- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ମାଲକାନଗିରି,୨୩ ଜାନୁଆରି - ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ତୁମୁକିମାଡକା ଗାଁ ନିକଟ ଜଙ୍ଗଲରୁ ଯୁବକ ଯୁବତୀ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି l ଜଙ୍ଗଲ ଭିତରେ ଏକ ଗଛରେ ଯୁବକଯୁବତୀଙ୍କ ମୃତଦେହ ଝୁଲି ରହିଛି। ଘଟଣାଟି ୩ ରୁ ୪ ଦିନ ହୋଇଥିବା ଅନୁମାନ କରାଯାଉଛି l ମୃତ ଯୁବକ ଯୁବତୀଙ୍କ ଘର ତୁମୁକିମାଡକା ଗ୍ରାମର ବୁଲି ଜଣାପଡିଛି l ମୃତ ଯୁବକ ମାଲା ପଡିଆମିଙ୍କ ପୁଅ ପଦିଆ ପଡିଆମି (୨୦) ହୋଇଥବାବେଳେ ଯୁବତୀ ଜଣଙ୍କ ପଦିଆ ମାଡକାମିଙ୍କ ଝିଅ ବିତିକା ମାଡକାମି (୧୮) ବୋଲି ଜଣାପଡିଛି l ଏନେଇ ଯୁବତୀଙ୍କ ବାପା ପଦିଆ ମାଡକାମି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଖବର ପାଇ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ପାଇଁ କୋରାପୁଟରୁ ସାଇଣ୍ଟିଫିକ ଟିମ ଡାକି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ, ମୃତ ଯୁବତୀଯୁବକ ଗୋଟିଏ ଗ୍ରାମର ହୋଇଥବାବେଳେ ସେମାନେ ଗତ ଶନିବାର
ମକର ମେଳା ଦେଖିବାକୁ ଭେଜାଙ୍ଗୀୱାର୍ଡା ଗ୍ରାମକୁ ବାହାରିଥିବା ବେଳେ ସେହିଦିନଠାରୁ ନିଖୋଜ ଥିଲେ l ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେମାଙ୍କ କୌଣସି ସନ୍ଧାନ ମିଳି ନ ଥିଲା l ବୁଧବାର ମଧ୍ୟାହ୍ନ ୨ଟା ସମୟରେ ଦୁଇ ଜଣ ଜଙ୍ଗଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଖବର ପାଇଥିଲେ।
ପ୍ରେମ ସମ୍ପର୍କକୁ ନେଇ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ।