Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଚଳଚ୍ଚିତ୍ର ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣର ତଦନ୍ତ ନିମନ୍ତେ ପୋଲିସର ୧୫ଟି ଟିମ୍ ଗଠିତ
FMNEWS.IN
16-01-2025
ମୁମ୍ବାଇ, ୧୬ ଜାନୁଆରୀ- ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣା ପରେ ମୁମ୍ବାଇ ପୋଲିସ ଏହାର ତଦନ୍ତ ନିମନ୍ତେ ୧୫ଟି ଟିମ୍ ଗଠନ କରିଛି । ଏଥିରେ ମୁମ୍ବାଇ ପୋଲିସ ଅପରାଧ ଶାଖାର ୮ଟି ଟିମ୍ ଏବଂ ମୁମ୍ବାଇ ପୋଲିସର ୭ଟି ଟିମ୍ ପୃଥକ୍ ପୃଥକ୍ ଦିଗରୁ ମାମଲାର ଛାନଭିନ୍ କରୁଛନ୍ତି । ତନ୍ମଧ୍ୟରୁ ଗୋଟିଏ ଟିମ୍ କୁ ମୁମ୍ବାଇ ବାହାରକୁ ପଠାଇ ଦିଆଯାଇଛି । ଆକ୍ରମଣ ପରେ ଲୀଲାବତୀ ହସ୍ପିଟାଲରେ ସୈଫ ଅଲ୍ଲୀ ଖାନଙ୍କ ଚିକିତ୍ସା ଚାଲିଛି । ଡାକ୍ତର ନିତିନ ଡାଙ୍ଗେ ଏବଂ ଡାକ୍ତର ଲୀଲା ଜୈନଙ୍କ ଦେଖାରେଖାରେ ତାଙ୍କର ଚିକିତ୍ସା ଚାଲିଛି । ରାଜ୍ୟ ସରକାର କହିଛନ୍ତି ଯେ, ଆକ୍ରମଣକାରୀଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ।
ପୋଲିସ ଉପାୟୁକ୍ତ ଦୀକ୍ଷିତ ଗେଡାମ କହିଛନ୍ତି ଯେ, ଏହି ମାମଲାରେ ତାଙ୍କର ତିନି ଜଣ ଚାକରଙ୍କୁ ପଚରା ଉଚରା କରାଯାଉଛି । ସମ୍ପୃକ୍ତ ତିନି ଜଣଙ୍କର ମୋବାଇଲକୁ ପୋଲିସ ଜବତ କରିଛି ।