- ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳିତ
- ରାଜ୍ୟରେ ପ୍ରଥମ ଡବଲ୍ ଡେକର୍ ବସ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ପ୍ରବ।ସୀ ଭ।ରତୀୟ ଦିବସ ସମ୍ମିଳନୀରେ ବିଶ୍ଵର ପ୍ରତିନିଧିମ।ନେ ପୁଷ୍ପପ୍ରଦର୍ଶନୀକୁ ପରିଦର୍ଶନ କରିବେ : ମୁଖ୍ୟମନ୍ତ୍ରୀ
- HMPV Status: ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ଲାଗି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ
- ସିଲାଟିମୁଣ୍ଡାରେ ସୁଲିଆ ଯାତ୍ରା: ଶତାଧିକ ପଶୁ, ପକ୍ଷୀ ବଳି
ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଭୁବନେଶ୍ୱର ପଥ ଉତ୍ସବ ଆରମ୍ଭ
ଭୁବନେଶ୍ବର 6 ଜାନୁଆରି--- ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ 2025ର ପ୍ରଥମ ପଥ ଉତ୍ସବ ଆଜି ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ମାଷ୍ଟର କ୍ୟାଣ୍ଟିନ ଛକରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରରେ 8ରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ-2025କୁ ସ୍ୱାଗତ ଜଣାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରବାସୀଙ୍କୁ ପ୍ରବାସୀ ଭାରତୀୟ ଦିବସ ସଂପର୍କରେ ସଜାଗ କରିବା ସହ ସଚେତନ କରାଇବା ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ହଜାର ହଜାର ଲୋକ ସାମିଲ ହୋଇଥିଲେ । ସକାଳ ପ୍ରାୟ ସାଢେ ସାତଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହପାତ୍ର, ଆଇନ, ଅବକାରୀ ଓ ଓ୍ୱାର୍କସ ମନ୍ତ୍ରୀ ଶ୍ରୀ ପୃଥ୍ୱିବୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ବି ଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବିଡିଏ ଭାଇସ ପ୍ରେସିଡେଣ୍ଟ ଡକ୍ଟର ତିରୁମାଲା ନାୟକ, ବି ଏମ୍ ସି ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ମିହିର କୁମାର ରାଉତ, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, ଏଷ୍ଟାବ୍ଲିସମେଣ୍ଟ ଷ୍ଟାଣ଼୍ଡିଂ କମିଟି ଅଧ୍ୟକ୍ଷ କୁମାରେନ୍ଦ୍ର ମହାପାତ୍ର, ପବ୍ଲିକ ଓ୍ୱର୍କ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ବେହେରାଙ୍କ ସହିତ ବହୁ କର୍ପୋରେଟର ଉପସ୍ଥିତ ଥିଲେ ।
2016ରୁ ଆରମ୍ଭ ହୋଇଥିଲା ଏହି ରାହାଗିରି । ସହରବାସୀଙ୍କୁ ଛୁଟି ଦିନର ଶୀତୁଆ ସକାଳରେ ମନୋରଂଜନର ଖୋରାକ ଯୋଗାଇବା ସହ ସ୍ମାର୍ଟ ସହରର ଲୋକମାନଙ୍କୁ ଟିକିଏ ଫ୍ରେସ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂପ୍ରତି ସରକାର ଭୁବନେଶ୍ୱରରେ ଆୟୋଜନ କରିଛନ୍ତି 18 ତମ ପ୍ରବାସୀ ଭାରତୀୟ ଦିବସ । ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ଏବଂ ବିଶ୍ୱ ଦରବାରରେ ଆମର କଳା, ସଂସ୍କୃତି ଓ ଐତିହ୍ୟକୁ ଉପସ୍ଥାପନ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି । ସେହି ପ୍ରବାସୀ ଭାରତୀୟ ଦିବସ-2025 ଅବସରରେ ଭୁବନେଶ୍ୱରବାସୀଙ୍କୁ ଅବଗତ କରାଇବା ସହ 140 ଦେଶରୁ ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ଜଣାଇବା ପାଇଁ ଏହି ପଥ ଉତ୍ସବ ଉତ୍ସର୍ଗ କରାଯାଇଛି । ତେଣୁ କର୍ମକ୍ଲାନ୍ତ ଜୀବନରୁ କିଛି ସମୟ ପାଇଁ ବାହାରି ଆସି ଟିକିଏ ଆନନ୍ଦ ଉପଭୋଗ କଲେ, ତାହା ସ୍ୱାସ୍ଥ୍ୟ ଓ ମନ ଉପରେ ବେଶ ପ୍ରଭାବ ପକାଇଥାଏ ବୋଲି ମାନ୍ୟବର ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ଅପରପକ୍ଷେ ଲୋକମାନେ ନିଜର ରାସ୍ତା ଏବଂ ନିଜର ସହରକୁ ଶୀତଦିନିଆ ସକାଳକୁ ଉପଭୋଗ କରିବା ପାଇଁ ଏହି ପଥ ଉତ୍ସବ ଏକ ଉତ୍ସାହଜନକ ପରିବେଶ ସୃଷ୍ଟି କରିପାରୁଛି ।
ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଆଜି ସକାଳୁ ସକାଳୁ ଜମିଥିଲା ଲୋକମାନଙ୍କର ଭିଡ଼ । ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ 25 ରୁ 30 ଟି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଗୀତ, ନୃତ୍ୟ, ସଙ୍ଗୀତ, ମାଲଖମ୍ବ, କିଡୋ ରାଜ୍ୟ, ଭୁବନେଶ୍ୱର ପ୍ରତିଭା ପାଇଲେ, ମ୍ୟାଜିକ୍, ଚାଇଲ୍ଡ ପ୍ଲେ ୟୁନିଟ୍, ଯୋଗ, ସ୍କେଟିଂ, ବିକ୍ରି ହେଉଥିବା ଆକର୍ଷଣୀୟ ଓଡିଶା ଖାଦ୍ୟ ସାମଗ୍ରୀ, ନ୍ୟୁକେଡ୍ ନାଟକ, ଲୋକ ନୃତ୍ୟ, ଗଞ୍ଜାମର ଯୋଡି ଶଙ୍ଖ, ପ୍ରବାସୀ ଭାରତୀୟ ଦିବସ-2025 ଥିମ୍ ରେ ରଙ୍ଗୋଲି, ବି ଏମ୍ ସିର ପରିମଳ ବ୍ୟବସ୍ଥା, ମୋ ଖତ, ହୋମ କମ୍ପୋଷ୍ଟିଂ ଏବଂ 3R ବା (ପୁନଃ ଚକ୍ରଣ, ପୁନଃ ବ୍ୟବହାର ଏବଂ ହ୍ରାସ), ସଡକ ସୁରକ୍ଷା ସଚେତନତା, ସେଲଫି ଜୋନ୍, ଗଜଲ, ଓଡ଼ିଶୀ, ସମ୍ବଲପୁରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ।
ପ୍ଲେ ବ୍ୟାକ୍ ସିଙ୍ଗର ସ୍ୱୟଂ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତର ତାଳେ ତାଳେ ଝୁମିଥିଲେ ସ୍ରୋତା । ସେହିପରି ସଂଗୀତ ଗୁରୁ ଶାଶ୍ୱତ ଯୋଷୀଙ୍କ ଶ୍ରୀଜଲ ଡ୍ୟାନ୍ସ ଗୃପ ଦ୍ୱାରା ପରିବେଶିତ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ।
ପରିମଳ ଏବଂ ସୌନ୍ଦର୍ଯ୍ୟକରଣର ଶକ୍ତି ଆମର ଅଭ୍ୟାସ ଏବଂ ଐତିହ୍ୟରେ ପ୍ରତିଫଳନ ହେବା ଉଚିତ୍ । ଆମେ ଭୁବନେଶ୍ୱରରେ 18 ତମ ପ୍ରବାସୀ ଭାରତୀୟ ଦିବସ-2025 ଆୟୋଜନ କରୁଥିବାବେଳେ ନାଗରିକମାନେ ଏଥିପାଇଁ ସହଯୋଗ କରିବା ଏବଂ ସେମାନଙ୍କ ପରିବେଶକୁ ପରିଷ୍କାର ଏବଂ ଆକର୍ଷଣୀୟ କରିବା ଆବଶ୍ୟକ । ମାନ୍ୟବର ଏକାମ୍ର ବିଧାୟକ ଏହି କାର୍ଯ୍ୟକ୍ରମକୁ ଏକ ଗୋଷ୍ଠୀର ଏକତା ଭାବରେ ଚିତ୍ରଣ କରିଥିଲେ । ଏହିପରି କାର୍ଯ୍ୟକ୍ରମଗୁଡିକୁ ଆମ ସହରରେ ଅନୁଷ୍ଠିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି ମାନ୍ୟବର ଆଇନ, ଅବକାରୀ ଓ ଓ୍ୱାର୍କ୍ସ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
Citizens enjoyed every bit of it and explored various activities on the streets Janpath in the #PathaUtsav today as a grand welcome to the #indiandiaspora for the #PrabhasiBharatiyaDivas#PathaUtsav2025 #PathaUtsavFun #pravasibharatiyadivas #PBDInBhubaneswar #PBD2025 pic.twitter.com/AUJu2JjHXQ
BMC (@bmcbbsr) January 5, 2025
8ରୁ 10 ତାରିଖ ପର୍ଯ୍ୟନ୍ତ ହେଉଥିବା ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆମ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ନିଜ ପରିବେଶକୁ ସୁସଜ୍ଜିତ କରି ରଖିବାକୁ ଅନୁରୋଧ କରିଛନ୍ତି ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ।
ଆଜି ଏହି ପଥ ଉତ୍ସବରେ ପ୍ରାୟ 25 ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ଅନେକ ବ୍ୟକ୍ତି ସପରିବାର ଏହି ସବୁ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏହିପରି କାର୍ଯ୍ୟକ୍ରମରେ ଗୋଷ୍ଠୀର ଅଂଶଗ୍ରହଣ ଏବଂ ସମ୍ପୃକ୍ତିକୁ ଉତ୍ସାହିତ କରିଥାଏ । ଏହିପରି କାର୍ଯ୍ୟକ୍ରମ ସୃଜନଶୀଳ ଚିନ୍ତାଧାରାକୁ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ।
ବିଏମସି ପରିସୀମା ମଧ୍ୟରେ ହେଉଥିବା ଲଗାତର ସିଟି ଆକ୍ଟିଭେସନ୍ କାର୍ଯ୍ୟକ୍ରମର ସଂପର୍କରେ ବି ଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ । 18 ତମ ପିବିଡିକୁ ଏକ ବଡ ସଫଳତା ଦେବା ପାଇଁ ନାଗରିକମାନେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।