- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ପୂର୍ବରୁ କଂଗ୍ରେସର ବିରୋଧ, କର୍ମୀଙ୍କୁ ଉଠାଇନେଲା ପୋଲିସ।
ଖୋର୍ଦ୍ଧା : ଖୋର୍ଦ୍ଧା ହଳଦୀପଦା ଓ ମୁଣ୍ଡାମ୍ବ କାଳିବେତୀଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଇନଶୃଙ୍ଖଳା ଦୃଷ୍ଟିରୁ କଂଗ୍ରେସ ମୁଖପାତ୍ର ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ସୋନାଲି ସାହୁଙ୍କ ସମେତ ୫ଜଣ ସହଯୋଗୀଙ୍କୁ ଜଟଣୀ ବାଇପାସ ବାସଭବନରୁ ଶିଳ୍ପାଞ୍ଚଳ ପୋଲିସ ଉଠାଇ ନେଇଛି। ସୋନାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଘର ସମ୍ମୁଖରେ କଳାପତାକା ଦେଖାଇ ସଭାସ୍ଥଳକୁ ବାହାରୁଥିବାବେଳେ ପୋଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା। ସେହିପରି ଛାତ୍ର ନେତା ସୌମ୍ୟ ରଞ୍ଜନ ବରାଳ ଓ ସହଯୋଗୀଙ୍କୁ ଗଡଖୋର୍ଦ୍ଧା ତରାବୋଇ ରାସ୍ତାରୁ ଶିଳ୍ପାଂଚଳ ପୋଲିସ ଉଠାଇ ନେଇଥିଲା। ସୌମ୍ୟ ରଞ୍ଜନ ବାଇକରେ ଖୋର୍ଦ୍ଧା ହଳଦିପଦା ଅଞ୍ଚଳକୁ ଯାଉଥିବା ସମୟରେ ଖବର ପାଇ ପୋଲିସ ଟିମ ବରୁଣେଇ ରାସ୍ତାରେ ଜଗି ରହିଥିଲେ। ସେ ସେଠାରେ କଳାପତାକା ଦେଖାଇ ଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ବିଶ୍ବଭୁଷଣ ଛୋଟରାୟଙ୍କୁ ଜଙ୍କିଆ ପୋଲିସ ଉଠାଇ ନେଇ ଥାନାରେ ବସାଇଥିଲେ।ତେବେ ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ଛାଡ଼ିଦେଇଥିଲା।