- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବିଦ୍ୟାଳୟର ପରିଚାଳନା କମିଟି ଗଠନରେ ବାଧକ ସାଜିଲେ ବିଧାୟକ
ଘଟଗାଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଜଳସୁଆଁ ପଂଚାୟତ ଜଳସୁଆଁ ଗ୍ରାମର ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନରେ ବାଧକ ସାଜିଲେ ବିଧାୟକ। ସୂଚନା ଅନୁଯାୟୀ ଦୀର୍ଘ ପାଂଚ ବର୍ଷ ଧରି ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟରେ ବୋହୁ ବାଦ ବିବାଦ ଲାଗି ରହିଥିବାବେଳେ ପରିଚାଳନା କମିଟି ଗଠନ ହୋଇପାରୁ ନାହିଁ। ତେବେ ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ଏବଂ ବର୍ତମାନର ବିଧାୟକ ଅଭିମନ୍ୟୁ ସେଠୀ ମଧ୍ଯ ସହଯୋଗ କରୁନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଗୌରୀ ରାଣୀ ନାଏକଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଦିନ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ସଭା ଗୃହ ଠାରେ ପରିଚାଳନା କମିଟି ଗଠନ ନିମନ୍ତେ ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ପଂଚାୟତ ସରପଂଚ ପ୍ରଶାନ୍ତି ମାଝୀ, ସମିତି ସଭ୍ୟ ସଂନ୍ଧ୍ୟାରାଣି ବିଶ୍ୱାଳ, ଅଭିଭାବକଙ୍କ ସମେତ ଗ୍ରାମର ଶତାଧିକ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭ ପୂର୍ବରୁ ବିଧାୟକ ପ୍ରତିନିଧି କିଏ ବୋଲି ଗ୍ରାମବାସୀ ଓ ଅଭିଭାବକ ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ କରିବାରୁ ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ ପ୍ରତିନିଧି କାହାକୁ ଦିଆଯାଇ ନଥିବା କହିଥିଲେ। ତେବେ ପ୍ରତିନିଧି କେହି ନଥିବାରୁ ସଭାସଂଗ କରି ସମସ୍ତେ ଅସନ୍ତୋଷ ପ୍ରକାଶ କରି ସଭା ଗୃହ ଛାଡ଼ି ଚାଲି ଯାଇଥିଲେ। ଏହି ଘଟଣା ବିଷୟରେ ପ୍ରଧାନ ଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଣୀଙ୍କୁ ଜଣାଇବା ପରେ ଆନନ୍ଦପୁର ଉପ ଜିଲ୍ଲାପାଳ ଫାଲଗୁନି ମାଝୀଙ୍କୁ ଲିଖିତ ଜଣାଇବାକୁ ପରାମର୍ଶ ଦେଇଥିଲେ। ପରେ ପ୍ରଧାନ ଶିକ୍ଷକ ଲିଖିତ ଦେଇଥିବା ଜଣା ପଡ଼ିଛି। ଏହି ଘଟଣା ବିଷୟରେ ଉପ ଜିଲ୍ଲାପାଳ କହିଛନ୍ତି ମୁଁ ବିଧାୟକ ଅଭିମନ୍ୟୁ ସେଠୀଙ୍କ ସହିତ କଥା ହୋଇଥିଲି ସେ ଭୁବନେଶ୍ୱରରେ ଅଛନ୍ତି ଆସନ୍ତା କାଲି ପହଂଚି ପ୍ରତିନିଧି ଦେବେ ବୋଲି କହିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଣୀଙ୍କ ସହିତ ମଧ୍ୟ କଥା ହୋଇଛି। ଏବଂ କାଲି କମିଟି କରିବାକୁ ମଧ୍ୟ ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।