BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା : ଭକ୍ତ ଚରଣ ଦାସ୍

କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ

FMNEWS.IN 02-03-2025
Installation of auspicious pillars for the Kantabanji soil festival

ବଲାଙ୍ଗିର, ୨ ମାର୍ଚ୍ଚ - ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହରର ରେଲବାଇ ଖେଳ ପଡ଼ିଆ ଠାରେ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ। ସେଥିପାଇଁ ଆୟୋଜକ କମିଟି ପକ୍ଷରୁ ରବିବାର ରେଳବାଇ ଖେଳ ପଡ଼ିଆ ଠାରେ ପୂଜା ଅର୍ଚ୍ଚନା କରି ଶୁଭ ଖମ୍ବ ସ୍ଥାପନ କରାଯାଇଛି। ଏହି ମହୋତ୍ସବରେ ରାଜ୍ଯ ତଥା ରାଜ୍ଯ ବାହାରରୁ ଅନେକ କଳାକାର ଆସି ତାଙ୍କ କଳା ପ୍ରଦର୍ଶନ କରିବେ। ସମ୍ବଲପୁରୀ ନାଚ ଗୀତର ତାଳେ ତାଳେ ମଞ୍ଚ ଦୁଲୁକିବ ଏବଂ ଅଞ୍ଚଳ ଅନେକ ପ୍ରତିଭା ଏହି ମଞ୍ଚରେ ସମ୍ବର୍ଧିତ ହେବେ ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଛି।

ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ସଭାପତି ବ୍ରଜ ଶ୍ୟାମ ଗୁରୁ , ଉପ ସଭାପତି କୌଲାଶ ଦୀପ, ସଂଜୟ ଗାନ୍ଧୀ, ସହ ସମ୍ପାଦକ ତୁଳସିରାମ ଜଗତ, ଦିନେଶ ମହାନନ୍ଦ, ଆଶିଷ ଅଗ୍ରୱାଲ, ଆବାହକ ପୁଷ୍ପକେତୁ ବେହେରା, ପ୍ରଚାରକ ରୋହନ କୁମାର ମହତ, ଆଇନ ପରାମର୍ଶଦାତା ବିବେକ ଶର୍ମା, ସାଂକୃତିକ ସମ୍ପାଦକ ଅମର ବାଗ, କାର୍ଯ୍ଯକାରିଣୀ ସଦସ୍ଯ ପ୍ରମାନନ୍ଦ ପୁଟେଲ, ରାଜୁ ବାରିକ, ସୋହନ ଗୁରୁ, ସୋମନାଥ ସାହୁ, ମୋହନ ସୁନା, ଉମାକାନ୍ତ ମହାନନ୍ଦ, ବାବୁ ବାଗ, ଇଳୁ ନାଗଙ୍କ ସହ ଅନ୍ଯ ମାନେ ଉପସ୍ଥିତ ଥିଲେ।