BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଐତିହ୍ୟ, କଳା ଓ ସଂସ୍କୃତିର ମହାମିଳନ ହେଉଛି ବୌଦ୍ଧ ମହୋତ୍ସବ- ସିଦ୍ଧାନ୍ତ ମହାପାତ୍ର : ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

FMNEWS.IN 03-01-2025
Buddhist Festival is a grand fusion of heritage, art and culture - Shiv Mahapatra: Buddhist Festival and Pallishri Mela inaugurated

ବୌଦ୍ଧ, ୩ ଜାନୁଆରୀ - ବୌଦ୍ଧ ମହୋତ୍ସବ ମାଧ୍ୟମରେ ନିଜ ଅଂଚଳର କଳା ସଂସ୍କୃତି, ପରମ୍ପରାକୁ ରକ୍ଷା କରି ପାରିବା, ବୌଦ୍ଧ ଜିଲ୍ଲାର ହେଉଛି କଳା,ଐତିହ୍ୟର ମାଟି, ଯିଏ ଯେଉଁ ସ୍ଥାନରେ ରହୁ ନା କାହିଁକି ସେ ତାର ମାଟିକୁ ଭାଷାକୁ ଦୂରେଇ ଦେବେ ନାହିଁ, ଜିଲ୍ଲାର ଇତିହାସ ଗୌରବମୟ । ଏ ହେଉଛି ଭାଇ ଚାରାର ମାଟି, ସମସ୍ତ ସଂପଦରେ ବୌଦ୍ଧଜିଲ୍ଲା ଭରି ରହିଛି, ଜିଲ୍ଲାର ରହିଛି ଅନେକ ବୌଦ୍ଧକିର୍ତୀରାଜୀ, କଳା ଓ ସଂସ୍କୃତିର ମହାମିଳନ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ବୋଲି ଦିଗପହଣ୍ଡି ବିଧାୟକ ତଥା ସିନେତାରକା ସିଦ୍ଧାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ବୌଦ୍ଧଜିଲ୍ଲାର ୩୧ତମ ସ୍ୱନକ୍ଷତ୍ର ଦିବସ ଅବସରରେ ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଗୁରୁବାର କଚେରୀ ପଡିଆ ଠାରେ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରକାଶ କରିଥିଲେ । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗଦେଇ ବୌଦ୍ଧଜିଲ୍ଲା ଗଠନ ହେବାରେ ୩୧ ବର୍ଷ ହୋଇଥିଲେ ମଧ୍ୟ ଜିଲ୍ଲା ବହୁ ପଛରେ ରହିଛି । ଜିଲ୍ଲାରେ ସ୍ୱାସ୍ଥ୍ୟ,ଶିକ୍ଷା, ଗମନା ଗମନ, ପାନୀୟ ଜଳ, ଜଳସେଚନ ଆଦି କ୍ଷେତ୍ରରେ ଅନେକାଂଶରେ ବହୁ ପଛରେ ରହିଛି । ବର୍ତ୍ତମାନର ସରକାର ବୌଦ୍ଧଜିଲ୍ଲାର ବିକାଶ ପାଇଁ ଚେଷ୍ଟିତ ରହିଛି ବୋଲି କହିଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡା ଯୋଗଦେଇ ପ୍ରାଚୀନ କିର୍ତ୍ତିରାଜୀ ଭରା ବୈାଦ୍ଧ ଜିଲ୍ଲାର କଳା ଓ ସଂସ୍କୃତି ଅତି ମହାନ । ଏହାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ମହୋତ୍ସବ ଏକ ମାଧ୍ୟମ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏଆରସିଏସ ହାଡିବନ୍ଧୁ ମହାକୁଡ ମଂଚ ପରିଚାଳନା କରିଥିଲେ । ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡେପୁଟି କଲେକ୍ଟର ତୃପ୍ତୀମୟୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବୌଦ୍ଧଜିଲ୍ଲାର ତିନି ବ୍ଲକରୁ ତିନୋଟି ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା ବାହାରି ବୁଦ୍ଧ ମନ୍ଦିର ଠାରେ ପହଂଚି ଥିଲା । ସହରର ବୁଦ୍ଧ ମନ୍ଦିର ଠାରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଉତ୍ସବସ୍ଥଳୀରେ ପଂହଚିଥିଲା । ସେଠାରେ ଅତିଥି ମାନଙ୍କ ଦ୍ୱାରା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଉଦଘାଟନ ହୋଇଥିଲା । ଅତିଥିମାନେ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ପରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଣ୍ଟ୍ଜାଭିୟର ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୀତା ପାଠ କରିଥିବା ବେଳେ ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗିତ ଗାନ କରାଯାଇଥିଲା ।ଉଦଘାଟନୀ ସନ୍ଧ୍ୟାରେ ଭୁବନେଶ୍ୱରର ଏକତା ଡେନ୍ସ ଗୃପ ଦ୍ୱାରା ଓଡିଶୀ,ପଞ୍ଜାବର ଭାଙ୍ଗଡା,ପୁରୀର ଗୋଟିପୁଅ ଓ ସମ୍ବଲପୁର ର କଳାକାରଙ୍କ ଦ୍ୱାରା ପରିବେଶିତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶୋଭାଯାତ୍ରାରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ସାମିଲ ଥିଲେ ।