ଚୀନର ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ: ଜାଣନ୍ତୁ ପ୍ରକୃତ କଥା କଣ

FMNEWS.IN 06-08-2025
Know all about Chinese intrusion

By Jagadananda Pradhan

(FM News):-- ସୁପ୍ରିମ୍ କୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟ ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯଦି ଜଣେ ପ୍ରକୃତ ଭାରତୀୟ ହୋଇଥାନ୍ତେ, ତାହେଲେସେ ଚୀନର ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ସଂପର୍କରେ ଏଭଳି କଥା କହି ନଥାନ୍ତେ।ବିଚାରପତିଙ୍କବକ୍ତବ୍ୟ ପରେ ବିଜେପି ଓ ଏହାର ଗଣମାଧ୍ୟମ ଟିମ୍ ଏହି ପ୍ରସଙ୍ଗକୁ ନେଇ ଲୋକସଭାର ବିରୋଧୀ ଦଳର ନେତା (LOP)ଙ୍କୁ ବଦନାମ କରିବା ପାଇଁ ଜୋରସୋରରେ ଲଗି ପଡିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ବିଜେପି ଏକ ରାଜନୈତିକ ଅପ-ପ୍ରଚାର ଚଳେଇଛି । ଅଭିଯୋଗକାରୀଙ୍କ ବରିଷ୍ଠ ଓକିଲଙ୍କ ବିରୋଧ ସତ୍ତ୍ୱେ ରାହୁଲଙ୍କୁ ମାମଲାର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯାଇଛି । ତଥାପି ଟ୍ରୋଲମାନେ ସୁପ୍ରିମ୍ କୋର୍ଟର ମୌଖିକ ମନ୍ତବ୍ୟକୁ ଉଦ୍ଧୃତ କରି ଗର୍ବ ଅନୁଭବ କରୁଛନ୍ତି ଏବଂ ରାହୁଳଙ୍କ ବିରୋଧରେ ଅପମାନଜନକ କଥା କହୁଛନ୍ତି।

ଚୀନର ଭାରତୀୟ ଅଞ୍ଚଳ ଅଧିକାର ଗପସପ ନୁହେଁ। ପ୍ରଥମେ, ବିଚାରପତିଙ୍କ ମନ୍ତବ୍ୟ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମାନହାନି ମାମଲା ସଂପର୍କରେ ଆଲୋଚନା କରାଯାଊ।

ଡିସେମ୍ବର ୨୦୨୨ରେ ଭାରତ ଯୋଡୋ ଯାତ୍ରା ସମୟରେ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଯୋଗୁଁ ଆରମ୍ଭ ହୋଇଥିଲା ଚର୍ଚ୍ଚା । ସାମ୍ବାଦିକ ସମ୍ମିଳନୀ ଶେଷରେ ସେ କହିଥିଲେ ଯେ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଚୀନର ଆକ୍ରମଣ ଓ ୨୦୦୦ ବର୍ଗ କି.ମି. ଭାରତୀୟ ଅଞ୍ଚଳର ଅବୈଧ ଅଧିକାର ସତ୍ତ୍ୱେ ଗଣମାଧ୍ୟମ ଏହାକୁ ଅଣଦେଖା କରୁଛି ବା ଏହି ପ୍ରସଙ୍ଗକୁ ଆଦୌ ଊଠାଊ ନାହିଁ।

ରାହୁଳଙ୍କର ଏହି ମନ୍ତବ୍ୟ ପ୍ରଚାରିତ ହେବା ପରେ ମାନହାନି ମାମଲା ଦାୟର ହୋଇଥିଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ସରକାରୀ ମୁଖପାତ୍ରମାନେ କହିଥିଲେ ଯେ ଚୀନ ଦ୍ବାରା କୌଣସି ଅନୁପ୍ରବେଶ ହୋଇ ନାହିଁ। ତେବେ ଲଦାଖର ଗାଲୱାନ ଉପତ୍ୟକାରେ ୨୦୨୦ରେ ହୋଇଥିବା ସଂଘର୍ଷ ପରେ ଏହି ଅନୁପ୍ରବେଶ ଚର୍ଚ୍ଚା ଜୋର ଧରିଥିଲା। ଏ ସଂପର୍କରେ ସରକାରଙ୍କର ସଂସଦକୁ ସୂଚନା ନ ଦେବା, ଆଲୋଚନାରୁ ବଞ୍ଚିତ କରିବା ଓ ସୀମାନ୍ତ ଅଞ୍ଚଳରେ ଗଣମାଧ୍ୟମର ପ୍ରବେଶ ଅଟକାଇବା ଘଟଣା ଆଦିକୁ ନେଇ ଅସନ୍ତୋଷ ବଢ଼ାଇଥିଲା।

ଆପଣମାନଙ୍କ ଅବଗତି ନିମନ୍ତେ ସୂଟନା ଦିଆଯାଇପାରେ କି ୨୦୧୭ରେ ସିକ୍କିମରେ ଡୋକଲାମ ବିବାଦ ପରେ ଚୀନ ସେହି ଅଞ୍ଚଳରେ ନିଜର ଉପସ୍ଥିତିକୁ ଦ୍ୱିଗୁଣିତ କରି ଅଧିକାର ଦାବି କରିଥିଲା।

