Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମାହାଙ୍ଗା ଡବଲ ମର୍ଡର ଘଟଣା -ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ
FMNEWS.IN
25-01-2025
ଭୁବନେଶ୍ୱର, 25 ଜାନୁଆରି:- ମାହାଙ୍ଗା ଡବଲ ମର୍ଡର ମାମଲା ।ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା । ମୃତ କୁଳମଣୀ ବରାଳଙ୍କ ପୁଅ ରଂଜିତ ବରାଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ନଥିବା ହାଇକୋର୍ଟ କ୍ଲିନ୍ ଚିଟ୍ ଦେବା ପରେ ଏହା ଉପରେ ମୃତ କୁଳମଣି ବରାଳଙ୍କ ପୁଅ ଆବେଦନକାରୀ ରଞ୍ଜିତ ବରାଳ ଏହା ଉପରେ ପୁନଃ ବିଚାର ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର ସୁପ୍ରିମକୋର୍ଟ ପୁନଃ ବିଚାର ଆବେଦନକୁ ଗ୍ରହଣ କରିଛନ୍ତି। ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।