Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାନ୍ଦିପୁରାରେ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ସହିତ ଆତଙ୍କବାଦୀର ସହଯୋଗୀ ଗିରଫ
FMNEWS.IN
22-12-2024
ଜମ୍ମୁ, 22 ଡିସେମ୍ବର - କଶ୍ମୀରର ବାନ୍ଦିପୋରାର ନଦିହାଲ ଅଂଚଳରୁ ଶନିବାର ବିଳମ୍ବିତ ରାତିରେ ଆତଙ୍କବାଦୀର ସହଯୋଗୀ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହିତ ଗିରଫ କରାଯାଇଛି ।
ଔପଚାରିକ ସୂତ୍ରରୁ ଜଣାପଡିଛି ଯେ, ନଦିହାଲରେ ପୋଲିସ ଓ ସେନାର 14ଆରଆରର ମିଳିତ ନାକା ସମୟରେ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଭାବେ ବୁଲୁଥିବାର ଦେଖାଯାଇଥିଲା । ତାଙ୍କୁ ଚେତାବନୀ ଦିଆଯିବା ପରେ ସେ ଦୌଡି ପଳାଇବାକୁ ଉଦ୍ୟମ କରିଥିଲା । ତେବେ ସୁରକ୍ଷାକର୍ମୀ ତାକୁ ଧରିପକାଇଥିଲେ । ସଂପୃକ୍ତ ବ୍ୟକ୍ତିଜଣକ ବାନ୍ଦିପୋରାର ଗୁଂଡପୋରା ରାମପୁରା ବାସିନ୍ଦା ଅବଦୁଲ ଗନି ମଲିକର ପୁଅ ସୋଏବ ୱସିମ ଅହମଦ ମଲିକ ।ସେ ଆତଙ୍କବାଦୀଙ୍କ ସହାୟତା କରୁଥିଲା । ତା ନିକଟରୁ ପିସ୍ତଲ, ହାତଗୋଳା ଓ ଗୁଳି ଜବତ କରାଯାଇଛି ।