- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ଗଛରେ ପିଟିଲା କାର : ୩ ମୃତ, ଜଣେ ଗୁରୁତର

ଜୟପୁର :- କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୈପାରୀଗୁଡା ଥାନା ଅନ୍ତର୍ଗତ ୩୨୬ ନମ୍ୱର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ଗଛରେ ପିଟିଲା କାର। ଘଟଣାସ୍ଥଳରେ ୩ ମୃତ, ଜଣେ ମହିଳା ଗୁରୁତର। ଗୁରୁତରଙ୍କୁ ଜୟପୁର ମେଡିକାକୁ ସ୍ଥାନାନ୍ତରିତ କରାଯାଇଛି l ନୟାଗଡ଼ର ସୁଧୀପ୍ତ କୁମାର ସିଂ ସାମନ୍ତଙ୍କ ପରିବାର ଲୋକେ ନୟାଗଡ଼ ଠାରୁ ମାଲକାନଗିରି ଯାଉଥିବା ବେଳେ ବୈପାରୀଗୁଡା ଥାନା ଅନ୍ତର୍ଗତ ଗୌଡ଼ଗୁଡା ଛକରେ ଗଛ ଧକ୍କା ହୋଇ ଦୁର୍ଘଟଣା ଘଟିଛି l ଖରା ଛୁଟି ପାଇଁ ସୁଧୀପ୍ତ କୁମାରଙ୍କ ଭାଇ ଘର ମାଲକାନଗିରି ଯାଉଥିଲେ ପରିବାର ଲୋକେ l ଗାଡି ଚାଳକ ସୁଧୀପ୍ତ କୁମାର ସିଂ ସାମନ୍ତଙ୍କ ଆଖି ଲାଗିଯିବା ଫଳରେ ଘଟିଛି ଦୁର୍ଘଟଣା।
ମାଲକାନାଗିରି ରାସ୍ତାର ଚନ୍ଦ୍ରପଡ଼ା ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ି ଚାଳକଙ୍କ ସାମାନ୍ୟ ଭୁଲ୍ ପାଇଁ ବଡ ଅଘଟଣ ଘଟିଛି । ଆଜି ସକାଳେ ଘଟିଛି ଏହି ଦୁଃଖଦ ଘଟଣା । ଲିଭିଗଲା ୩ ଜଣକ ଜୀବନ ଦୀପ । ଆଖିପତା ପଡିଯିବାରୁ ଗଛରେ ପିଟି ହୋଇଗଲା କାର । ଏତେ ଜୋରରେ ଗଛରେ ପିଟି ହେଲା ଯେ କାରରେ ବସିଥିବା ୩ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଜଣେ ମହିଳା ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ପ୍ରଥମେ ବୈପରିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ନୟାଗଡ଼ ରୁ ମାଲକାନଗିରି ଅଭିମୁଖେ ଯାଉଥିଲେ। ଛୁଟିରେ ବୁଲିବାକୁ ଯାଉଥିଲେ ମାଲକାନଗିରି ରହୁଥିବା ସମ୍ପର୍କୀୟଙ୍କ ଘରକୁ । ମାତ୍ର କିଛି ଘଣ୍ଟା ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥାନ୍ତେ। ହେଲେ ବିଧିର ବିଧାନ ଅଲଗା । ସମ୍ପର୍କୀୟଙ୍କ ସହ ଦେଖା ହୋଇପାରିଲା ନାହିଁ। ଅଧା ବାଟରେ ଘଟିଲା ଦୁର୍ଘଟଣା । ମୃତକ ମଧ୍ୟରେ ୨ମହିଳା ଜଣେ ପୁରୁଷ ବୋଲି ଜଣାପଡ଼ିଛି । ନୟାଗଡ଼ର ସୁଧୀପ୍ତ କୁମାର ସିଂ ସାମନ୍ତ ନିଜେ ଗାଡ଼ି ଚଲାଇ ପରିବାରଙ୍କୁ ଧରି ନୟାଗଡ଼ ଠାରୁ ମାଲକାନଗିରି ଯାଉଥିଲେ । ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପଡ଼ା ନିକଟରେ ନିଦ ମାଡି ଥିଲା । ଆଖିପତା ପଡିଯିବାରୁ ରାସ୍ତାରୁ ଖସି ଗଛରେ ପିଟି ହୋଇଯାଇଥିଲା କାର l ଖରା ଛୁଟି ପାଇଁ ସୁଧୀପ୍ତ କୁମାରଙ୍କ ଭାଇ ଘର ମାଲକାନଗିରି ଯାଉଥିଲେ ପରିବାର ଲୋକେ l ନିଦ ମାଡିବାରୁ ଅଜାଣତରେ ଆଖି ଲାଗିଯାଇଥିଲା ଫଳରେ ଗଛକୁ ପିଟି ଦୁର୍ଘଟଣା ଘଟିଗଲା ବୋଲି ଗାଡି ଚାଳକ ଆହତ ସୁଦିପ୍ତ କୁମାର ସିଂ ସାମନ୍ତ ସୂଚନା ଦେଇଛନ୍ତି l ଘଟଣା ସ୍ଥଳରେ ବୈପାରିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ କରୁଛି ।