- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
କଲରା ପତରିଆ ବାଘ ଆକ୍ରମଣରେ ଦଶ ମେଣ୍ଢା ମୃତ, ଦଶରୁ ଅଧିକ ଗୁରୁତର

ନୂଆପଡ଼ା: ବହୁ ଦିନର ନୀରବତା ପରେ କଲରା ପଥରିଆ ବାଘ ଆଜି ପୁଣି ଏକ ବ୍ୟକ୍ତିଙ୍କ ଛେଳି ଗୁହାଳରେ ପଶି ମେଣ୍ଡା କୁ ମାରିଖାଇଛି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମ ପଂଚାୟତର ବାଗବାହାଲ ଗ୍ରାମ ଭୋଇ ପଡ଼ାର ଭଜ ହଂସ ଙ୍କ ଗୁହାଳରେ ପଶି କଲରା ପତରିଆ ବାଘ ଆକ୍ରମଣରେ ଦଶ ଗୋଟି ମେଣ୍ଢା ମୃତ ହୋଇଥିବା ବେଳେ ଦଶ ଗୋଟି ମେଣ୍ଢା ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପରିବାର ଲୋକଙ୍କ ଛେଳି ଗୁହାଳରେ କଲରାପଥରିଆ ବାଘ ପଶି ଗୁହାଳରେ ଥିବା ମେଣ୍ଢା ଗୁଡିକୁ ଆକ୍ରମଣ କରିବା ସହ ମାରି ଖାଇବା ପରେ କିଛି ମେଣ୍ଢାକୁ ଗୁହାଳରୁ ଘୋଷାରି ନେଇ ବାହାରେ ଖାଇଥିବା ଦେଖିବାକୁ ମିଳିଛି । ପରିବାର ଲୋକଙ୍କ କହିବାନୁଶାରେ ଗତ ମଧ୍ୟ ରାତ୍ରିରେ ତାଙ୍କ ଛେଳି ଗୁହାଳକୁ ପଶି ବାଘ ମେଣ୍ଢା କୁ ଆକ୍ରମଣ କରିବା ସହ ମାରି ଖାଇଥିଲା ।
ଗତକାଲି ରାତିରେ ପରିବାର ଲୋକେ ଘରେ ଶୋଇଥିବା ବେଳେ କଲରା ପତରିଆ ବାଘ ଗୁହାଳକୁ ପଶି ଆସିଥିଲା ଓ ଆକ୍ରମଣ କରିଥିଲା ଯାହା ଫଳରେ ମେଣ୍ଢା ମାନଙ୍କ ଚିତ୍କାର ଶୁଣି ପରିବାର ଲୋକେ ଘରୁ ବାହାରିବା ପରେ କଲରାପଥରିଆ ବାଘ ସବୁ ପାଖ ଜଙ୍ଗଲ କୁ ପଲାଇ ଯାଇଥିଲେ। ମୃତ ମେଣ୍ଢା ମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ପଡି ରହି ଥିବା ଦେଖିବାକୁ ମିଳିଛି। ସ୍ଥାନିୟ ଜଙ୍ଗଲର ଚାରି ପଟ ରୁ ଅଧିକ କଲରା ପତରିଆ ଦେଖୁଥିବା ଗ୍ରାମବାସୀ କହୁଥିବାରୁ ଏହି ଘଟଣାରେ ମଧ୍ୟ ଏକରୁ ଅଧିକ କଲରା ପଥରିଆ ବାଘ ଆସିଥିବା ଅନୁମାନ କରାଯାଉଛି। ଆଜି ସକାଳୁ ଭଜ ହଂସ ଖଡ଼ିଆଳ ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ କର୍ମଚାରୀ ଆସି ତଦନ୍ତ କରୁଛନ୍ତି। ଉପଯୁକ୍ତ କ୍ଷତିପୂରଣ ପାଇଁ ଭଜଙ୍କ ପରିବାର ଦାବି କରିଛନ୍ତି।ଏନେଇ ଖଡ଼ିଆଳ ଡି ଏଫ୍ ଓ ଅଜିଜ ଖାନଙ୍କୁ ପଚାରିବାରୁ ତଦନ୍ତ କରାଯାଉଛି ଓ ଚାଷୀ ଜଣକ ଅନୁକମ୍ପା ଆପ ରେ ଆବେଦନ କଲେ ତାଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି। ଆଗକୁ ବନ୍ୟଜନ୍ତୁଙ୍କ ଦାଉ ରୁ ରକ୍ଷା ପାଇବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।