- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୨୦ରୁ ଉର୍ଦ୍ଧ ଗୁରୁତର
ଜୟପୁର, ୨୯ ଡିସେମ୍ବର - ଗୁପ୍ତେଶ୍ୱର ସୁକନାଳ ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଅଧୁରା ରହିଲା ଗୁପ୍ତେଶ୍ୱର ଶୈବ ପୀଠ ଦର୍ଶନ l ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି, ୨୦ରୁ ଉର୍ଦ୍ଧ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି l କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ପୀଠ ସୁକନାଳ ନିକଟରେ ଘଟିଛି ଏଭଳି ଅଘଟଣ l କଟକରୁ ଗୁପ୍ତେଶ୍ୱର ଯାଉଥିବା ବେଳେ ସୁକନାଳ ନିକଟରେ ଓଲଟି ପଡିଲା ବସ l କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି l ଆଉ କୋଟପାଡ଼ ବିଧାୟକ ରୁପୁ ଭତ୍ରା ବୈପାରୀଗୁଡା ମେଡ଼ିକାଲରେ ପହଂଚି ଆହତଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି l କଟକ ଠାରୁ କୋରାପୁଟ ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲା ପର୍ଯ୍ୟଟନ ବସ l ଗୁପ୍ତେଶ୍ୱର ଠାକୁର ଦର୍ଶନ କରିବେ ଏଥିଲାଗି ହସ ଖୁସିରେ ଥିଲେ ପର୍ଯ୍ୟଟକ l ସକାଳେ ହଠାତ ମାଡିଆସିଲା ଦୁଃଖର ପାହାଡ଼ l ଉଜାଡିଦେଲା ଏକାଧିକ ଜୀବନ l ଅଧୁରା ରହିଗଲା ଗୁପ୍ତେଶ୍ୱର ଠାକୁର ଦର୍ଶନ l ଦର୍ଶନ ପୂର୍ବରୁ ସୁକନାଳ ନିକଟରେ ରାସ୍ତା କଡ଼କୁ ଓଲଟି ଯାଇଥିଲା ବସ l ୨୦ରୁ ଉର୍ଦ୍ଧ ପର୍ଯ୍ୟଟକ ଗୁରୁତର ଅବସ୍ଥାରେ ବୈପାରୀଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ l ସେଥି ମଧ୍ୟରୁ ଅତି ଗୁରୁତରଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ଯାତ୍ରୀ l କାହାର ହାତ ନାହିଁ ତ ଆଉ କାହାର ଗୋଡ଼ ଛିଣ୍ଡିଛି l ଆଉ ବସ ତଳେ ଚାପି ହୋଇ ରହିଥିଲେ ୩ ଜଣ l ସମସ୍ତ ମୃତକ କଟକ ଜିଲ୍ଲାର ବୋଲି ଜଣାପଡିଛି l ଜଣେ ଡ୍ରାଇଭର ବାଲିକୁଦାର ୫୮ ବର୍ଷୀୟ ରଞ୍ଜନ ମହାନ୍ତି, ଖାଲିପଟନାର ୨୧ ବର୍ଷୀୟ ମହିଳା ଭାଗ୍ୟଶ୍ରୀ ମିହାପାତ୍ର, ଏବଂ ଅନ୍ୟ ଜଣେ କଟକର ୬ ବର୍ଷୀୟ ଛୁଆଁ ସୋମନାଥ ପୃଷ୍ଟି l ଏହି ୩ ଜଣଙ୍କ ଉପରେ ବସ ଚାପିହେବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି l ଘଟଣାସ୍ଥଳରେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଆଲମଣି ସେଠି ଏବଂ କୋରାପୁଟ ଏସପି ରୋହିତ ବର୍ମା ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ l ଜୟପୁର ଓଡ୍ରାଫ ଟିମ, ବୈପାରୀଗୁଡା ଅଗ୍ନିଶ୍ରମ ବାହିନୀ ଏବଂ ବିଏସଏଫ ଯବାନଙ୍କ ଦ୍ୱାରା କ୍ରେନ ସାହାଯ୍ୟରେ ବସ ଉଠାଯାଇଥିଲା l ପରେ ବସ ତଳେ ଚାପି ହୋଇ ଥିବା ମର ଶରୀର ଉଦ୍ଧାର କରାଯାଇଥିଲା l ସେପଟେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ବୈପାରୀଗୁଡା ମେଡ଼ିକାଲରେ ପହଂଚି ଆହତଙ୍କୁ ଭେଟିଥିଲେ l ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି l ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ମୃତାହତଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିବୋଲି କହିଛନ୍ତି l ବୈପାରୀଗୁଡା ଆଇଆଇସି ଦୀପାଞ୍ଜଳି ପ୍ରଧାନ ତହସିଲଦାର ସ୍ନିଗ୍ଧା ଚୌଧୁରୀ ଏବଂ ବିଡ଼ିଓ ଅଭିମନ୍ୟୁ କବି ଶତପଥି ପ୍ରମୁଖ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l