- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପରୀକ୍ଷାରେ କମ ନମ୍ବର ରହିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା
ଚମ୍ପୁଆ: - ମ୍ୟାଟ୍ରିକ ପରୀକ୍ଷାରେ କମ୍ ନମ୍ୱର୍ ରହିବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର ପଂଚାୟତ ଶଙ୍କରପୁର ଗ୍ରାମରେ । ମୃତ ଛାତ୍ରୀ ଶଙ୍କରପୁର୍ ଗ୍ରାମର କମଳା କାନ୍ତ ମହାନ୍ତ ଓ ଝିଲ୍ଲିମଣି ମହାନ୍ତଙ୍କ ଝିଅ ତୃପ୍ତିମୟୀ ମହାନ୍ତ (୧୫) ବୋଲି ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ନାରଦପୁର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ପାଠ ପଢୁଥିବା ତୃପ୍ତିମୟୀ ପରୀକ୍ଷା ରେ ଅଧିକ ମାର୍କ ରଖିବା ଆଶା ରଖିଥିବା ବେଳେ ସମୁଦାୟ ୨୫୬ ନମ୍ବର ରଖିଥିବା ନେଇ ଅନଲାଇନରୁ ଜାଣିବାକୁ ପାଇଥିଲେ । ପରୀକ୍ଷା ଫଳ ଜାଣି ଘରକୁ ଫେରିବା ପରେ ଖାଇପିଇ ଗତ ରାତିରେ ନିଜ ସାନ ଭଉଣୀ ସହ ଶୋଇଥିଲେ । ଆଜି ସକାଳୁ ଘର ଲୋକେ ତୃପ୍ତିମୟୀ ନିଜ ପିନ୍ଧା ଓଢଣି ରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ଦେଖିବାକୁ ପାଇଥିଲେ । ପରିବାର ଲୋକେ ଘଟଣା ସମ୍ପର୍କରେ ରିମୁଳି ଫାଣ୍ଡିକୁ ଖବର କରିବା ପରେ ଚମ୍ପୁଆ ଥାନାଧିକାରୀ ଦେବକୀ ନାଏକ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ତୃପ୍ତିମୟୀଙ୍କ ମୃତ୍ୟୁରେ ଗ୍ରାମରେ ଶୋକ ପ୍ରକାଶ ପାଇଛି ।