Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଯୁବକଙ୍କୁ ମାରି ବ୍ରିଜ୍ ଉପରେ ଫିଙ୍ଗିଦେଲେ
FMNEWS.IN
30-12-2024
ବଲାଙ୍ଗିର, ୩୦ ଡିସେମ୍ବର- ବଲାଙ୍ଗୀର- ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡ଼ା ଲକ୍ଷ୍ମୀ ଜୋର ବ୍ରିଜ୍ ଉପରୁ ଜଣେ ଯୁବକଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ସ୍ଥାନୀୟ ଗେଟସରୋବରପଡ଼ାର ଚିଣ୍ଟୁ କରଣ (୨୬) ବୋଲି ଚିହ୍ନଟ କରାଯାଇଛି।
ଚିଣ୍ଟୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ୫ ଜଣ ଯୁବକ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସେପଟେ ରାତିରେ ଯେଉଁମାନଙ୍କ ସହିତ ଚିଣ୍ଟୁ ଥିଲେ ସେ ଭିତରୁ ଜଣକୁ ଅଟକ ରଖି ଟାଉନ ଥାନା ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ଘଟଣା ଉପରେ ପୋଲିସ ନଜର ରଖିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ହତ୍ୟା ଅଭିଯୋଗ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରୀ ରଖିଥିବା ଏସଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି।