- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଯାତ୍ରାରେ ଅଶ୍ଳୀଳତା: ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ
ମାଲକାନଗିରି, ୩୦ଡିସେମ୍ବର:ସୀମା ଟପିଲା ଯାତ୍ରାରେ ଅଶ୍ଳୀଳତା। ସବୁ କିଛି ଭୁଲି ମଞ୍ଚରେ ଅର୍ଦ୍ଧନଗ୍ନ ନୃତ୍ୟ କଲେ ସାହୁ ଭାଉଜ। ଏହାକୁ ଦେଖି ବେଶ୍ ଉପଭୋଗ କଲେ ମାଥିଲି ଥାନା ଆଇଆଇସି। ମହିଳା କଳାକାରଙ୍କ ଅଶ୍ଲୀଳ ନୃତ୍ୟକୁ ଦର୍ଶକଙ୍କ ସହ ଉପଭୋଗ କରୁଥିଲେ ଥାନା ବାବୁ। ଏହି ଭିଡିଓ ଭାଇରାଲ୍ ହେବା ପରେ ଏବେ ଆକ୍ସନ ମୋଡ୍କୁ ଆସିଛି ମାଲକାନଗିରି ପୋଲିସ।
ଶନିବାର ମାଲିକାନଗିରି ଥାନା କତାମେଟା ଗାଁରେ ଚା ଲିଥିବା ବାର୍ଷିକ ମହୋତ୍ସବରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ। ନିଜ ଆଡୁ ମାମଲା ରୁଜୁ କଲା ମାଲକାନଗିରି ସଦର ଥାନା ପୋଲିସ। ଯାତ୍ରା କମିଟି ଆୟୋଜକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଶ୍ରୀକ୍ଷେତ୍ର ଅପେରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ସାହୁ ଭାଉଜ। ଏହି ଅବସରରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ପକ୍ଷରୁ ଯାତ୍ରା ପରିବେଷଣ ହେଉଥିଲା ।
ବେପାର ବଢାଇବାକୁ ଯାତ୍ରା ପାର୍ଟି କଳାକାରଙ୍କ ଦ୍ୱାରା ଅଶ୍ଲୀଳ ନୃତ୍ୟ ପରିବେଷଣ କରାଯାଉଥିଲା । ନାଟକରେ ସାହୁ ଭାଉଜ ନାମକ ଅଭିନେତ୍ରୀଙ୍କୁ ଅଣାଯାଇଥିଲା । ଯିଏ ସବୁକିଛି ଭୁଲି ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରିଥିଲେ । ସଂଗୀତର ତାଳେତାଳେ ଏହି ଦୃଶ୍ୟକୁ ଉପଭୋଗ କରିଚାଲିଥିଲେ ଦର୍ଶକ । ଏହି ସମୟରେ ଆଗରେ ବସି ଏଭଳି ଦୃଶ୍ୟକୁ ମାଥିଲି ଥାନା ବାବୁ ମଧ୍ୟ ଉପଭୋଗ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହାକୁ ସାଧାରଣରେ ନାପସନ୍ଦ କରାଯିବା ସହ ନିନ୍ଦା କରାଯାଇଛି। ଗତ କିଛିଦିନ ତଳେ ଏଭଳି ଏକ ଘଟଣାକୁ ନିନ୍ଦା କରି ଖୋଦ୍ ରାଜ୍ୟ ଆଇନମନ୍ତ୍ରୀ ବ୍ୟଥିତ ହେବା ସହ ତୁରନ୍ତ ଅପସଂସ୍କୃତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ!