ଦେଶର ବଡ଼ ଦୁର୍ଭାଗ୍ୟ : ଜଣେ ଲୋକ ୧୧ ବର୍ଷ ଧରି କେବଳ ଡାଇଲଗ୍ ମାରୁଛି!

ଜଗଦାନନ୍ଦ ପ୍ରଧାନ
ସଂପାଦକ,ଫା୍ଷ୍ଟ ମେଲ
ଏହି ମହାଶୟଙ୍କୁ ନିମ୍ନମାନର ଫିଲ୍ମୀ ଡାଇଲଗ୍ ମାରିବା ଖୁବ୍ ଜଣା। ଲାଗୁଛି ତାଙ୍କ ପାଖରେ ଡାଇଲଗ୍ ଲେଖକମାନଙ୍କର ଏକ ପୂରା ଫୌଜ ଅଛି, ଯାହାଙ୍କକାମ ହେଉଛି ତାଙ୍କ ପାଇଁ ଡାଇଲଗ୍ ଯୋଗାଇବା। ଏଥିପାଇଁ ଆମେ ସମସ୍ତେ ଖର୍ଚ୍ଚ ବହନ କରୁଛୁ। ଆଉ ଏହି ମହାଶୟ ଟେଲିପ୍ରମ୍ପଟର ସାମ୍ନାରେ ସେଇ ଡାଇଲଗକୁ ପଢିନିଜକୁ ଭାବନ୍ତିଯେ ସେ ମଇଦାନକୁ ଲମ୍ଫ ମାରି ଇତିହାସ ରଚୁଛନ୍ତି । ଏତେ ବଡ଼, ଏତେ ପୁରାତନ ଓ ଏତେ ବିବିଧତାରେ ଭରା ଦେଶର ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କଣ ହେବ ଯେ ଦେଶକୁ ଗୋଟିଏ ଏଭଳି ଲୋକ ୧୧ ବର୍ଷ ଧରି ଚଳାଉଛି, ଯିଏ କେବଳ ଡାଇଲଗ୍ ମାରିବା ଜାଣେ।
ଯଦି ଡାଇଲଗବାଜିରେ ହିଁ ଦେଶ ଚାଲିପାରେ, ତେବେ ସଲିମ୍-ଜାଭେଦ୍ କଣ ଖରାପ? କାହିଁକି ସେମାନଙ୍କୁ ଏହି ଦେଶର ଦାୟିତ୍ୱ ଦିଆଯିବ ନାହିଁ? ବରଂ ଜାଭେଦ୍ ଅଖତର ଏକା ଏହି ଦାୟିତ୍ୱକୁ ଭଲଭାବେ ସମ୍ଭାଳି ପାରିବେ। ଆଜିର ଫିଲ୍ମଗୁଡ଼ିକୁ ତାଙ୍କର ଆଊ ବିଶେଷ ଆବଶ୍ୟକତା ନାହିଁ, ତେଣୁ ସେଏବେ ପୂରାପୂରି ଖାଲି ଅଛନ୍ତି। ସମୟର ଅଭାବ ତାଙ୍କ ପାଖରେ ନାହିଁ, ଆଉ ସେ ଦେଶ ସେବା ପାଇଁ ସହଜରେ ସମୟ ଦେଇ ପାରିବେ । ସେ ଏତେ ଦେଶଭକ୍ତ ଯେ ଦେଶ ପାଇଁ ଡାଇଲଗବାଜି କରି ଗୋଟିଏ ପଇସା ମଧ୍ୟ ନେବେ ନାହିଁ। ବରଂ ତାଙ୍କ ସଭାରେ ଜନତା ଟିକେଟ୍ କିଣି ଆସିବେ, ଆଉ ସେ ସେହି ଟଙ୍କାକୁ ନିଜେ ହଡ଼ପ ନକରି ଦେଶର କୌଣସି ଊନ୍ନୟନମୂଳକ କାର୍ଯ୍ୟରେ ଲଗାଇବେ। ଆଉ ସବୁଠାରୁ ବଡ଼ କଥା