Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଯୁବକଙ୍କୁ ମାରି ବ୍ରିଜ୍ ଉପରେ ଫିଙ୍ଗିଦେଲେ
FMNEWS.IN
30-12-2024
ବଲାଙ୍ଗିର, ୩୦ ଡିସେମ୍ବର- ବଲାଙ୍ଗୀର- ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡ଼ା ଲକ୍ଷ୍ମୀ ଜୋର ବ୍ରିଜ୍ ଉପରୁ ଜଣେ ଯୁବକଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ସ୍ଥାନୀୟ ଗେଟସରୋବରପଡ଼ାର ଚିଣ୍ଟୁ କରଣ (୨୬) ବୋଲି ଚିହ୍ନଟ କରାଯାଇଛି।
ଚିଣ୍ଟୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ୫ ଜଣ ଯୁବକ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସେପଟେ ରାତିରେ ଯେଉଁମାନଙ୍କ ସହିତ ଚିଣ୍ଟୁ ଥିଲେ ସେ ଭିତରୁ ଜଣକୁ ଅଟକ ରଖି ଟାଉନ ଥାନା ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ଘଟଣା ଉପରେ ପୋଲିସ ନଜର ରଖିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ହତ୍ୟା ଅଭିଯୋଗ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରୀ ରଖିଥିବା ଏସଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି।