Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପୁରୀରେ ହୋଲି ଖେଳିଲେ ହେମାମାଳିନୀ
FMNEWS.IN
15-03-2025
ପୁରୀ, ୧୫ ମାର୍ଚ - ପବିତ୍ର ହୋଲି ପର୍ବରେ ହିନ୍ଦୀ ଚଳଚିତ୍ର ଜଗତର ଡ୍ରିମ ଗାର୍ଲ ହେମାମାଳିନୀ ଆଜି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଛନ୍ତି | କୌଳିକ ସେବକଙ୍କ ସହ ଯାଇ ରତ୍ନସିଂହାସନ ଉପରେ ବିରାଜିତ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି | ପ୍ରଭୁଙ୍କ ହସ ହସ ମୁହଁ ତାଙ୍କୁ ବିମୋହିତ କରିଛି | ତାଙ୍କ ସହ ପୋଲିସ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ସେବକଗଣ, ମଧୁସୂଦନ ସିଂହାରି ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ଦର୍ଶନ ସାରି ଫେରିବା ପରେ ସେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନ ଠାରେ ଜନତାଙ୍କ ସହ ହୋଲି ଖେଳର ମଜା ନେଇଥିଲେ | ତାଙ୍କ ସହ ଶ୍ରୀ ପାତ୍ର ମଧ୍ୟ ହୋଲି ଖେଳିଥିଲେ | ଶ୍ରୀମନ୍ଦିର ଆଗରେ ଓ ଶ୍ରୀ ପାତ୍ରଙ୍କ କଲୋନୀରେ ହେମାମାଳିନୀଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା |