BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଧାମରାରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବନ୍ଧା ହେଲେ ଯୁବକ

FMNEWS.IN 16-03-2025
Youth arrested on charges of attempted rape in Dhamra

ଭଦ୍ରକ, ୧୬ ମାର୍ଚ୍ଚ - ଦୁଷ୍କର୍ମ କରିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ କଇଥଖୋଲା ଗ୍ରାମର ଅବଦୁଲ ଅହେଦ୍ ଖାନ୍ ନାମକ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧାମରା ପୋଲିସ। ତେବେ ସୋନାଲି ପ୍ରିୟଦର୍ଶିନୀ ନାୟକ ନାମକ ଏକ ମହିଳା ଧାମରା ଥାନା ରେ ଅଭିଯୋଗ କରିଛନ୍ତି ଯେ ମହିଳାଙ୍କ ର ସ୍ୱାମୀ ଶାରୀରିକ ଅକ୍ଷମ ହୋଇଥିବା ବେଳେ ଘରର ସବୁ କଥା ସ୍ତ୍ରୀ ସୋନାଲି ବୁଝନ୍ତି। ତେବେ ମହିଳାଙ୍କର ଗୋଟେ ଟ୍ରାକ୍ଟର ରହିଥିବା ବେଳେ ଉକ୍ତ ମହିଳାଙ୍କୁ ବାରମ୍ବାର ଅବଦୁଲ ଆହେଦ ଖାନ୍ ଦାଦା ବଟି ମାଗିବା ସହ ହଇରାଣ କରୁଥିଲେ। ତେବେ ଆଜି ସକାଳ ସମୟରେ ଅବଦୁଲ ସମ୍ପୃକ୍ତ ମହିଳାଙ୍କ ଘରକୁ ଆସି ଟ୍ରାକ୍ଟର ଆଳ ଦେଖାଇ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ମହିଳାଙ୍କ ସରଳତାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଧାମରା ଥାନାରେ ସମ୍ପୃକ୍ତ ମହିଳା ଜଣକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଉକ୍ତ ଘଟଣାର ତଦନ୍ତ କରିବା ସହ କଇଥଖୋଲା ଅଂଚଳରୁ ଅବଦୁଲ ଆହେଦ ଖାନ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ, ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଧାମରା ଥାନା ରେ ବହୁ ଅଭିଯୋଗ ହୋଇଥିବା ବେଳେ ଅବଦୁଲ ଆହେଦ ଖାନ ଏକ ରାଜନୈତିକ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଅଛନ୍ତି।