Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବାନ୍ଦିପୁରାରେ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ସହିତ ଆତଙ୍କବାଦୀର ସହଯୋଗୀ ଗିରଫ
FMNEWS.IN
22-12-2024
ଜମ୍ମୁ, 22 ଡିସେମ୍ବର - କଶ୍ମୀରର ବାନ୍ଦିପୋରାର ନଦିହାଲ ଅଂଚଳରୁ ଶନିବାର ବିଳମ୍ବିତ ରାତିରେ ଆତଙ୍କବାଦୀର ସହଯୋଗୀ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହିତ ଗିରଫ କରାଯାଇଛି ।
ଔପଚାରିକ ସୂତ୍ରରୁ ଜଣାପଡିଛି ଯେ, ନଦିହାଲରେ ପୋଲିସ ଓ ସେନାର 14ଆରଆରର ମିଳିତ ନାକା ସମୟରେ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଭାବେ ବୁଲୁଥିବାର ଦେଖାଯାଇଥିଲା । ତାଙ୍କୁ ଚେତାବନୀ ଦିଆଯିବା ପରେ ସେ ଦୌଡି ପଳାଇବାକୁ ଉଦ୍ୟମ କରିଥିଲା । ତେବେ ସୁରକ୍ଷାକର୍ମୀ ତାକୁ ଧରିପକାଇଥିଲେ । ସଂପୃକ୍ତ ବ୍ୟକ୍ତିଜଣକ ବାନ୍ଦିପୋରାର ଗୁଂଡପୋରା ରାମପୁରା ବାସିନ୍ଦା ଅବଦୁଲ ଗନି ମଲିକର ପୁଅ ସୋଏବ ୱସିମ ଅହମଦ ମଲିକ ।ସେ ଆତଙ୍କବାଦୀଙ୍କ ସହାୟତା କରୁଥିଲା । ତା ନିକଟରୁ ପିସ୍ତଲ, ହାତଗୋଳା ଓ ଗୁଳି ଜବତ କରାଯାଇଛି ।