BIG NEWS
ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
ଭୋଟ ଚୋର ସରକାର ମହାତ୍ମାଙ୍କ ନାମ ପରିବର୍ତ୍ତନ କରିବାର ଦୁଃସାହସ କରିଛି : କଂଗ୍ରେସ

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

FMNEWS.IN 30-12-2025
Bhadrak District Congress Committee protest in front of the electricity department office

ଭଦ୍ରକ : - ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ମିଥ୍ୟା ପ୍ରତିଶୃତି, ୩୦୦ ୟୁନିଟ ବିଜୁଳି ଛାଡ଼, କୃଷି ପାଇଁ ଦେୟ ମୁକ୍ତ ବିଜୁଳି ପ୍ରଦାନ, ନୂତନ ମିଟରର ମାନଦଣ୍ଡର ସତ୍ୟତା ଯାଂଚ ଏବଂ ସ୍ପେସକ୍ଷଲ ସିକ୍ରୋଟି ବାତିଲ ଦାବୀରେ ବାଇପାସ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ପାର୍ଟି କାର୍ଯ୍ୟାଳୟ ରୁ ଏକ ବିରାଟ ରାଲି ବାହାରି ସହର ପରିକ୍ରମା କରିବା ପରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲେ । ଶତାଧିକ ଦଳୀୟ କର୍ମୀ କାର୍ଯ୍ୟାଳୟ ପରିସର ମଧ୍ୟକୁ ଧସେଇ ପଶି ବିଦ୍ୟୁତ ବିଭାଗ ଓ ସରକାରଙ୍କ ବିରୋଧରେ ନାରାବାଜି ଦେଇ ଧାରଣା ରେ ବସିଥିଲେ । ପରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ନଳିନୀ ମହାନ୍ତି ରାଜ୍ୟ ସରକାରଙ୍କ ବେନିୟମ କାର୍ଯ୍ୟକୁ ବିରୋଧ କରିବା ସହ ଜନସାଧାରଣଙ୍କ ଠାରୁ ଅସଦ ଉପାୟରେ କୋଟି କୋଟି ଟଙ୍କା ଲୁଟିନେବା ପାଇଁ ସରକାର ଯେଉଁ ହୀନ ଉଦ୍ୟମ କରିଛନ୍ତି ତାହାକୁ ନେଇ ଆଗାମୀ ଦିନରେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀମହାନ୍ତି ଧମକ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ,ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି,ରାଜ୍ୟ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା,ନାରୀନେତ୍ର ସବିତା ଚନ୍ଦ୍,ଶର୍ମିଷ୍ଠା ପଣ୍ଡା, ଟାଉନ ସଭାପତି ଅବଦୁଲ ମୋକିତ ଖାଁ,ଭଦ୍ରକ ବ୍ଲକ ସଭାପତି ପୀତବାସ ଧଳ,ବିଦ୍ୟାଧର ଜେନା, ଧାମନଗର ବ୍ଲକ ସଭାପତି ରମେଶ ବେହେରା ପ୍ରମୁଖ ନେତା ମାନେ ସରକାରଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବା ସହ ଦଳ ପକ୍ଷରୁ ୪ ଦିଆଯାଇ ଥିବା ଗୋଟି ଦାବୀ ତୁରନ୍ତ କାର୍ଯ୍ୟକାରୀ କରା ନଗଲେ ଆଗାମୀ ଦିନରେ ଜିଲ୍ଲା କମିଟି ପକ୍ଷରୁ ବ୍ୟାପକ ଆନ୍ଦୋଳ,ନ କରାଯିବ ବୋଲି ନେତା ମାନେ ଧମକ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଅନୁସୂଚିତ ଜାତି ବିଭାଗ ର ଜାନକୀ ମଲ୍ଲିକ, ସମ୍ପାଦକ ଶଶିକାନ୍ତ ଜେନା, ସାଧାରଣ ସମ୍ପାଦକ ହରିହର ମଣ୍ଡଳ,ସମ୍ପାଦକ ରଞ୍ଜନ ଜେନା, ଲାଲୁ ଖାଁ, ଭଦ୍ରକର ଯୁବନେତା ଇଲିଆସ ଅଲି ଖାଁ, କାଉନସିଲର ସାହିଲ କାଦ୍ରୀ, ଗଣେଶ ମଲ୍ଲିକ, ବିପିନ ବିହାରୀ ମିଶ୍ର,ନାରୀ ନେତ୍ରୀ ଶେଖ ହାସିନକ୍ଷ,ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ର ଯୁବନେତା,ସେକ ସାଦ୍ଦିକ,ବିଜୟ ବାରିକ,ଜ୍ୟୋସ୍ନା ରାଣୀ ଜେନା,ଧରିତ୍ରୀ ଜେନା,ଯୁବ ନେତା ମନୋଜ ମଲ୍ଲିକ,ଖଗେଶ୍ୱର ଜେନା (ଟୁଟୁନା) ,ହାଡିବନ୍ଧୁ ବିଶ୍ୱାଳ ପ୍ରମୁଖ ନେତା ମାନେ ଏହି ପ୍ରତିବାଦ ସଭାରେ ସାମିଲ ହୋଇ ସରକାରଙ୍କ ଏହି ବେନିୟମ କାର୍ଯ୍ୟକୁ ତୀବ୍ର ଭର୍ସନା କରିଥିଲେ । ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭାରେ ଜିଲ୍ଲାର ସାତ ଗୋଟି ବ୍ଲକର ୫ଶହ ରୁ ଉର୍ଦ୍ଧ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ଥିଲେ ।