- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
 - ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
 - ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
 - ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
 - ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
 
ପୁଅକୁ ପିଟିପିଟି ମାରି ଦେଲେ : ନ୍ୟାୟ ପାଇଁ ଦାବି କଲେ ପରିବାର
              ଧର୍ମଶାଳା,୨ ମଇ - ଭେଣ୍ଡିଆ ପୁଅକୁ ପିଟିପିଟି ମାରିଦେଲେ ନୃଶଂସ । ପରିବାର ପକ୍ଷରୁ ପୁଅକୁ ମାରି ଦେଇଥିବା ନେଇ ହତ୍ୟ ଅଭିଯୋଗ ଆଣିଲେ ପରିବାର ଲୋକେ । ଏକମାତ୍ର ପୁଅକୁ ହରାଇ ବାପ ମାଆ ଓ ଭଉଣୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଏଭଳି ମୃତ୍ୟୁ ଘଟଣାକୁ କେହି ସାହି ପଡିଶା ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସମସ୍ତ ଆଖିରେ ଲୁହ । ଗାଁ ଦାଣ୍ଡ ଲୋକରଣ୍ୟ । ଏଭଳି ଘଟଣା ଘଟିଛି ରସୁଲପୁର ବ୍ଲକ ରାଉତରାପୁର ପଂଚାୟତ ବ୍ରହ୍ମବରଦା ଥାନା ଅଂଚଳ କାଳିକାହୁଡା ଗ୍ରାମର ଅଜୟ ଜେନାଙ୍କ ପୁଅ ଅରଜିତ ଜେନା(୨୨) କ୍ଷେତ୍ରରେ । ଅଜୟଙ୍କ ସହ ପରିବାର କିଛି ବର୍ଷ ପୂର୍ବେ ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାରେ ରହି ଆସୁଥିଲେ । ଅଜୟ ଗୁଜୁରାଟରେ କାମ କରୁଥିବା ବେଳେ ଜାରକାରେ ସ୍ତ୍ରୀ,ପୁଅ ଓ ଝିଅ ରହି ଆସୁଥିଲେ । ତେବେ ଅରଜିତ କାମ କରିବା ପାଇଁ ୩ ମାସ ତଳେ ଆରୁହା ଅଂଚଳ ରାହାଡପୁରସ୍ଥିତ ପଦ୍ମାବତୀ କ୍ରସର ମାଲିକ ଜ୍ଞାନ ରଂଜନ ମହାପାତ୍ରଙ୍କ ନିକଟରେ ସୁପରଭାଇଜର ଭାବେ କାମ କରିଆସୁଥିଲେ । ତେବେ ଅପ୍ରେଲ ମାସ ୨୭ ତାରିଖ ଦିନ ପୁଅ ସହିତ କୌଣସି ସମ୍ପର୍କ ନ ହେବାରୁ ପରିବାର ଲୋକେ ଉକ୍ତ କ୍ରସରକୁ ଯାଇ ଖୋଜିଥିଲେ । ସେଠାରେ କ୍ରସର କର୍ମଚାରୀ ମାଲିକଙ୍କ ଘରେ ଥିବା କହିଥିଲେ । ପରେ ସେମାନେ ମାଲିକଙ୍କ ଘରକୁ ଯାଇ ଅରଜିତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଥିଲେ । ବିଳମ୍ବିତ ରାତି ହେବାରୁ ୨୮ ତାରିଖ ଦିନ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତା ହେବାରୁ କଟକ ବଡ ମେଡିକାଲକୁ ନିଆଯାଇଥିଲା । ତେବେ ଚିକିତ୍ସଧିନ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରିତ କରାଯାଇଥିଲା । ଶବ ଜାରକାରେ ପଂହଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପଂହଚି ଘଟଣା ଉପରେ ନଜର ରଖିଥିଲା । ପରିବାର ଲୋକେ ପୁଅକୁ ମାରି ଦେଇଥିବା ଦେଇ ଅଭିଯୋଗ କରିବା ପରେ ସେଠାରୁ ଏକ ଶୋଭାଯାତ୍ରାରେ କାଳିକାହୁଡା ଗ୍ରାମକୁ ନିଆଯାଇଥିଲା । ଶୋକାକୂଳ ପରିବେଶରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା । ଶବଧାରରେ ରାଉତରାପୁର ସରପଂଚ ସ୍ୱର୍ଣ୍ଣଲତା ସାହୁଙ୍କୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥ୍ିତ ରହିଥିଲେ । ବ୍ରହ୍ମବରଦା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ।