- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ୍ର ତଦନ୍ତ
Bhadrak(FMNews):--ଭଦ୍ରକ ଜିଲା ତିହିଡ଼ି ଥାନା ମହରମପୁର ପଂଚାୟତ ଅଧୀନ ବାଉଁଶବାଗ ଗ୍ରାମର ଆଶିଷ କୁମାର ଭଂଜ (୨୮) ନାମକ ଜଣେ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ମୃତ ଯୁବକଙ୍କର ମାମୁ ବିଜୟ ଭୋଇ ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୁଲିସ ୨/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ନମିତା ଧଳ, ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ, ଏସଆଇ ଅରୁନ୍ଧତୀ ବେହେରା ଓ ପ୍ରବୀଣ ଗିରି, ଏଏସଆଇ କମଳକାନ୍ତ ଶତପଥିଙ୍କ ସହିତ ସାଇଂଟିଫିକ୍ ଟିମ୍ ଏଏସଓ ସଂଗୀତା ହାଁସଦା ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ସରପଂଚ ତାପସ ବେହେରା, ସମିତିସଭ୍ୟ ଧର୍ମାନନ୍ଦ ବେହେରା ପ୍ରମୁଖଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ। ଭଦ୍ରକରୁ ସନ୍ଧାନୀ କୁକୁର ଓ ସାଇଂଟଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ଆଶିଷ ରାତିରେ ଘରେ ଶୋଇଥିଲା। ଶୁକ୍ରବାର ସକାଳେ ତାଙ୍କ ଘର ନିକଟରେ ଥିବା ଏକ କରଂଜ ଗଛରେ ଆଶିଷର ମୃତଦେହ ଝୁଲୁଥିବାର ଦେଖିଥିଲେ। ଭଣଜା ଆଶିଷ ଆତ୍ମହତ୍ୟା କରିଛି ବୋଲି ଜଣା ପଡ଼ୁନାହିଁ।