- ହଜାର ହଜାର କୋଟିର ଖଣି ଅଞ୍ଚଳରେ ଅନାହାର ମୃତ୍ୟୁ
- ଲଷ୍ମଣ ବାଗ ନିର୍ବାଚନରେ "ଦାଦନ ମଜା" ପ୍ରଚାର କରିବେନି କି : କଂଗ୍ରେସ
- ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ
- କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା
- କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ, ଶତକଡା ୪୦ ଆଦିବାସୀ କିନ୍ତୁ ବିଜେପି- ବିଜେଡି ଆଦିବାସୀଙ୍କୁ ପ୍ରାର୍ଥୀ କଲେ...
ରିମେକ୍ ଇଣ୍ଡିଆ- ୨୦୨୫ ନାମରେ ଭାରତର ଧାର୍ମିକ ବିଭାଜନ
 
              ଜଗଦାନନ୍ଦ ପ୍ରଧାନ
ସଂପାଦକ,ଫାଷ୍ଟ ମେଲ ନ୍ୟୁଜ୍
ଜଣେ ଆମେରିକୀୟ ବିଦ୍ୱାନ ଡାନ ଓ୍ୱାଙ୍ଗ ତାଙ୍କ ଏକ ପୁସ୍ତକରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ନିକଟ ଅତୀତ ବର୍ଷମାନଙ୍କରେ ଚୀନର ଉତଥାନ କିପରି ହୋଇଛି। ଡାନ ଓ୍ୱାଙ୍ଗଙ୍କ ଅନୁସାରେ ଚୀନ ଇଞ୍ଜିନିୟରମାନଙ୍କର ଦେଶ ଏବଂ ସେଠାକାରସରକାରରେ ମଧ୍ୟ ଇଞ୍ଜିନିୟରମାନଙ୍କର ଶାସନ ରହିଥିବା କୁହାଯାଇଥାଏ । ଓ୍ୱାଙ୍ଗ ଆମେରିକାକୁ ଓକିଲମାନଙ୍କର ଦେଶ ବୋଲି ମନେ କରନ୍ତି। ସେ କହନ୍ତି ଯେ ଚୀନ ଉତ୍ପାଦନ ଓ ନିର୍ମାଣରେ ପାରଙ୍ଗମ, କିନ୍ତୁ ଆମେରିକା ତାହା କରିପାରୁନାହିଁ। ଏହାର କାରଣ କଣ?ଏହାର ଉତ୍ତର ଚୀନ ସରକାର ଦ୍ୱାରା କାର୍ଯ୍ୟକାରୀ କରାଯାଊଥିବାମେଡ ଇନ ଚାଇନା-୨୦୧୫ଠୁ ଆରମ୍ଭ କରି ବର୍ତ୍ତମାନ୨୦୨୫ ପର୍ଯ୍ୟନ୍ତ ଯେତେ ସବୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ଚୀନରେ ପରିସ୍ତିତି ସଂପୂ୍ମ୍ଣ ବଦଳି ଯାଇଛି।
ଇଞ୍ଜିନିୟରିଂ ଚିନ୍ତାଧାରାରେଶାଙ୍ଘାଇରେ କଠୋର ଲକଡାଉନ ଲାଗୁ ହେବାକିମ୍ବା ଏକ ସନ୍ତାନ ନୀତି ପରି ନୀତି ତିଆରି ହୋଇଥିଲା। ଆଊ ସେହିଇଞ୍ଜିନିୟରିଂ ଚିନ୍ତାଧାରା ହେତୁ ହିଁ ଚୀନର ଅର୍ଥନୀତିକ ନୀତି ଉଚ୍ଚସ୍ତରରେ ସଫଳ ହୋଇଛି। ହାଇ-ସ୍ପିଡ ରେଳ, ନବୀକରଣୀୟ ଉର୍ଜା, ଇଲେକ୍ଟ୍ରିକ ଯାନ, ଜାହାଜ ନିର୍ମାଣ ଓ ବିମାନ ଚଳାଚଳ ପରି କ୍ଷେତ୍ରରେ ଏହା ଅଗ୍ରଣୀ ହୋଇଛି, ତାହା ସହିତ ସେମି-କଣ୍ଡକ୍ଟର, ରକେଟ ଓ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କ୍ଷେତ୍ରରେ ମଧ୍ୟ ଏହା ବେଶ ଅଗ୍ରଗତି କରିଛି।ଏହା ସେହି ସମସ୍ତ କ୍ଷେତ୍ର ଥିଲା ଯେଉଁଥିପାଇଁ ସରକାର ଯାହା ହାସଲ କରିବାକୁ ଲକ୍ଷ୍ୟ ରଖିଥିଲା, ତାହା ହାସଲ କରିନେଇଛି।
ଆଜି ମୁଁ ଏହି ପ୍ରଶ୍ନ ପଚାରିବାକୁ ଚାହେଁ ଯେ ଏହି ସମାନ ସମୟରେ ଭାରତ ସରକାର କଣ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେଏବଂଭାରତତାହା କଣ ସେଥିରେ ସଫଳ ହୋଇଛି?
