- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ପରୀକ୍ଷାରେ କମ ନମ୍ବର ରହିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା
ଚମ୍ପୁଆ: - ମ୍ୟାଟ୍ରିକ ପରୀକ୍ଷାରେ କମ୍ ନମ୍ୱର୍ ରହିବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର ପଂଚାୟତ ଶଙ୍କରପୁର ଗ୍ରାମରେ । ମୃତ ଛାତ୍ରୀ ଶଙ୍କରପୁର୍ ଗ୍ରାମର କମଳା କାନ୍ତ ମହାନ୍ତ ଓ ଝିଲ୍ଲିମଣି ମହାନ୍ତଙ୍କ ଝିଅ ତୃପ୍ତିମୟୀ ମହାନ୍ତ (୧୫) ବୋଲି ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ନାରଦପୁର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ପାଠ ପଢୁଥିବା ତୃପ୍ତିମୟୀ ପରୀକ୍ଷା ରେ ଅଧିକ ମାର୍କ ରଖିବା ଆଶା ରଖିଥିବା ବେଳେ ସମୁଦାୟ ୨୫୬ ନମ୍ବର ରଖିଥିବା ନେଇ ଅନଲାଇନରୁ ଜାଣିବାକୁ ପାଇଥିଲେ । ପରୀକ୍ଷା ଫଳ ଜାଣି ଘରକୁ ଫେରିବା ପରେ ଖାଇପିଇ ଗତ ରାତିରେ ନିଜ ସାନ ଭଉଣୀ ସହ ଶୋଇଥିଲେ । ଆଜି ସକାଳୁ ଘର ଲୋକେ ତୃପ୍ତିମୟୀ ନିଜ ପିନ୍ଧା ଓଢଣି ରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ଦେଖିବାକୁ ପାଇଥିଲେ । ପରିବାର ଲୋକେ ଘଟଣା ସମ୍ପର୍କରେ ରିମୁଳି ଫାଣ୍ଡିକୁ ଖବର କରିବା ପରେ ଚମ୍ପୁଆ ଥାନାଧିକାରୀ ଦେବକୀ ନାଏକ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ତୃପ୍ତିମୟୀଙ୍କ ମୃତ୍ୟୁରେ ଗ୍ରାମରେ ଶୋକ ପ୍ରକାଶ ପାଇଛି ।