୨୦୨୦ ତାପରେ ଲଦାଖ ଅରୁଣାଚଳ ପ୍ରଦେଶରେ ଚୀନର ଅନୁପ୍ରବେଶ ସଂପର୍କୀୟ ତଥ୍ୟ :

ଅକ୍ଟୋବର ୨୦୨୨: ଭାରତ ପାଙ୍ଗୋଙ୍ଗ ତ୍ସୋ ହ୍ରଦରେ ଚୀନର ପୁଲ ନିର୍ମାଣକୁ ବିରୋଧ କରିଥିଲା। ଚୀନ ଏହାକୁ ଶାନ୍ତିପୂର୍ଣ୍ଣଭାବେ ନିର୍ମାଣ କରୁଥିବା କହିଥିଲା, କିନ୍ତୁ ଭାରତ ଏହାକୁ ଅବୈଧ କହିଥିଲା କାରଣ ଅଞ୍ଚଳଟି ବିବାଦୀୟ।

ଜାନୁଆରୀ ୨୦୨୩: ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଏକ ଗବେଷଣା ପତ୍ରରେ ଦାବି କରାଯାଇଥିଲା ଯେ ପୂର୍ବ ଲଦାଖରେ ୬୫ରୁ ୨୬ଟି ପାଟ୍ରୋଲିଂ ପଏଣ୍ଟକୁ ଭାରତର ପ୍ରବେଶ ବନ୍ଦ ହୋଇଛି। ଏହି ଅଞ୍ଚଳଗୁଡ଼ିକୁ ପୂର୍ବରୁ ଭାରତୀୟମାନେ ସହଜରେ ଯାତାୟାତ କରି ପାରୁଥିଲେ।, କିନ୍ତୁ ଏବେ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି। ଚୀନ ସଂପୃ୍ତ ଅଂଚଳରେ ଉଚ୍ଚ-ରିଜୋଲ୍ୟୁସନ କ୍ୟାମେରା ଓ ଚେକପୋଷ୍ଟ ବସାଇ ଚରାଳିମାନଙ୍କୁ ଅଟକାଉଥିବା ଖବର ରହିଛି।

ଗୋଗ୍ରା ପାହାଡ଼, ପାଙ୍ଗୋଙ୍ଗ ତ୍ସୋର ଉତ୍ତର କୂଳ ଓ କାକଜୁଙ୍ଗ ଅଞ୍ଚଳରେ ଏହି ସମସ୍ତ ଚରାଳି ଏହି ଅଂଚଳକୁ ଯାଇ ପାରୁ ନାହାଁନ୍ତି ।ମାନେ ଏହି ସମସ୍ତ ଅଂଚଳକୁ ଭାରତ ହରାଇଛି।

୨୨ ଅକ୍ଟୋବର ୨୦୨୪: ଚୀନ ଓ ଭାରତ ଚାରି ବର୍ଷର ସାମରିକ ଗତିରୋଧ ସମାଧାନ ପାଇଁ ଚୁକ୍ତିରେ ପହଞ୍ଚିଥିବା ଘୋଷଣା କରିଥିଲେ।

ସେପ୍ଟେମ୍ବର 2020 ହିନ୍ଦୁ ରିପୋର୍ଟ: ଗୁଇନ୍ଦା ସୂଚନା ଅନୁଯାୟୀ ଲଦାଖରେ ପ୍ରାୟ ୧୦୦୦ ବର୍ଗ କି.ମି. ଅଞ୍ଚଳ ଚୀନର ନିୟନ୍ତ୍ରଣରେ ରହିଛି ।

ମାର୍ଚ୍ଚ ୨୦୨୪: ଲଦାଖରୁ ୧୦,୦୦୦ ଲୋକ ସୀମାନ୍ତକୁ ମାର୍ଚ୍ଚ କରିବାକୁ ଯୋଜନା କରିଥିଲେ, କିନ୍ତୁ ପ୍ରଶାସନ ଏହାକୁ ଅନୁମତି ଦେଇ ନ ଥିଲା।

ପଶ୍ଚିମୀ ଥିଙ୍କ ଟ୍ୟାଙ୍କ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ସାଟେଲାଇଟ୍ ଚିତ୍ର ଦେଖାଇ ଗାଲୱାନ ସଂଘର୍ଷ ପରେ ଚୀନର ଅଧିକାର ବୃଦ୍ଧି ହେବା ସୂଚାଇଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦରେ ଏହି ଦାବି ଓ ପ୍ରତିଦାବି ଉପରେ ବିସ୍ତୃତ ଆଲୋଚନା ଦାବି କରିଛନ୍ତି, କିନ୍ତୁ ସରକାର ଏହାକୁ ଅନୁମତି ଦେଇ ନାହିଁ।