ଅର୍ଥନୀତି, ରୋଜଗାର ଏବଂ ଖାସକରି ବୈଦେଶିକ ନୀତି ମାମଲାରେ ଉତ୍ତର ସ୍ପଷ୍ଟ ରହିଛି ଏବଂ କେବଳ ଏହା ଉପରେ ବିତର୍କ ହେଉଛି ।କିନ୍ତୁ ଏହି ସମସ୍ତ ନିତୀଗୁଡିକୁ ସଠିକଭାବାବେ କାର୍ଯ୍ୟକାରୀ କରାଯାଇପାରୁ ନାହିଁ।
ତେବେ ଆମେ ଗୋଟିଏ କଥା ଦେଖୁଛି ଯେଊଁଥରେ ଭାରତସଫଳ ହୋଇଛି। ରାଜସ୍ଥାନରେ ଧର୍ମାନ୍ତରଣ ବିରୋଧୀ ବିଲ ୨୦୨୫ ପାସ ହୋଇଛି । ଏଥିରେ ମୁଖ୍ୟତଃ ଦୁଇଟି ବିଷୟ ଅଛି ଏକ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଅନ୍ତଃଧାର୍ମିକ ବିବାହକୁ ଅପରାଧ ଘୋଷଣା କରିବା ଏବଂ ଅନ୍ୟଟି ହେଉଛି ହାଶିଆକୁ ପଡ଼ିଥିବା ଦୁର୍ବଳ ସମ୍ପ୍ରଦାୟଙ୍କୁ ଖ୍ରୀଷ୍ଟିଆନ ହେବାରୁ ରୋକିବା। ଅନ୍ୟ ଧର୍ମାନ୍ତରଣ ବିରୋଧୀ କାନୁନ ପରି ରାଜସ୍ଥାନର କାନୁନ ମଧ୍ୟ ଧର୍ମାନ୍ତରଣକୁ ରୋକୁଛି, କିନ୍ତୁ ସମସ୍ତ ଧର୍ମକୁ ନୁହେଁ। ଏଥିରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ତାଙ୍କର ମୂଳ ଧର୍ମକୁ ଫେରିଆସୁଛି, ଅର୍ଥାତ ପୁରାତନ ଧର୍ମକୁ, ତେବେ ଏହାକୁ ଧର୍ମାନ୍ତରଣ ବୋଲି ଗଣାଯିବ ନାହିଁ ଏବଂ ସ୍ପଷ୍ଟ କରାଯାଇଛି ଯେ ମୂଳ ଧର୍ମ ହେଉଛି ତାଙ୍କ ପୂର୍ବପୁରୁଷ କିମ୍ବା ବଂଶଜମାନେ ଯେଉଁଟି ଗ୍ରହଣ କରୁଥିଲେ, ବିଶ୍ୱାସ କରୁଥିଲେ କିମ୍ବା ପାଳନ କରୁଥିଲେ।
ଏଠାରେ ପାଠକମାନଙ୍କୁ ଏହା ବୁଝାଇବାର ଆବଶ୍ୟକତା ନାହିଁ ଯେ ଏହାର ଅର୍ଥ କଣ ହୋଇପାରେଏହା ସ୍ପଷ୍ଟ ବାରି ହୋଇ ପଡୁଛି। ଏହାପୂର୍ବରୁଉତ୍ତରାଖଣ୍ଡ ଧର୍ମ ସ୍ୱାଧୀନତା ଅଧିନିୟମ, ୨୦୧୮,ହିମାଚଳ ପ୍ରଦେଶ (୨୦୧୯), ଉତ୍ତର ପ୍ରଦେଶ (୨୦୨୦), ମଧ୍ୟପ୍ରଦେଶ (୨୦୨୧), ଗୁଜରାଟ (୨୦୨୧), ହରିୟାଣା (୨୦୨୨) ଏବଂ କର୍ଣ୍ଣାଟକ (୨୦୨୨)କୁ ଆଇନରେ ପରିଣତ କରାଯାଇଛି,ଯେଊଁସମସ୍ତ କାନୁନକୁ ବିଜେପି ସରକାରମାନଙ୍କ ଦ୍ୱାରା ତିଆରି ହୋଇଛି ।ସଂଙ୍ଖ୍ୟା ଲଘୁଙ୍କୁ ଆଘାତ ଦେଲାଭଳି ଏହି ସମସ୍ତ ଆଇନ ପ୍ରଣୟନ୍ନ କରାଯାଇଛି।
ରାଜସ୍ଥାନର କାନୁନରେ କିଛି ନୂଆ ଯୋଡ଼ା ଯାଇଛି। ଏହା ସମସ୍ତ ପ୍ରକାର ଧର୍ମ ପ୍ରଚାରକୁ ମଧ୍ୟ ଅପରାଧ ଘୋଷଣା କରିଛି। ଏଥିରେ କୁହାଯାଇଛି ଯେ ମିଡିଆ, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍ଲିକେସନ ମାଧ୍ୟମରେ ସୂଚନା, ଚିନ୍ତାଧାରା କିମ୍ବା ବିଶ୍ୱାସର ପ୍ରସାର ବେ-ଆଇନ, ଯଦି ଏହାକୁ ଧର୍ମାନ୍ତରଣର ଉଦ୍ଦେଶ୍ୟରେ ଧର୍ମ ପ୍ରଚାର ରୂପେ ବୁଝାଯାଏ।ଏତିକି ନୁହେଁ, ଯଦି ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତି ଦଳିତ କିମ୍ବା ଆଦିବାସୀ ହୁଅନ୍ତି, ତେବେ ତାଙ୍କୁ ଏହି କାନୁନ ଅନୁସାରେ ୨୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ହୋଇପାରେ। ଅନ୍ୟମାନଙ୍କ ପାଇଁ ଏହି ଦଣ୍ଡ ୧୪ ବର୍ଷର।
