Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ
FMNEWS.IN
02-03-2025
ଢ଼େଙ୍କାନାଳ, ୨ ମାର୍ଚ୍ଚ- ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଚଂଳ ରେଞ୍ଜ ଅନ୍ତର୍ଗତ କୋରିଆପାଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ଜଣକ କୋରିଆପାଳ ଗ୍ରାମର ୬୨ ବର୍ଷିୟ ବିଦ୍ୟାଧର ଦେହୁରୀ । ବିଦ୍ୟାଧର ଗ୍ରାମରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ । ଆଜି ଭୋର୍ ସମୟରେ ସେ ଗାଧୋଇବା ପାଇଁ ଗାଁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ବାଟରେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତା ହାତୀଟି ବିଦ୍ୟାଧରଙ୍କ ଡାହାଣ ଜଙ୍ଘକୁ ଦାନ୍ତରେ ଭୁଷି କ୍ଷତାକ୍ତ କରିବା ସହିତ ତାଙ୍କୁ ଶୁଣ୍ଢରେ ଟେକି ତଳେ କଚାଡ଼ି ଦେଇଥିଲା । ସେଠାରେ ଡ୍ୟୁଟି କରୁଥିବା ବନ କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତି କରିଥିଲେ । ହେଲେ ସେଠାରେ ବିଦ୍ୟାଧରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।ଟ୍ରିକ