Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
2024 ମସିହାର ତଥ୍ୟ ଦେଲା ଭିଜିଲାନ୍ସ, ଗୋଟିଏ ବର୍ଷରେ 181 ସରକାରୀ ବାବୁ ଗିରଫ
FMNEWS.IN
31-12-2024
ଭୁବନେଶ୍ୱର, 31 ଡିସେମ୍ବର- 2024 ମସିହାର ତଥ୍ୟ ଦେଲା ଭିଜିଲାନ୍ସ । ଗୋଟିଏ ବର୍ଷରେ 181ଜଣ ସରକାରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । 200 ଅପରାଧିକ ମାମଲା ରୁଜୁ ହୋଇଛି । ସେଥିରୁ 50ଜଣ କ୍ଲାସ ୱାନ ଅଫିସର ମଧ୍ୟ ରହିଛନ୍ତି । 60ଟି ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା ପଞ୍ଜିକୃତ କରାଯାଇଛି । 96ଟି ଟ୍ରାପ କେଶ ରେଜିଷ୍ଟର କରାଯାଇଛି । ସେଥିରେ 115ଜଣ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଗୋଟିଏ ବର୍ଷରେ 483ଟି ଲୋକେସନରେ ସର୍ଚ୍ଚ କରାଯାଇଛି । 792ଟି ଆକାଉଣ୍ଟ ମଧ୍ୟ ଫ୍ରିଜ କରାଯାଇଛି । 307ଟି କେଶର ତଦନ୍ତ ସରିଛି, 154ପ୍ରତିଶତ ଡିସ୍ପୋଜାଲ ରେଟ ରହିଛି । 105ଜଣ ସଜା ପାଇଥିବା ବେଳେ 50ପ୍ରତିଶତ କନଭିକ୍ସନ ହୋଇଛି । ବିଶେଷ କରି ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ 80ପ୍ରତିସତ କନଭିକ୍ସନ ହୋଇଛି । 25ଜଣ ସରକାରୀ ବାବୁ ସଜା ହେବା ପରେ ଚାକିରୀରୁ ବହିସ୍କୃତ ହୋଇଛନ୍ତି ।