ହେଲା, ସେ ଟେଲିପ୍ରମ୍ପଟର ନ ଦେଖି ଏତେ ଭଲ ଡାଇଲଗ୍ କହିବେ ଯେ ଶୁଣୁଥିବା ଲୋକମାନେ ଝୁମି ଉଠିବେ। ତଳୁ ଆଉ ଥରେ, ଆଉ ଥରେ ହୋଇଯାଊ ବୋଲି ଲୋକେ ଦାବି କରିବେ । ଦେଶରେ ମୁଶାୟାରା ଓ କବି ସମ୍ମିଳନୀର ଏକ ମିଶ୍ରିତ ମାହୋଲ ସୃଷ୍ଟି ହେବ।
ଗାଲିବ ଓ ନିରାଲାଙ୍କ କବିତା ଶୁଣିବାକୁ ମିଳିବ, ତେଣୁ ଲୋକଙ୍କ ମନରେ ଥିବା ବିଷ ମଧ୍ୟ ଶକ୍ତି ହୀନ ହୋଇଯିବ। ଏହି କାରଣରୁ ରାଲି ବା ଶୋଭାଯାତ୍ରା ଗୁଡ଼ିକର ରୂପ ପୂରାପୂରି ବଦଳିଯିବ। ଜନତା ଖୁବ୍ ଭୋଟ୍ ଦେବେ, ଆଉ ସେଏହି ଫକୀରଠାରୁ ଅଧିକ ଭଲ ଭାବେ ଦେଶ ଚଳାଇବେ, ଯିଏ ଝୋଲା ଧରି ଚାଲିଯିବା ପାଇଁ କେତେ ଦିନରୁ ବ୍ୟାକୁଳ ହେଉଛି !
फर्क साफ है pic.twitter.com/DnIGk0sZL1
Congress (@INCIndia) May 24, 2025
ଆଉ ଗୋଟିଏ ଫାଇଦା ହେବ ଯେ ଏମାନଙ୍କ ମଧ୍ୟରୁ କେହି ପ୍ରଧାନମନ୍ତ୍ରୀ ହେଲେ ହିନ୍ଦୁ-ମୁସଲମାନ ବିଭେଦ ରହିବ ନାହିଁ। ସେମାନେ ଚୋରୀ-ଡକାୟତି ମଧ୍ୟ କରିବେ ନାହିଁ। ଆଦାନୀଙ୍କ ହାତରେ ଦେଶକୁ ଦୁଇ ହାତରେ ଟେକି ଦେବେ ନାହିଁ। ଇଡି ଅଧିକାରୀମାନଙ୍କୁ ପ୍ରତିଦିନ ଚଢ଼ାଉ କରିବା କମିଯିବ, ଆଉ ଖରାପ କାମ ପାଇଁ ସୁପ୍ରିମକୋର୍ଟରୁ ବାରମ୍ବାର ଗାଳି ଖାଇବାକୁ ମଧ୍ୟ ପଡ଼ିବ ନାହିଁ!
ସେଏତେ ଉଚ୍ଚମାନର ଡାଇଲଗ୍ ଲେଖିବେ ଓ କହିବେ ଯେ ଏହା ଆଦୌ ଅନ୍ୟଙ୍କୁ ହାସ୍ୟାସ୍ପଦ ହେବନାହିଁ। ସବୁଠାରୁ ବଡ଼ କଥା ହେଲା , ସୋସିଆଲ ମିଡ଼ିଆରେ କେହି ତାଙ୍କୁ ଅନପଢ଼ ବା ଅଣ-ପାଠୁଆକହିବେ ନାହିଁ। ସେମାନଙ୍କ ଡିଗ୍ରୀ ଉପରେ ସନ୍ଦେହ କରିବେ ନାହିଁ। ଡାଇଲଗବାଜିର କାମରେ ସେମାନଙ୍କ ଯୋଗ୍ୟତା ଉପରେ କେହି ସନ୍ଦେହ କରିବେ ନାହିଁ !
