- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ମା' ତାରିଣୀ ପୀଠରେ ଚଇତି ପର୍ବ : ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଲେ ମା
ଘଟଗାଁ, ୧୪ ଅପ୍ରେଲ - ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ଏହି ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ ପୀଠରେ ପାଳନ ହେଉଛି ୮୯ ତମ ଚଇତି ପର୍ବ । ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ଭକ୍ତ ମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ୍ ରେ ଧାଡ଼ିରେ ଆସି ମାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରୁଛନ୍ତି ।
ଆଜି ଭୋର୍ ରୁ ଦେହୁରୀ ମାନେ ପ୍ରଥମେ ମା ଙ୍କୁ କ୍ଷୀର, ଲହୁଣୀ, ହଳଦୀ, ଚୁଆ, ଚନ୍ଦନ ଏବଂ ମହୁ ଲେପନ କରିଥିଲେ । ମା ଙ୍କ ମାଜଣା କରିଥିଲେ । ପରେ ମା ଙ୍କୁ ସ୍ନାନ କରାଯାଇଥିଲା । ଏହା ପରେ ମାଙ୍କୁ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯିବା ସହ ମାଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଧୂପ, ଦୀପ, ନୈବେଦ୍ୟ, ଶଙ୍ଖ, ଘଂଟ ଘଂଟା ସହିତ ସକାଳ ଆଳତୀ ସମ୍ପନ୍ନ ହୋଇଥିଲା । ଭୋର୍ ୫ଟା ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଏହି ଉପଲକ୍ଷେ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭକ୍ତ ମାନେ ଆଣିଥିବା ଭୋଗ ଦେହୁରୀ ମାନଙ୍କ ଦ୍ୱାରା ମା ଙ୍କୁ ଅର୍ପଣ କରାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୫୦ରୁ ଉର୍ଦ୍ଧ୍ୱ ଅଫିସର ଏହାର ତଦାରଖ କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ମହା ବିଷୁବ ସଂକ୍ରାନ୍ତି ଦିନ ମାଙ୍କୁ ସୁନାବେଶରେ ଦର୍ଶନ କଲେ ସମସ୍ତ ମନକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।