BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

କବିତା ସଂକଳନ ‘ଉଦ୍‌ଘୋଷ’ର ଲୋକାର୍ପଣ

FMNEWS.IN 24-12-2024
କବିତା ସଂକଳନ ‘ଉଦ୍‌ଘୋଷ’ର ଲୋକାର୍ପଣ

ଭଦ୍ରକ - ଚରମ୍ପା ସାହିତ୍ୟ ସଂସ୍କୃତି ମଂଚ ଆନୁକୁଲ୍ୟରେ ଚରମ୍ପାସ୍ଥ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ କବି ନିରଞ୍ଜନ ନାୟକଙ୍କ ରଚିତ କବିତା ସଂକଳନ ଉଦ୍ଘୋଷ ଉନ୍ମୋଚିତ ହୋଇଯାଇଛି। ଉତ୍ସବରେ ପୌରୋହିତ୍ୟ କରିଥିଲେ ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ଅତିଥି ପରିଚୟ ଓ ସଂପାଦକୀୟ ବିବରଣୀ କାର୍ଯ୍ୟକାରୀ ସମ୍ପାଦକ ବାବୁଲାଲ ଦାସ କରିଥିଲା ବେଳେଉପସଭାପତି କୁଳମଣି ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ, ମନୋରମା ରାୟ, ସଂଯୁକ୍ତ ବଳ, ରଞ୍ଜୁ ନାୟକ ଓ ଶଶୀକଳା ମିଶ୍ର। ବରିଷ୍ଠ ଆଇନଜୀବୀ ତଥା ଉକ୍ତ ମଂଚର ପ୍ରାକ୍ତନ ସଭାପତି ସ୍ୱର୍ଗତ ନିରାକାର ଜେନା ଓ ସଦସ୍ୟ ଗାଳ୍ପିକା ସ୍ୱର୍ଗତା ରେଣୁବାଳା ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ପୁସ୍ତକ ଉଦ୍ଘୋଷ ଉନ୍ମୋଚନ କରିଥିଲେ ମଞ୍ଚର ସମ୍ପାଦକ ଉମାକାନ୍ତ ନାୟକ ଓ ଅନ୍ୟାନ୍ୟ ଅତିଥିବୃନ୍ଦ। ସମୀକ୍ଷା କରିଥିଲେ ଡ. ରମାକାନ୍ତ ନାୟକ। ଓଡ଼ିଆ ଭାଷାକୁ ବଂଚାଇବାକୁ ହେଲେ ଯୁବକବି ନିରଞ୍ଜନ ନାୟକଙ୍କ ଭଳି ସାହିତ୍ୟିକ ଆଗେଇ ଆସିଲେ ଓଡ଼ିଆ ଭାଷା, ଓଡ଼ିଆ ଜାତି, ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଗତିଶୀଳ ହୋଇପାରିବ ବୋଲି ମୁଖ୍ୟ ଅତିଥି ଡ. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଇଂ ଅଭୟ ସୂତାର, ବିଶିଷ୍ଟ ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ପ୍ରାକ୍ତନ ଅଧ୍ୟାପକ ଶିବଚରଣ ଖାମୁରାଇ, ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜେନା, ସମ୍ମାନନୀୟ ବକ୍ତା ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ମହାଳିକ ଓ ଡାକ୍ତର ଅନିଲ କୁମାର ଦାଶ ପ୍ରମୁଖ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସଂଯୋଜନା କରିଥିଲେ କବୀ ମମତାରାଣୀ ଦାଶ, ଜାନକୀ ପାଢ଼ୀ, ସଂଯୁକ୍ତା ବଳ କରିଥିବା ବେଳେ ସହଯୋଗ କରିଥିଲେ ନାରାୟଣ ଚନ୍ଦ୍ର ପ୍ରଧାନ, ଅନନ୍ତ ଚରଣ ନାୟକ, ପ୍ରଫୁଲ୍ଲ ସୂତ୍ରଧର, ଗୌରାଙ୍ଗ ବାରିକ, ଗୀତାରାଣୀ ଆଇଚ ପ୍ରମୁଖ। ଧନ୍ୟବାଦ ଅର୍ପଣ କରିଥିଲେ ରଞ୍ଜୁ ନାୟକ ଏବଂ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ, ଜଣାଣ, ନୃତ୍ୟ ପରିବେଷଣ କରାଯାଇଥିଲା।