ ଏବେ ଆକାଶଙ୍କ ଫୋନକୁ କଲ କରି ଯୁବତୀଙ୍କୁ ଛାଡିବା ପାଇଁ ଟଙ୍କା ଦାବି କରିଛନ୍ତି । କମିଶନରେଟ ପୋଲିସ ଯୁବତୀଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଛି ।