BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଭିଜିଲାନ୍ସ ଜାଲରେ ଦୁଇ ବୟନ ଶିଳ୍ପ ଇନ୍‌ସପେକ୍ଟର

FMNEWS.IN 20-12-2024
Two textile industry inspectors caught in vigilance net

ବୌଦ୍ଧ, ୨୦ ଡିସେମ୍ବର - ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଅଫିସର ଦୁଇ ଜଣ ବୟନ ଶିଳ୍ପ ଇନ୍ସପେକ୍ଟର । ସେମାନେ ହେଉଛନ୍ତି କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଅଂଚଳର ଏକ ସମବାୟ ସମିତିର ବିଲ୍ ରିଲିଜ୍ ପାଇଁ ଆବଶ୍ୟକୀୟ କାମ କରିବାକୁ ଏହି ଦୁଇ ଅଧିକାରୀ ଲାଂଚ ମାଗିଥିଲେ । ଏନେଇ ଉକ୍ତ ସମବାୟ ସମିତି ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା । ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଏହି ସଂସ୍ଥାର ଜଣେ କାର୍ଯ୍ୟକର୍ତା ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସଙ୍କୁ ଲାଂଚ ବାବଦକୁ ୫ ହଜାର ଟଙ୍କା ଦେଇଥିଲେ । ଏହି ଦୁଇ ଅଧିକାରୀ ଲାଂଚ ବାବଦ ଅର୍ଥ ଗ୍ରହଣ କରିବା ବେଳେ ସେମାନଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ । ସେମାନଙ୍କ ଠାରୁ ଲାଂଚ ଅର୍ଥ ଜବତ କରାଯାଇଛି ।

ଅନ୍ୟପକ୍ଷରେ ଲାଂଚ ନେଇ ଧରାପଡ଼ିବା ପରେ ଏହି ଦୁଇ ଅଧିକାରୀଙ୍କ ଦୁଇଟି ଲେଖାଏଁ ଠିକଣାରେ ଚଢ଼ଉ କରିଛି ଭିଜିଲାନ୍ସ । ସେମାନେ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ଉ କରାଯାଇଛି । ଘଟଣାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।