ବିଜେପିର ଏହି ସମସ୍ତ କାନୁନ ସମସ୍ତ ମୌଳିକ ଅଧିକାରର ଉଲ୍ଲଙ୍ଘନ କରୁଛି, କିନ୍ତୁ ତଥାପି ଆମ ସମାଜରେ ଏଗୁଡ଼ିକୁ ଗ୍ରହଣ କରାଯାଇଛି। ବାସ୍ତବରେ ଏପରି କିଛି ଲୋକ ରହିଛନ୍ତି, ଯେଉଁମାନେ ରାଜସ୍ଥାନରେ ୯ ସେପ୍ଟେମ୍ବରରେ ପାସ ହୋଇଥିବା ଏହି କାନୁନ ସଂପର୍କରେ ଅବଗତ ନଥିବେ ।କାରଣ ଏହା ଏବେ ଖବର ନୁହେଁ, ଯେପରି ଆମ ଟିଭି ବିତର୍କରେ ହୋଇଥାଏ।
ବର୍ତ୍ତମାନ ବୁଝିବାକୁ ପଡିବ ଯେ ରାଜ୍ୟ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା, ତାହା ହାସଲ କରିବାରେ ସଫଳ ହୋଇଛି। ରାଜନୈତିକ ଦୃଷ୍ଟିରୁ ଏହି ଆଇନକାନୁନଗୁଡ଼ିକୁ ପଛକୁ ଫେରାଇବା କଷ୍ଟକର କାରଣ ସାମାଜିକ ଭାବେ ଏଗୁଡ଼ିକୁ ଗ୍ରହଣୀୟ କରାଯାଇଛି। ଏହି ଆଇନଗୁଡ଼ିକର ସମର୍ଥନରେ କିମ୍ବା ଏଗୁଡ଼ିକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା, ଏପରି କାନୁନ ରଦ୍ଦ କରିବା ଦାବି କରୁଥିବା ଲୋକଙ୍କଠାରୁ ଅଧିକ ହେବ ।
ବିଜେପି ନେତୃତ୍ୱାଧୀନ ସରକାର ୨୦୧୪ ମସିହାରୁ ଭାରତୀୟମାନଙ୍କ ପାଇଁ କିଛି ନିଷ୍ପତ୍ତି ନେଇଥିଲେ, ଯାହାର ପରିଣାମ ସ୍ୱରୂପ ୨୦୧୫ରେ ଗୋମାଂସ ଉପରେ ଆଇନ, ୨୦୧୮ରେ ଧାର୍ମିକ ସ୍ୱାଧୀନତା ଉପରେ, ୨୦୧୯ରେ ନାଗରିକତ୍ବ ଆଇନଏବଂ ବହୁତ୍ୱବାଦକୁ ନଷ୍ଟ କରିବା ଏବଂ ଅଳ୍ପସଂଖ୍ୟକଙ୍କୁ ଟାର୍ଗେଟ କରିବା ସହ ଜଡ଼ିତ ଅନ୍ୟ ବିଷୟଗୁଡ଼ିକ ଉପରେ ଆଇନ,କାନୁନ ତିଆରି ହୋଇଥିଲା। ବିଜେପି ଯାହା ହାସଲ କରିବାକୁ ଲକ୍ଷ୍ୟ ରଖିଥିଲା, ତାହା ହାସଲ କରିନେଇଛି। ହୁଏତ ଆମ ପାଖରେ ମେଡ ଇନ ଚାଇନା ୨୦୨୫ ନୀତି ନାହିଁ । ଆମେ ରିମେକ ଇଣ୍ଡିଆ-2025 ନେଇ ଯେଊଁ ସ୍ଲୋଗାନଦେଇଥିଲୁ,ସେଥିରେଆମେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛୁ। ରିମେକ ଇଣ୍ଡିଆ ୨୦୨୫ ନୀତିର ସଫଳତାକୁ ନେଇ ଆମେ ସ୍ବୀକାର କରିପାରୁ ନାହୁଁ। ମାତ୍ର ରିମେକ୍ ଇଣ୍ଡିଆ- ୨୦୨୫ ନାମରେ ଭାରତର ଧାର୍ମିକ ବିଭାଜନ ହୋଇଥିବାକୁ ଅସ୍ବୀକାର କରାଯାଇ ନପାରେ।
 
             
                 
 
                     
 
                     
 
                     
 
                    