- ଅନୁଗୁଳ ଜିଲ୍ଲା କଂଗ୍ରେସର ଟାଟା ପାୱାର ଅଫିସ ଘେରାଊ
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ
- ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
- ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
- ଉନ୍ନାଓ ପୀଡ଼ିତା ଅପରାଧୀଙ୍କୁ ବେଲ୍ ଆଦେଶ ପରେ ରାହୁଲ ଗାନ୍ଧୀ କହିଲେ ‘ଡେଡ୍ ସୋସାଇଟି ’
କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର-କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ମୁଖ୍ୟମନ୍ତ୍ରୀ ଦାବି ପତ୍ର ପ୍ରଦାନ କରାଯାଇଛି । ଖରିଫ ଧାନ ମଣ୍ଡିର ସମସ୍ୟା ସମ୍ପର୍କରେ ଦାବି ପତ୍ର ପ୍ରଦାନ କରାଯାଇଛି । କୃଷକ କଲ୍ୟାଣ ମଞ୍ଚ ର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ସହ ସଦସ୍ୟ ମାନେ ଉପସ୍ଥିତ ରହି ୬ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ପୋଡୋଶି ଛତିଶଗଡ ରାଜ୍ୟ ମଣ୍ଡିରେ ଯେପରି ଧାନ କ୍ରୟ କରାଯାଉଛି ତାହା ଓଡିଶାରେ କାଯ୍ୟକାରି କରାଯାଉ, ଏଫେଏକ୍ୟୁ ନାମରେ ଯେଉଁ ଅଚଳା ବସ୍ତା ଲାଗି ରହିଛି ତାହା ଦୁର କରାଯାଇ ଜାନୁଆରି ୩୧ ତାରିଖ ସୁଦ୍ଧା ଧାନ କ୍ରୟ କରାଯାଉ, ଅଣ ଜଳ ସେଚିତ ଜମିରେ ୧୩ କ୍ୱଇଣ୍ଟାଲ ଧାନ କ୍ରୟ କରାଗଲେ ଚାଷିଙ୍କ ମନବଳ ଭାଙ୍ଗିଯିବା ସହିତ ବଳକା ଧାନ ବକ୍ରି କରିବାକୁ ଚାଷି ଅଭାବି ବିକ୍ରିର ଶୀକାର ହେବେ ତେଣୁ ରାଜ୍ୟରେ ଏକର ପ୍ରତି ୨୫ କ୍ୱିଇଣ୍ଟାଲ ଧାନ କ୍ରୟ କରାଯାଉ, ଚାଷିଙ୍କୁ ଖାଲି ଅଖା ପ୍ରଦାନ କରାଯାଉ, ଏବଂ ଚାଷି କିପରି ଅନ୍ୟ ବର୍ଗର ଲୋକଙ୍କ ପରି ସମ୍ମାନର ସହିତ ବଞ୍ଜିପାରିବ ସେଥି ପ୍ରତି ସରକାରି ଯନ୍ନବାନ ହେଲେ ଚାଷି ଉପକୃତ ହୋଇଥାନ୍ତେ । ଜୟପୁର କୃଷକ ଭବନ ଚାଷୀଙ୍କ କାଯ୍ୟରେ ଲାଗିବା ସହିତ ଅବିଭକ୍ତ କୋରାପୁଟ ଜିଲା କୃଷକ ସମାଜ ଓ କୃଷକ କଲ୍ୟାଣ ମଞ୍ଚର ସଦସ୍ୟଙ୍କୁ ଡିଏଲପିସି ବୈଠକରେ ଭାଗ ନେବାର ସୁଯୋଗ ଦିଆଯାଉ ।