ଆଗେ ଡାଇଲଗବାଜିରେ ଫିଲ୍ମ ଚଳୁଥିଲା। ସଲିମ୍-ଜାଭେଦଙ୍କଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ଆଜି ଏହି ଦେଶରେ କେହି ନାହାନ୍ତି। ସେମାନେ ଆସିଲେ ଅତି କମରେ ଡାଇଲଗବାଜି ଏତେ ନିମ୍ନମାନର ଓ ହାସ୍ୟାସ୍ପଦ ହେବ ନାହିଁ ଯେତେ ଆଜି ଅଛି। ମୋଦୀଙ୍କ ନାଡ଼ିରେ ରକ୍ତ ନାହିଁ, ଗରମ ସିନ୍ଦୁର ବହୁଛି ଭଳି ଅଜଣା କଥା ଶୁଣିବ ନାହିଁ, ଯାହାକୁ ନେଇ ଲୋକମାନେ ଆଜି ଟାହି ଟାପରା କରୁଛନ୍ତି ! ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ବିକାନେରରେ ଯାହା କହିଥିଲେ ତାହା ପୂରାପୂରି ଥିଲା ଡାଇଲଗବାଜି। ଗୋଟିଏ ପରେ ଆଉ ଗୋଟିଏ, ତାପରେ ତୃତୀୟ, ଚତୁର୍ଥ ଡାଇଲଗ୍ । ଯେଉଁମାନେ ସିନ୍ଦୁର ପୋଛିବାକୁ ବାହାରିଥିଲେ, ସେମାନଙ୍କୁ ଆଜି ମାଟିରେ ମିଶାଇ ଦିଆଗଲା। ଯେଉଁମାନେ ହିନ୍ଦୁସ୍ତାନର ରକ୍ତ ବୁହାଉଥିଲେ, ଆଜି ସେମାନଙ୍କର ପ୍ରତ୍ୟେକ ବୁନ୍ଦାର ହିସାବ ନିକାଶ କରି ଦିଆଗଲା।
ସଲିମ୍-ଜାଭେଦ୍ ଅପରେସନ୍ ସିନ୍ଦୁର ଉପରେ ମଧ୍ୟ ଏତେ ବେକାର ବା ଏତେ ମୂର୍ଖତାପୂର୍ଣ୍ଣ ଡାଇଲଗ୍ କହିବେ ନାହିଁ। ସେମଧ୍ୟ ପ୍ରଚଳିତ ରାଷ୍ଟ୍ରବାଦର ଭାଷାରେ ଡାଇଲଗ୍ କହିବେ, କିନ୍ତୁ ଯେଉଁଠି ସେକନ୍ଦାଇବାକୁ ଚାହିଁବେ, ସେଠାରେ ହସ ଆସିବ ନାହିଁ, ଆଉ ଯେଉଁଠି ସେମାନେ ହସାଇବାକୁ ଚାହିଁବେ, ସେଠାରେ କାନ୍ଦିବାକୁ ମନ ହେବ ନାହିଁ। ଯଦି ସେମାନେ ଏତେ ଅଯୋଗ୍ୟ ହୋଇଥାନ୍ତେ, ତେବେ ଶୋଲେ ଭଳି ଫିଲ୍ମ କେବେ ଏତେ ସଫଳ ହୋଇ ନଥାନ୍ତା ।
ଯଦି ସେନିଜ କାମରେ ଉସ୍ତାଦ ହୋଇ ନଥାନ୍ତେ, ତେବେ ସେମଧ୍ୟ ମାନନୀୟଙ୍କ ଭଳି ୪୦ କିମ୍ବା ୩୫ ବର୍ଷ ଧରି ଭିକ୍ଷା ମାଗି ଚାଲିଥାନ୍ତେ ! ଏହି ଲୋକର ଡାଇଲଗ୍ ଶୁଣି ହସିଲେ ପ୍ରକୃତରେ କାନ୍ଦ ଆସୁଛି,ଆଊ କାନ୍ଦ ଲାଗିଲେ ହସ ଆସୁଛି।
ତାଙ୍କରଡାଇଲଗ୍ ଶୁଣି ମେରେ ପାସ୍ ମାଁ ହୈ, ମୋଗାମ୍ବୋ ଖୁସ୍ ହୁଆ କିମ୍ବା ହମ୍ ଜହାଁ ଖଡ଼େ ହୋ ଜାତେ ହୈଁ, ବହୀଁ ସେ ଲାଇନ୍ ସୁରୁ ହୋ ଜାତା ହୈ ଭଳି ଡାଇଲଗ୍ମନେ ପଡ଼େ, ଆଉ ଲାଗେ ଯେ ଏମାନଙ୍କଠାରୁ ତ ସଲିମ୍-ଜାଭେଦ୍ ଭଲ। ଆମ ପ୍ରଧାନମନ୍ତ୍ରୀଙ୍କ ଡାଇଲଗ୍ ଦେଖନ୍ତୁ: ମୋତେ ଦେଶ ପାଇଁ ମରିବାର ସୁଯୋଗ ମିଳି ନାହିଁ, କିନ୍ତୁ ଦେଶ ପାଇଁ ବଞ୍ଚିବାର ସୁଯୋଗ ମିଳିଛି। ମୁଁ ସନ୍ତ୍ରୀ । କାହାକୁ ଲୁଟିବାକୁ ଦେବି ନାହିଁ। (ମୈ ସନ୍ତରୀ ବନକର ବୈଠା ହୁଁ, କିସିକୋ ଲୁଟନେ ନେହିଁ ଦୁଙ୍ଗା - ମୁଁ ନା ଖାଇବି, ନା ଖାଇବାକୁ ଦେବି। ମୈ ନା ଖାଊଙ୍ଗା,ନା ଖାନେ ଦୁଙ୍ଗା ।ଅଧିକରୁ ଅଧିକ କଣ କରିବ ମୋତେ, ମୁଁ ତ ଫକୀର ଲୋକ, ଝୋଲା ନେଇ କିଚାଲିଯିବି। (ଯାଦା ସେ ଯାଦା କ୍ୟା କରଲେଗା ମେରା,ଅରେ,ହମ୍ ତୋ ଫକୀର ଆଦମୀ ହେ,ଝୋଲା ଲେ କେ ଚଲ ପଡେଙ୍ଗ )।
ଗୋଟିଏ ଡାଇଲଗ୍ ଥିଲା ଅଚ୍ଛେ ଦିନ୍। ପ୍ରତି ବର୍ଷ ଦୁଇ କୋଟି ନିଯୁକ୍ତି ଦେବା ମଧ୍ୟ ଗୋଟିଏ ଡାଇଲଗ୍ ଥିଲା। ୧୫-୧୫ ଲକ୍ଷ ଟଙ୍କା ପ୍ରତ୍ୟେକ ଭାରତୀୟଙ୍କ ଆକାଊଣ୍ଟକୁ ଆସିବ, ଏହା ମଧ୍ୟ ଗୋଟିଏ ଡାଇଲଗ୍ ଥିଲା, କିନ୍ତୁ ସବୁ ଫେଲ୍ ହୋଇଗଲା ! ଏହି ମହାଶୟ ଜଣଙ୍କଫିଲ୍ମରେ ଯାଇଥିଲେ ବି ସଫଳତାର ସିଡି ଚଢି ପାରି ନଥାନ୍ତେ। ତାଙ୍କର ଅଭିନୟ ଆଜି ମଧ୍ୟ ପାରସୀ ଥିଏଟରଠାରୁ ଉପରକୁ ଉଠିପାରି ନାହିଁ, ଆଉ ଡାଇଲଗ୍ଗୁଡ଼ିକ ତୃତୀୟ ଶ୍ରେଣୀର। ପ୍ରଡ୍ୟୁସରମାନେ ଦେବାଳିଆ ହୋଇଯାଇଥାନ୍ତେ, କିନ୍ତୁ ଦେଶର ଫାଇଦା ହୋଇଥାନ୍ତା। ତେବେ ଯାହା ଖରାପ ହୋଇଥାନ୍ତା, ତାହା ଫିଲ୍ମର ହୋଇଥାନ୍ତା, ପ୍ରଡ୍ୟୁସର, ଡାଇରେକ୍ଟର, ଅଭିନେତା, ଅଭିନେତ୍ରୀମାନଙ୍କର ହୋଇଥାନ୍ତା, କିନ୍ତୁ ଦେଶ ତ ବଞ୍ଚି ଯାଇଥାନ୍ତା !