BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ

FMNEWS.IN 02-03-2025
Old man killed in elephant attack

ଢ଼େଙ୍କାନାଳ, ୨ ମାର୍ଚ୍ଚ- ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଚଂଳ ରେଞ୍ଜ ଅନ୍ତର୍ଗତ କୋରିଆପାଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ଜଣକ କୋରିଆପାଳ ଗ୍ରାମର ୬୨ ବର୍ଷିୟ ବିଦ୍ୟାଧର ଦେହୁରୀ । ବିଦ୍ୟାଧର ଗ୍ରାମରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ । ଆଜି ଭୋର୍ ସମୟରେ ସେ ଗାଧୋଇବା ପାଇଁ ଗାଁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ବାଟରେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତା ହାତୀଟି ବିଦ୍ୟାଧରଙ୍କ ଡାହାଣ ଜଙ୍ଘକୁ ଦାନ୍ତରେ ଭୁଷି କ୍ଷତାକ୍ତ କରିବା ସହିତ ତାଙ୍କୁ ଶୁଣ୍ଢରେ ଟେକି ତଳେ କଚାଡ଼ି ଦେଇଥିଲା । ସେଠାରେ ଡ୍ୟୁଟି କରୁଥିବା ବନ କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତି କରିଥିଲେ । ହେଲେ ସେଠାରେ ବିଦ୍ୟାଧରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।ଟ୍ରିକ