- ମାଲକାନଗିରି ମୋଟୁରୁ 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ: ମାଲକାନଗିରିରୁ ମୟୂରଭଞ୍ଜ ବର୍ଷବ୍ୟାପୀ ଚାଲିବ ଏହି ପଦଯାତ୍ରା
- ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଓ ୩ ଦୁଇଦିନ,ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା
- ମୋଦୀଙ୍କ ବକ୍ତବ୍ୟକୁ କ଼଼ଡା ସମାଲୋଚନା କଲେ ପିସିସି ସଭାପତି ଭକ୍ତ ଦାସ,କହିଲେ ଓଡିଶାର ଖଣିଖାଦାନ ଲୁଟିବାରେ ମାତିଛି...
- 'ଭୋଟ୍ ଚୋର ଗାଦି ଛାଡ' ଦସ୍ତଖତ ଅଭିଯାନ ତ୍ବରାନ୍ବିତ
- କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ମୋଦୀ ଭୟଭୀତ: ଭକ୍ତ ଦାସ୍
କାବ୍ୟ-ଚେତନାରେ ମାୟାର ଅଞ୍ଜନ ବୋଳିଦିଏ ବସନ୍ତ, ତ୍ୟାଗଭୂମି ପକ୍ଷରୁ ସାରସ୍ୱତ ଫଗୁ ଆସର

ଭଦ୍ରକ, ୧୬ ମାର୍ଚ୍ଚ - ରାସ-ରଂଗର ସର୍ବଶ୍ରେଷ୍ଠ ବିଭବ ବସନ୍ତ ଋତୁରାଜ, ଋତୁସମ୍ରାଟ ଓ ମଧୁପର୍ବର ଋତୁ। ଷଢ଼ଋତୁର ଆବର୍ତନରେ ବସନ୍ତର ଚାରୁଶୋଭା ଅନନ୍ୟ। ବାସନ୍ତିକ ନାନ୍ଦିନିକତାର ଚାରୁଚିତ୍ର କବିଚିତକୁ କରିଛି ଚଳଚଂଚଳ, ପାଠକ ହୃଦୟକୁ କରିଛି ରସୋଚ୍ଛଳ ଓ ଦର୍ଶନ-ପ୍ରାଣକୁ କରି ଛଳଛଳ, ଛବିଳ। ସଂସ୍କୃତ ଆଳଙ୍କାରିକ ସାହିତ୍ୟ ଯୁଗଠାରୁ ଆଧୁନିକ ଓଡ଼ିଆ କାବ୍ୟ-କବିତାର ଯୁଗ ଯାଏ କବି ଚେତନାରେ ବସନ୍ତ ବୋଳି ଦେଇଛି ଅସୁମାରି ମାୟାର ଅଞ୍ଜନ ବୋଲି ଭଦ୍ରକ ଜିଲ୍ଲା ସାଂସ୍କୃତିକ ସମ୍ମେଳନ ତ୍ୟାଗଭୂମି ପକ୍ଷରୁ ଅନୁଷ୍ଠିତ ବସନ୍ତ କବିତା ଆସର, ଆଲୋଚନାଚକ୍ର ଓ ଫଗୁମିଳନ ଉତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଜଗନ୍ନାଥପୁର ସ୍ଥିତ ତ୍ୟାଗଭୂମି ଭବନ ପରିସରରେ ସମ୍ମେଳନର ସଭାପତି ଅଜୟ ନାୟକଙ୍କ ଆବାହକତ୍ୱରେ ଓ ଉପଦେଷ୍ଟା ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବି ହୃଦାନନ୍ଦ ପାଣିଗ୍ରାହୀ ଯୋଗଦେଇ ବସନ୍ତ ଋତୁ ମଧ୍ୟରେ ସ୍ୱୟଂ ଲୀଳାମୟ ଶ୍ରୀକୃଷ୍ଣ ଅବସ୍ଥାନ ପୂର୍ବକ ବିରାଜମାନ କରିଥାନ୍ତି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଆଲୋଚକ ତ?ଥା ପାଳିଆବିନ୍ଧା କଲେଜ ଓଡ଼ିଆ ବିଭାଗମୁଖ୍ୟ ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସ ଯୋଗଦେଇ ଭାରତୀୟ କାବ୍ୟ ପରମ୍ପରାରେ ଚାରୁବସନ୍ତ ଶୀର୍ଷକରେ ଭାବଗର୍ଭକ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଓ ବକ୍ତା ଭାବେ ସମାଜସେବୀ ଏସ୍.ଏମ୍. ଫାରୁକ, ଲଲାଟେନ୍ଦୁ ମହାନ୍ତି, ଗାଳ୍ପିକ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ଅଧ୍ୟାପକ ଶିବଚରଣ ଖାମୁରାଇ, ଶିକ୍ଷାବିତ ଗୋବର୍ଦ୍ଧନ ସାମଲ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। କବୟତ୍ରୀ ସଂଯୁକ୍ତା ବଳ ନାୟକ ଓ କବି ବିଜୟ କୁମାର ବହଳୀଙ୍କ ସଂଯୋଜନାରେ ଅନୁଷ୍ଠିତ ବସନ୍ତ କବିତା ପାଠୋତ୍ସବରେ କିରଣଚନ୍ଦ୍ର ଗୁଇଁ, ପ୍ରଫେସର ରାଜକିଶୋର ସାହୁ, ଶାନ୍ତନୁ କୁମାର ରାଉତ, ଗୟାଧର ପଣ୍ଡା, କାଳନ୍ଦୀ ମଲ୍ଲିକ, ମୁସ୍ତାକ ଗହ୍ୱର, ସେକ୍ ଅବଦୁଲ ଦୟାନ, ଶଶାଙ୍କ ଶେଖର ପଣ୍ଡା, ରମେଶଚନ୍ଦ୍ର ସ୍ୱାଇଁ, ଅଧ୍ୟାପିକା ଦେବ ଦେବସ୍ମିତା ମିଶ୍ର, ଶଶୀକଳା ମିଶ୍ର, ଦମୟନ୍ତୀ ରାଉତ ପ୍ରମୁଖ ୩୦ରୁ ଉର୍ଦ୍ଧ୍ୱ କବି କବିତାପାଠ କରିଥିଲେ। ଡାକ୍ତର ରବୀନ୍ଦ୍ର କୁମାର ନାୟକ, ଶେଖର ମହାପାତ୍ର, ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ବିଜୟ କୁମାର ସାହୁ, ସୁଧାକର ରାଉତ, ଗୌରାଙ୍ଗ ବାରିକ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଶୋକ କୁମାର ଦ୍ୱିବେଦୀ, ଚିକିତ୍ସକ ମୁକ୍ତିକାନ୍ତ ନାୟକ, ଶିବସୁନ୍ଦର ସତ୍ୟାନନ୍ଦ, କାନ୍ତିରଞ୍ଜିତା ନାୟକ ଓ ତ୍ୟାଗଭୂମି ପରିବାରବର୍ଗ ଉତ୍ସବ ପରିଚାଳନା କରିଥିଲେ। ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ ସମେଳନ ସମ୍ପାଦକ ଅଧିବକ୍ତା ଗଦଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଯୋଡ଼ିମହୁରି ଓ ସଂକୀର୍ତନ ମାଧ୍ୟମରେ ରାଧାକୃଷ୍ଣ ବିମାନକୁ ତ୍ୟାଗଭୂମି ଭବନ ପରିସରକୁ ଅଣାଯାଇ ମେଳନ ପୂଜାବିଧି ପାଳନ କରାଯାଇଥିଲା।