Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
2024 ମସିହାର ତଥ୍ୟ ଦେଲା ଭିଜିଲାନ୍ସ, ଗୋଟିଏ ବର୍ଷରେ 181 ସରକାରୀ ବାବୁ ଗିରଫ
FMNEWS.IN
31-12-2024
ଭୁବନେଶ୍ୱର, 31 ଡିସେମ୍ବର- 2024 ମସିହାର ତଥ୍ୟ ଦେଲା ଭିଜିଲାନ୍ସ । ଗୋଟିଏ ବର୍ଷରେ 181ଜଣ ସରକାରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । 200 ଅପରାଧିକ ମାମଲା ରୁଜୁ ହୋଇଛି । ସେଥିରୁ 50ଜଣ କ୍ଲାସ ୱାନ ଅଫିସର ମଧ୍ୟ ରହିଛନ୍ତି । 60ଟି ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା ପଞ୍ଜିକୃତ କରାଯାଇଛି । 96ଟି ଟ୍ରାପ କେଶ ରେଜିଷ୍ଟର କରାଯାଇଛି । ସେଥିରେ 115ଜଣ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଗୋଟିଏ ବର୍ଷରେ 483ଟି ଲୋକେସନରେ ସର୍ଚ୍ଚ କରାଯାଇଛି । 792ଟି ଆକାଉଣ୍ଟ ମଧ୍ୟ ଫ୍ରିଜ କରାଯାଇଛି । 307ଟି କେଶର ତଦନ୍ତ ସରିଛି, 154ପ୍ରତିଶତ ଡିସ୍ପୋଜାଲ ରେଟ ରହିଛି । 105ଜଣ ସଜା ପାଇଥିବା ବେଳେ 50ପ୍ରତିଶତ କନଭିକ୍ସନ ହୋଇଛି । ବିଶେଷ କରି ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ 80ପ୍ରତିସତ କନଭିକ୍ସନ ହୋଇଛି । 25ଜଣ ସରକାରୀ ବାବୁ ସଜା ହେବା ପରେ ଚାକିରୀରୁ ବହିସ୍କୃତ ହୋଇଛନ୍ତି ।