- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପ୍ରେମିକଙ୍କ ଘର ସମ୍ମୁଖରେ ପ୍ରେମିକାର ଧାରଣା
କୋରାଇ, ୧୪ ଜାନୁଆରୀ ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ଗ୍ରାମର ପୂଜା ସେଠୀ (୨୧) ନାମକ ଯୁବତୀଙ୍କ ସହିତ ପାଖ ଘରର ଶ୍ରୀହରୀ ପାତ୍ରଙ୍କ ପୁଅ ଆନନ୍ଦ (୨୪)ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ମାତ୍ର ଯୁବତୀର ପରିବାର ନିଚ୍ଚ ଜାତିର ହୋଇଥିବାରୁ ପୁଅର ପରିବାର ଲୋକ ମାନେ ଉକ୍ତ ବିବାହରେ ରାଜି ହୋଇନଥିଲେ। ଆନନ୍ଦ ପ୍ରେମିକାକୁ ପ୍ରବର୍ତାଇ ଗତ ୭ ତାରିଖ ଦିନ ଦିଲ୍ଲୀ ପଳାଇ ଯାଇ ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲା। ଏଣେ ଘରେ ଝିଅକୁ ନପାଇ ଯୁବତୀଙ୍କ ମାଆ ପରଦିନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଅଭିଯୋଗଟିକୁ ଗ୍ରହଣ କରି ଏକ ନିଖୋଜ ମାମଲା ଦାୟର ମଧ୍ୟ କରିଥିଲା। ତେବେ ଗତ କାଲି ଆନନ୍ଦ ତାର ପ୍ରେମିକାକୁ ଧରି କଟକରେ ଆସି ସମ୍ପର୍କୀୟଙ୍କ ଘରେ ରହିଥିଲା। ଆନନ୍ଦର ପରିବାର ଲୋକ ମାନେ ଉକ୍ତ ବିଷୟରେ ଜାଣିପାରି ଉଭୟ ପରିବାର ବସି ଉକ୍ତ ବାହାଘରକୁ କରାଇବୁ ବୋଲି ଆନନ୍ଦର ବାପା ପ୍ରତିଶୃତି ଦେବା ସହିତ ଉଭୟଙ୍କୁ ଘରକୁ ଫେରି ଆସି ବୋଲି କହିଥିଲେ। ଯୁବତୀ ଜଣକ ଯିବା ପରେ ଆନନ୍ଦ ଓ ତାର ବାପା,ମାଆ ଘରେ ତାଲା ପକାଇ ଉକ୍ତ କାରରେ େରାର ହୋଇଯାଇଥିଲେ। ପ୍ରେମିକାର ଘର ନିକଟରୁ ମାତ୍ର ୧୦୦ ମିଟର ଦୁରରେ ଥିବା ପ୍ରେମିକାର ଘର ହୋଇଥିବାରୁ ପ୍ରେମିକା ଜଣକ କୈାଣସି ମତେ ବାହାରକୁ ଆସି ପ୍ରେମିକର ଘରେ ତାଲା ପଡ଼ିଥିବା ସହିତ ସମସ୍ତେ ଘରୁ େରାର ହୋଇଯାଇଥିବାର ଦେଖି ରାତି ଦୁଇଟା ବେଳେ ପ୍ରେମିକର ଘରର ଗେଟ ସମ୍ମୁଖରେ ଧାରଣାରେ ବସିଥିଲା। ଏ ବିଷୟରେ ଗ୍ରାମର କିଛି ବ୍ୟକ୍ତି ଜାଣିପାରି ଯୁବତୀଙ୍କୁ ବୁଝାଇବା ସହିତ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଯୁବତୀଙ୍କୁ ଧରି ଥାନାକୁ ଆଣିଥିଲେ। ଉକ୍ତ ଘଟଣା ପରେ ପୁଲିସ ଫେରାର ପ୍ରେମିକ ଓ ତାର ବାପା ମାଆଙ୍କୁ ଖୋଜୁଛି।