- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
 - ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
 - ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
 - ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
 - ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
 
ପରକ୍ରିୟା ପ୍ରୀତିରୁ ଯୁବକର ମୃତ୍ୟୁ, ସନ୍ଦେହଘେରରେ ଦୁଇ ଭାଇ
              ଘଟଗାଁ, ୧୪ ଜାନୁଆରୀ - ପରକ୍ରିୟା ପ୍ରୀତିରୁ ଚାଲିଗଲା ଯୁବକର ଜୀବନ, ସନ୍ଦେହଘେରରେ ଦୁଇଭାଇ, ସତ୍ୟାସତ୍ୟ ପାଇଁ ପୁଲିସର ଖୋଳତାଡ। ଅନୁସନ୍ଧାନରୁ ଜଣାପଡିଛି, ଘଟଗାଁ ଥାନା ଅନ୍ତର୍ଗତ ମଶିଣାବିଲ୍ଲା ଗ୍ରାମପଞ୍ଚାୟତ ପାଣୁପୋଷି ଗ୍ରାମରେ ପରକ୍ରିୟା ପ୍ରୀତିକୁ କେନ୍ଦ୍ରକରି ଟାଙ୍ଗିଆ ଚୋଟରେ ଜଣେ ଯୁବକର ଜୀବନ ଯାଇଛି। ଉକ୍ତ ଗ୍ରାମର ସୁବ୍ରତ ମହାକୁଡ ଅନେକ ଦିନରୁ ଗ୍ରାମର ଏକ ବିବାହିତା ମହିଳା ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଅଳ୍ପ କିଛି ଦିନ ପୂର୍ବରୁ ଜୈନିକ ମହିଳାଙ୍କ ସହିତ ସୁବ୍ରତଙ୍କ ବଚସା ହୋଇଥିଲା। ଧିରେ ଧିରେ କଥା ପ୍ରଘଟ ହେବା ପରେ ମହିଳାଙ୍କ ସ୍ୱାମୀ ଜାଣିବାକୁ ପାଇଥିଲେ। ତା 12/1/025ରିଖ ବିଳମ୍ବିତ ରାତିରେ ମହିଳାଙ୍କ ସ୍ୱାମୀ ଓ ଦିଅର ଯୋଜନା କରି ସୁବ୍ରତ ମହାକୁଡ଼ଙ୍କୁ ଡକାଇଥିଲେ। ବିଶ୍ୱାସ ସହକାରେ ସ୍ୱର୍ଗତ ମହାକୁଡ ଆସିବା ପରେ ଦୁଇ ଭାଇଙ୍କ ମିଳିତ ଆକ୍ରମଣରେ ତାଙ୍କ ଜୀବନ ଯାଇଥିବା ଶୁଣିବାକୁ ମିଳୁଛି। ଉକ୍ତ ଘଟଣା ଖବର ପାଇ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଓ ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହିତ ଜନୈକା ମହିଳାର ସ୍ୱାମୀ ଓ ଦିଅରକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡୁଛି।