- ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ୍ ଭାରତର ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ: ବିଶେଷଜ୍ଞ
- ଟ୍ରମ୍ପଙ୍କ ଭାରତ ଉପରେ ୨୫% ଟାରିଫ ଲାଗୁକୁ ନେଇ କଂଗ୍ରେସର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ
- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
ଏମଭି ୮୦ ଗ୍ରାମରେ ମନରେଗା ରାସ୍ତା କାମ ଦୁଇ ଦିନରେ ସାରିଦେଲା ମେସିନ, ଶ୍ରମିକ ଆକାଉଣ୍ଟକୁ ଟଙ୍କା ଗଲା କିପରି : ଭିଜିଲାନ୍ସ ତଦନ୍ତ ଦାବୀ

ମାଲକାନଗିରି, ୧୪ ଅପ୍ରେଲ - ମାଲକାନଗିରି ଜିଲ୍ଲାରେ ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ ଦ୍ଵାରା କାର୍ଯ୍ୟ କରାଇବା ଏକ ପ୍ରକାର ପ୍ରଥା ସ୍ୱରୂପ ହୋଇଯାଇଥିବା ବେଳେ ଏନେଇ ପୂର୍ବରୁ ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଛି । ଏହା ସତ୍ବେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ତ୍ତମାନ ମନରେଗା କାର୍ଯ୍ୟରେ ମେସିନ ଲାଗିବା ବନ୍ଦ ହେବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ହୋଇଥିବା ବେଳେ ଏହା କିନ୍ତୁ ନିଜର ମୂଳ ଲକ୍ଷ୍ଯରୁ ଓହରି ମେସିନ ମାଲିକ ମାନଙ୍କୁ ରୋଜଗାର ଯୋଗାଉଥିବା ଅଭିଯୋଗ ହୋଇଛି । କିଛି ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଅନ୍ତର୍ଗତ ଏମଭି ୮୦ ଗ୍ରାମ ଠାରୁ ମଶାଣିଘାଟ ରାସ୍ତା କାମରେ ।
ସୂଚନା ମୁତାବକ, ଏମଭି ୮୦ ଗ୍ରାମ ଠାରୁ ମଶାଣିଘାଟ କୋଡ଼ ନମ୍ୱର ୨୪୩୧୦୧୦୦୧୩/ଆରସି/୧୦୫୭୩୯୧୮ ରେ ୨୦୨୩-୨୪ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୭ ଲକ୍ଷ ୨ ହଜାର ଟଙ୍କା ବ୍ୟୟ ଅଟକଳର ରାସ୍ତା କାମ ହୋଇଛି । କିନ୍ତୁ, ସ୍ଥାନୀୟ କିମ୍ବା ପଞ୍ଚାୟତ ଅର୍ନ୍ତଗତ ଶ୍ରମିକ ଦ୍ଵାରା ଏହି କାର୍ଯ୍ୟ କରିବା ନିୟମାବଳୀରେ ରହିଥିବା ସତ୍ତ୍ୱେ ଅତ୍ୟଧିକ ଲାଭବାନ ହେବାକୁ ଲକ୍ଷ୍ୟ ରଖି ବେଆଇନ୍ ଭାବେ ଶ୍ରମିକ ବଦଳରେ ପୋକ୍ଲିନ ମେସିନ୍ ଦ୍ଵାରା କାମ କରାଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା ବିନା ଏପରି ଦୁର୍ନୀତି ପୁର୍ଣ୍ଣ କାର୍ଯ୍ୟ ସମ୍ଭବ ନୁହେଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ରାସ୍ତା କାମ ଶ୍ରମିକ ଦ୍ଵାରା ହୋଇଥିଲେ ସ୍ଥାନୀୟ ଲୋକେ ମଜୁରୀ ପାଇ ଆତ୍ମନିର୍ଭରଶୀଳ ହୋଇ ପାରିଥାନ୍ତେ, ଯାହାକି ମେସିନ୍ ଦ୍ଵାରା ମାତ୍ର ଦୁଇ ଦିନରେ କାମ ଶେଷ କରି ଠିକାଦାର ମୋଟା ଅଙ୍କର ଅର୍ଥ ଲାଭ କରିବା ଭଳି ଚିତ୍ର ସାମ୍ନାକୁ ଆସିଛି ।
ସବୁଠୁ ବଡ଼ କଥା, ଠିକାଦାର ମେସିନ୍ ଦ୍ଵାରା ମାତ୍ର ଦୁଇ ଦିନରେ କାମ ଶେଷ କରି ସ୍ଥାନୀୟ ଜବ କାର୍ଡ ଧାରିଙ୍କ ଆକାଉଣ୍ଟକୁ ଅସାଧୁ ଉପାୟରେ ଅର୍ଥ ପଠାଇ ଲାଭବାନ ହୋଇଛନ୍ତି । ତେବେ ଏନେଇ ସମ୍ପୃକ୍ତ ପଂଚାୟତର କନିଷ୍ଠ ଯନ୍ତ୍ରୀ ସୋମ୍ୟ ରଞ୍ଜନ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା ବେଳେ ଏ ସଂପର୍କରେ ସମ୍ପୃକ୍ତ ପଂଚାୟତର ଏଡ଼ିଇଓଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରି ସୂଚନା ଦେବେ ବୋଲି କହିଛନ୍ତି । ଏହି କାମରେ ଲଗାଯାଇଥିବା ସୂଚନା ଫଳକରେ ୨୦୨୩-୨୪ଆର୍ଥିକ ବର୍ଷ ର କାମକୁ ୨୦୨୪-୨୫ ଲେଖା ଯାଇଥିବା ବେଳେ ଅଟକଳ ମୂଲ୍ୟ କାମ ଆରମ୍ଭ ଓ ଶେଷ ତାରିଖ ଲେଖା ଯାଇଛି।
ଏଠାରେ ପ୍ରଶ୍ନ ଉଠୁଛି ଯେ, ଏଭଳି ନିର୍ଭୁଲ କାର୍ଯ୍ୟ ଫଳକରେ କିପରି ଜିଓଟେଗ କରାଯାଇ ମଜୁରୀ ପ୍ରଦାନ କରାଯାଇଛି। ଏହି କାମର ଭିଜିଲାନ୍ସ ତଦନ୍ତ ପାଇଁ ସାଧରଣରେ ଦାବୀ ହେଉଛି।