Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଚଳଚ୍ଚିତ୍ର ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣର ତଦନ୍ତ ନିମନ୍ତେ ପୋଲିସର ୧୫ଟି ଟିମ୍ ଗଠିତ
FMNEWS.IN
16-01-2025
ମୁମ୍ବାଇ, ୧୬ ଜାନୁଆରୀ- ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣା ପରେ ମୁମ୍ବାଇ ପୋଲିସ ଏହାର ତଦନ୍ତ ନିମନ୍ତେ ୧୫ଟି ଟିମ୍ ଗଠନ କରିଛି । ଏଥିରେ ମୁମ୍ବାଇ ପୋଲିସ ଅପରାଧ ଶାଖାର ୮ଟି ଟିମ୍ ଏବଂ ମୁମ୍ବାଇ ପୋଲିସର ୭ଟି ଟିମ୍ ପୃଥକ୍ ପୃଥକ୍ ଦିଗରୁ ମାମଲାର ଛାନଭିନ୍ କରୁଛନ୍ତି । ତନ୍ମଧ୍ୟରୁ ଗୋଟିଏ ଟିମ୍ କୁ ମୁମ୍ବାଇ ବାହାରକୁ ପଠାଇ ଦିଆଯାଇଛି । ଆକ୍ରମଣ ପରେ ଲୀଲାବତୀ ହସ୍ପିଟାଲରେ ସୈଫ ଅଲ୍ଲୀ ଖାନଙ୍କ ଚିକିତ୍ସା ଚାଲିଛି । ଡାକ୍ତର ନିତିନ ଡାଙ୍ଗେ ଏବଂ ଡାକ୍ତର ଲୀଲା ଜୈନଙ୍କ ଦେଖାରେଖାରେ ତାଙ୍କର ଚିକିତ୍ସା ଚାଲିଛି । ରାଜ୍ୟ ସରକାର କହିଛନ୍ତି ଯେ, ଆକ୍ରମଣକାରୀଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ।
ପୋଲିସ ଉପାୟୁକ୍ତ ଦୀକ୍ଷିତ ଗେଡାମ କହିଛନ୍ତି ଯେ, ଏହି ମାମଲାରେ ତାଙ୍କର ତିନି ଜଣ ଚାକରଙ୍କୁ ପଚରା ଉଚରା କରାଯାଉଛି । ସମ୍ପୃକ୍ତ ତିନି ଜଣଙ୍କର ମୋବାଇଲକୁ ପୋଲିସ ଜବତ କରିଛି ।