Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ପୁରୀରେ ହୋଲି ଖେଳିଲେ ହେମାମାଳିନୀ
FMNEWS.IN
15-03-2025
ପୁରୀ, ୧୫ ମାର୍ଚ - ପବିତ୍ର ହୋଲି ପର୍ବରେ ହିନ୍ଦୀ ଚଳଚିତ୍ର ଜଗତର ଡ୍ରିମ ଗାର୍ଲ ହେମାମାଳିନୀ ଆଜି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଛନ୍ତି | କୌଳିକ ସେବକଙ୍କ ସହ ଯାଇ ରତ୍ନସିଂହାସନ ଉପରେ ବିରାଜିତ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି | ପ୍ରଭୁଙ୍କ ହସ ହସ ମୁହଁ ତାଙ୍କୁ ବିମୋହିତ କରିଛି | ତାଙ୍କ ସହ ପୋଲିସ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ସେବକଗଣ, ମଧୁସୂଦନ ସିଂହାରି ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ଦର୍ଶନ ସାରି ଫେରିବା ପରେ ସେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନ ଠାରେ ଜନତାଙ୍କ ସହ ହୋଲି ଖେଳର ମଜା ନେଇଥିଲେ | ତାଙ୍କ ସହ ଶ୍ରୀ ପାତ୍ର ମଧ୍ୟ ହୋଲି ଖେଳିଥିଲେ | ଶ୍ରୀମନ୍ଦିର ଆଗରେ ଓ ଶ୍ରୀ ପାତ୍ରଙ୍କ କଲୋନୀରେ ହେମାମାଳିନୀଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା |