Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଶବ ନେଇ ଫେରୁଥିଲେ ଶବ ହୋଇଗଲେ
FMNEWS.IN
01-02-2025
ଭଦ୍ରକ, ୧ ଫେବୃଆରୀ - କଟକରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣେ ମୃତକଙ୍କୁ ଆମ୍ବୁଲାନ୍ସରେ ଘରକୁ ଆଣିବା ବାଟରେ ଗାଡି ଚାଳକ ସମେତ ୩ ଜଣ ପରିବାର ଲୋକ ଶବ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭୋଗରାଇ ଅଂଚଳର ଦିବାକର ଜେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ କଟକ ମେଡିକାଲ ନେଇଯାଇଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହେବାରୁ ତାଙ୍କୁ ଏକ ଆମ୍ବୁଲାନ୍ସରେ ଭୋଗରାଇକୁ ଅଣାଯିବା ରାସ୍ତାରେ ୧୬ନଂ ଜାତୀୟ ରାଜପଥ ମଇତାପୁର ନିକଟରେ ଆମ୍ବୁଲାନ୍ସଟି ଏକ ଡମ୍ପର ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦିବାକରଙ୍କ ପୁତ୍ର, ଭିଣୋଇ ଓ ଆମ୍ବୁଲାନ୍ସ ଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି।