- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ସୁର୍ଯ୍ୟ ହେଲେ ଉତ୍ତରାୟଣ ,ମକର ସଂକ୍ରାନ୍ତିରେ ସ୍ନାନ ଏବଂ ଦାନର ବଡ ମହତ୍ତ୍ୱ
ମହାକୁମ୍ଭନଗର 14 ଜାନୁଆରୀ -ମକର ସଂକ୍ରାନ୍ତି ଅମଳର ପାଗ ଆରମ୍ଭ ଏବଂ ସୁର୍ଯ୍ୟଙ୍କ ମକର ରାଶିରେ ଚଳନର ପ୍ରତୀକ।ଏହି ଦିନରୁ ସୁର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଏବଂ ଶୀତ ଆରମ୍ଭ ହୋଇଥାଏ।ମକରସଂକ୍ରାନ୍ତି ପରେ ଦିନ ବଡ ହେବାକୁ ଲାଗିଥାଏ ଏବଂ ଉତ୍ତରାୟଣର ଏହି ସମୟ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ରହିଥାଏ।ଏହା ସଂକ୍ରାନ୍ତି ବର୍ଷରେ ପଡୁଥିବା ସମସ୍ତ 12 ସଂକ୍ରାନ୍ତି ମଧ୍ୟରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବୋଲି ବିବେଚନା କରାଯାଏ।ମକରସଂକ୍ରାନ୍ତିରେ ହିନ୍ଦୁ ଧର୍ମରେ ଦାନ ପୁଣ୍ଣ୍ୟ କରିବା ପାଇଁ ଗୁରୁତ୍ୱପୁର୍ଣ୍ଣ ତିଥି ଭାବରେ ବିବେଚନା କରାଯାଏ।ଏହି ଦିନ ଦାନ କରିବାର ମହତ୍ତୱ ଧର୍ମ ଶାସ୍ତ୍ରରେ ସବୁଠାରୁ ଖାସ ବିବେଚନା କରାଯାଏ।ମକରସଂକ୍ରାନ୍ତି 14 ଜାନୁଆରୀରେ ପାଳନ କରାଯାଉଛି।ଏହି ଦିନ ଖରମାସ ସମାପ୍ତ ହୁଏ ଏବଂ ସମସ୍ତ ଶୁଭ କାର୍ଯ୍ୟ ପୁଣି ଆରମ୍ଭ ହୋଇଥାଏ।ଏହି ଦିନ ସୁର୍ଯ୍ୟ ରାଶି ପରିବର୍ତ୍ତନ କରି ପୁତ୍ର ଶନିଙ୍କ ରାଶିମକରରେ ପ୍ରବେଶ କରନ୍ତି।ଧାର୍ମିକ ଦୃଷ୍ଟି କୋଣରୁ ଏହି ଦିନ ସ୍ନାନ ଏବଂ ଦାନ କାର୍ଯ୍ୟ ପାଇଁ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ।ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିରେ ସ୍ନାରନ ଏବଂ ଦାନ ପାଇଁ ଶୁଭ ମୁହୁର୍ତ୍ତ କେବେ।ଏହା ସହ ଜାଣିବା ଏହି ଦିନ ଦାନ ପୁଣ୍ଣ୍ୟ କରିବାର କାହିଁକି ମହତ୍ତ୍ୱ।