- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ବଲାଙ୍ଗିରକୁ ଫେରିଲା ପେରାମ୍ବୁର ରେଲୱେ ଷ୍ଟେସନ ନିକଟରେ ମରିଥିବା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ : ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଲେ
ବଲାଙ୍ଗିର, ୧୬ ଜାନୁଆରୀ - କାମ ନ ପାଇ ବାହର ରାଜ୍ୟକୁ ଯାଉଛନ୍ତି ହଜାର ହଜାର ଦାଦନ ଶ୍ରମିକ । ଆଉ ସେଠାକୁ ଯାଇ କାମ କଣ କରିବେ, କିଏ ନିର୍ଯ୍ୟାତନା ଶିକାର ହେଉଛନ୍ତି ତ ଆଉ କିଏ ଶବ ହୋଇ ଘରକୁ ଫେରୁଛନ୍ତି । ଗତ ୧ ତାରିଖରେ ହାତୀଶାଲପଡ଼ାର ଦୁଇଜଣ ସାଙ୍ଗ ଉମେଶ ପାଣ୍ଡେ ଏବଂ କୁନୁ ବନଛୋର ଦାଦନ ଖଟିବା ପାଇଁ ଚେନ୍ନାଇକୁ ଯାଇଥିଲେ । ହେଲେ ୧୧ ତାରିଖରେ ପେରାମ୍ବୁର ରେଲୱେ ଷ୍ଟେସନ ନିକଟରେ ଉଭୟଙ୍କ ଶବ ପଡିଥିଲା । ଯାହକୁ ନେଇ ସେଠାକାର ରେଲୱେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ, ଧାର କରଜ କରି ଉଭୟଙ୍କ ଶବକୁ ଆଣିବାକୁ ଯାଇଥିଲେ । ସେଠାର ସେମାନେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିବା ପାଇଁ କହିବାରୁ ସେଠାର ପୋଲିସ ମାମଲା ରୁଜୁ କରିନଥିଲେ। ସେଠାରୁ ଆମ୍ବୁଲାନ୍ସ ରେ ଶବ ଅଣାଯାଇ ଶ୍ରମ ବିଭାଗ ଆମ୍ବୁଲାନ୍ସ ଖର୍ଚ୍ଚ ୬୨ ହଜାର ଟଙ୍କା ଦେଇଥିବା ପ୍ରକାଶ। ଗତକାଲି ତାଙ୍କ ଶବକୁ ଧରି ବଲାଙ୍ଗିର ପହଂଚିଥିବା ବେଳେ ଦୁଇ ଜଣ ସାଙ୍ଗ ଉମେଶ ଏବଂ କୁନୁଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଓଡ଼ିଶା ଓ ତାମିଲ ନାଡୁ ସରକାରଙ୍କ ଠାରେ ଦାବୀ କରିଛନ୍ତି। ଏହା ଦୁର୍ଘଟଣା ଜନିତ ମୃତ୍ୟ ବୋଲି ରେଲ ପୋଲିସ ପ୍ରକାଶ କରିଛି।