BIG NEWS
ଓଡ଼ିଶାରେ ଶ୍ରମିକମାନଙ୍କ କାର୍ଯ୍ୟସମୟ ଆଠ ଘଣ୍ଟାରୁ ୧୦ଘଣ୍ଟା ବୃଦ୍ଧି ନିଷ୍ପତ୍ତିକୁ ଏଆଇଟିୟୁସିର ବିରୋଧ
ଆଫଗାନିସ୍ଥାନ ଶାନ୍ତି ଚାହୁଁଛି, ଯଦି ପାକିସ୍ଥାନ ରାଜି ନ ହୁଏ ତେବେ ଅନ୍ୟ ବିକଳ୍ପ ଉପଲବ୍ଧ : ବୈଦେଶିକ ମନ୍ତ୍ରୀ ମୁତାକି
ଶାରଦୀୟ ଉତ୍ସବରେ ବେଲୁନ ବିକାଳୀ ହତ୍ୟା ମାମଲା ଉପଖଣ୍ଡ ପୋଲିସ ତଦନ୍ତ ହେଲାକି ବାଟବଣା, ଅନ୍ୟ ତିନି ସଂପୃକ୍ତ ଗଲେ କୁଆଡ଼େ
ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ

ଉଚ୍ଛେଦ ପ୍ରତିବାଦରେ କଟକ ଷ୍ଟେସନ ବଜାରର ଶତାଧିକ ବ୍ୟବସାୟୀଙ୍କ ଆନ୍ଦୋଳନ

FMNEWS.IN 13-01-2025
Hundreds of traders at Cuttack Station Bazaar protest against demolition

କଟକ, ୧୩ ଜାନୁଆରୀ: ରେଳବାଇର ବିକାଶ ହେଉ, ଆମେ ବି ଏହି ବିକାଶରେ ସାମିଲ୍ ରହିବୁ ।କିନ୍ତୁ ଊଚ୍ଛେଦକୁ ବରଦାସ୍ତ କରିବୁ ନାହିଁ। ଏବେ କଟକ ରେଳ ଷ୍ଟେସନର ଅତ୍ୟାଧୁନିକରଣ ହେବାକୁ ଥିବା ବେଳେ କଟକ ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ପାଇଁ ଦୋକାନ ଘର ଗୁଡିକୁ ଉଛେଦ ପାଇଁ ଖୋର୍ଦ୍ଧା ମଣ୍ଡଳ ରେଳ କର୍ତ୍ତୃପକ୍ଷ ଏବେ ନୋଟିସ ଦେବା ପରେ ସମଗ୍ର ଷ୍ଟେସନ ବଜାରରେ ଏକ ପ୍ରକାରର ଅସ୍ଥିରତା ଦେଖାଦେବା ସହ ଅଚଳାବସ୍ଥା ଦେଖାଯାଇଛି । ରେଳ କର୍ତ୍ତୃପକ୍ଷଙ୍କ ଉଚ୍ଛେଦ ନୋଟିସ ପାଇବା ପରେ ଆଜି ବଜାରର ସମସ୍ତ ବ୍ୟବସାୟୀ ପ୍ରଥମେ ସମସ୍ତ ବ୍ୟବସାୟୀଙ୍କୁ ରେଳ କର୍ତ୍ତୃପକ୍ଷ ଥଇଥାନ କରିବା ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବଜାର କମିଟିର ସମ୍ପାଦକ ଶୁଭାଶିଷ ପଟ୍ଟନାୟକ କହିଛନ୍ତି, ପୁରୁଷ ପୁରୁଷ ଧରି ରେଳବାଇ ଜମିରେ ବସି ବ୍ୟବସାୟ କରି ଆସିଛୁ । ଆମର ଜୀବନ ଜୀବିକା ରେଳବାଇ ସହ ଓତଃପ୍ରୋତଃ ଭାବେ ଜଡ଼ିତ । ଆମେ ରେଳବାଇର ସର୍ବାଙ୍ଗୀନ ଉନ୍ନତି ଚାହୁଁଛୁ ଏବଂ ଏହି ଉନ୍ନତିରେ ଆମେ ବି ସାମିଲ୍ ରହିବୁ । ଆମେ ଦାବି କରୁନୁ, କିନ୍ତୁ ରେଳ କର୍ତ୍ତୃପକ୍ଷ ଆମ ପାଇଁ ସମବେଦନା ପୂର୍ବକ ଥଇଥାନ କରିବା ଏକାନ୍ତ କାମନା । କଟକ ସହରର ଉନ୍ନତି ସହ ରେଳବାଇର ଉନ୍ନତି ହେଉଥିବା ବେଳେ କଟକ ଷ୍ଟେସନ ବଜାରର ସମସ୍ତ ବ୍ୟବସାୟୀଙ୍କୁ ରେଳ କର୍ତ୍ତୃପକ୍ଷ କିପରି, କେଉଁଠି ଥଇଥାନ କରିବେ ତାହା ହିଁ ମୁଖ୍ଯ ପ୍ରଶ୍ନବାଚୀ ।