- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ମାଲକାନଗିରି,୨୩ ଜାନୁଆରି - ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ତୁମୁକିମାଡକା ଗାଁ ନିକଟ ଜଙ୍ଗଲରୁ ଯୁବକ ଯୁବତୀ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି l ଜଙ୍ଗଲ ଭିତରେ ଏକ ଗଛରେ ଯୁବକଯୁବତୀଙ୍କ ମୃତଦେହ ଝୁଲି ରହିଛି। ଘଟଣାଟି ୩ ରୁ ୪ ଦିନ ହୋଇଥିବା ଅନୁମାନ କରାଯାଉଛି l ମୃତ ଯୁବକ ଯୁବତୀଙ୍କ ଘର ତୁମୁକିମାଡକା ଗ୍ରାମର ବୁଲି ଜଣାପଡିଛି l ମୃତ ଯୁବକ ମାଲା ପଡିଆମିଙ୍କ ପୁଅ ପଦିଆ ପଡିଆମି (୨୦) ହୋଇଥବାବେଳେ ଯୁବତୀ ଜଣଙ୍କ ପଦିଆ ମାଡକାମିଙ୍କ ଝିଅ ବିତିକା ମାଡକାମି (୧୮) ବୋଲି ଜଣାପଡିଛି l ଏନେଇ ଯୁବତୀଙ୍କ ବାପା ପଦିଆ ମାଡକାମି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଖବର ପାଇ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ପାଇଁ କୋରାପୁଟରୁ ସାଇଣ୍ଟିଫିକ ଟିମ ଡାକି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ, ମୃତ ଯୁବତୀଯୁବକ ଗୋଟିଏ ଗ୍ରାମର ହୋଇଥବାବେଳେ ସେମାନେ ଗତ ଶନିବାର
ମକର ମେଳା ଦେଖିବାକୁ ଭେଜାଙ୍ଗୀୱାର୍ଡା ଗ୍ରାମକୁ ବାହାରିଥିବା ବେଳେ ସେହିଦିନଠାରୁ ନିଖୋଜ ଥିଲେ l ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେମାଙ୍କ କୌଣସି ସନ୍ଧାନ ମିଳି ନ ଥିଲା l ବୁଧବାର ମଧ୍ୟାହ୍ନ ୨ଟା ସମୟରେ ଦୁଇ ଜଣ ଜଙ୍ଗଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଖବର ପାଇଥିଲେ।
ପ୍ରେମ ସମ୍ପର୍କକୁ ନେଇ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ।