- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭିଜିଲାନ୍ସ ଜାଲରେ ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟର
ବୌଦ୍ଧ, ୨୦ ଡିସେମ୍ବର - ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଅଫିସର ଦୁଇ ଜଣ ବୟନ ଶିଳ୍ପ ଇନ୍ସପେକ୍ଟର । ସେମାନେ ହେଉଛନ୍ତି କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଅଂଚଳର ଏକ ସମବାୟ ସମିତିର ବିଲ୍ ରିଲିଜ୍ ପାଇଁ ଆବଶ୍ୟକୀୟ କାମ କରିବାକୁ ଏହି ଦୁଇ ଅଧିକାରୀ ଲାଂଚ ମାଗିଥିଲେ । ଏନେଇ ଉକ୍ତ ସମବାୟ ସମିତି ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା । ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଏହି ସଂସ୍ଥାର ଜଣେ କାର୍ଯ୍ୟକର୍ତା ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସଙ୍କୁ ଲାଂଚ ବାବଦକୁ ୫ ହଜାର ଟଙ୍କା ଦେଇଥିଲେ । ଏହି ଦୁଇ ଅଧିକାରୀ ଲାଂଚ ବାବଦ ଅର୍ଥ ଗ୍ରହଣ କରିବା ବେଳେ ସେମାନଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ । ସେମାନଙ୍କ ଠାରୁ ଲାଂଚ ଅର୍ଥ ଜବତ କରାଯାଇଛି ।
ଅନ୍ୟପକ୍ଷରେ ଲାଂଚ ନେଇ ଧରାପଡ଼ିବା ପରେ ଏହି ଦୁଇ ଅଧିକାରୀଙ୍କ ଦୁଇଟି ଲେଖାଏଁ ଠିକଣାରେ ଚଢ଼ଉ କରିଛି ଭିଜିଲାନ୍ସ । ସେମାନେ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ଉ କରାଯାଇଛି । ଘଟଣାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।