- ଶହେ ବର୍ଷ ପୂରିଲା ଭଦ୍ରକର ମା’ ପଥରକାଳୀଙ୍କ ପୂଜା
- ବିଜେପି ଶାସନରେ ଚାଷୀ ସବୁଠୁ ବେଶି ଅବହେଳିତ: ଭକ୍ତ
- ମୁଖ୍ୟମନ୍ତ୍ରୀଙ୍କ ଗସ୍ତଦିନ ଟ୍ରେନ୍ରୁ ଟଙ୍କା ଜବତ ହେଲା; କଂଗ୍ରେସ ମୁଣ୍ଡରେ ଅଠା ବୋଳିବାର ହୀନ ଚକ୍ରାନ୍ତରେ ମାତିଛି...
- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ ଏବଂ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ...
- ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଲଣ୍ଡନରେ କଙ୍ଗନାଙ୍କ ଫିଲ୍ମ ଇମରଜେନ୍ସୀକୁ ନେଇ ଉତ୍ତେଜନା,ସ୍କ୍ରିନିଂ ବନ୍ଦ ,ବ୍ରିଟେନର ସଂସଦରେ ହୋହାଲ୍ଲା

ଲଣ୍ଡନ 25 ଜାନୁଆରୀ-କନ୍ଜର୍ବେଟିବ ସାଂସଦ ବାବ ବ୍ଲେକମ୍ୟାନ କହିଛନ୍ତି ଯେ ବ୍ରିଟେନରେ ଭାରତୀୟ ଅଭିନେତ୍ରୀ କଙ୍ଗନା ରନୌତଙ୍କ ଫିଲ୍ମ ଇମରଜେନ୍ସୀର ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା ଆତଙ୍କବାଦୀ ଅଟନ୍ତି।ସେ ଗୃହସଚିବ ୟୱେଟେ କପୁରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।ବ୍ଲେକମ୍ୟାନ ହାଉସ ଅଫ କାମନ୍ସ(ବ୍ରିଟେନ ସାସଂଦର ନିମ୍ନ ଗୃହ)ରେ କହିଛନ୍ତି ଯେ ଦର୍ଶକ ଶାନ୍ତି ଏବଂ ସଦଭାବର ସହ ଫିଲ୍ମ ଦେଖିବା ପାଇଁ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବା ଉଚିତ। ଲଣ୍ଡନ ଖବରକାଗଜ ଦ ହେରାଲ୍ଡ ସ୍ଥାନୀୟ ପିଏ ନ୍ୟୁଜ ଏଜେନ୍ସିର ରିପୋର୍ଟକୁ ଦର୍ଶାଇ ଏହି ସୁଚନା ଦେଇଛି।ଦ ହେରାଲ୍ଡ ଖବରକାଗଜ ଅନୁସାରେ ହେରୋ ଇଷ୍ଟର ପ୍ରତିନିଧିତ୍ୱ କରୁଥିବା ସାଂସଦ ବାବ ବ୍ଲେକମ୍ୟାନ କହିଛନ୍ତି ଯେ ବ୍ଲୁ ସିନେମା ଶୃଙ୍ଖଳାର ହେରୋ ସ୍ଥିତ ସିନେମା ହଲରେ ବିବାଦସ୍ପଦ ବଲିଉଡ ଫିଲ୍ମ ଇମରଜେନ୍ସିର ସ୍କ୍ରିନିଂରେ ବାଧା ସୃଷ୍ଟି କରୁଥିବା ମାସ୍କେଡ ପ୍ରଦର୍ଶନକାରୀ ଆତଙ୍କବାଦୀ ।ସେ କହିଛନ୍ତି ଯେ ସେ ତାଙ୍କ କିଛି ବନ୍ଧୁଙ୍କ ସହ ରବିବାର ଦିନ ଟିକେଟ କିଣି ହେରୋ ବ୍ଲୁ ସିନେମାରେ ଫିଲ୍ମ ଇମରଜେନ୍ସିର ସ୍କ୍ରିନିଂ ଦେଖିବାକୁ ଯାଇଥିଲେ।ପ୍ରାୟ 30ରୁ 40 ମିନଟ ପରେ ମାସ୍କେଡ ଖାଲିସ୍ଥାନୀ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ।ମାସ୍କେଡମାନେ ଦର୍ଶକଙ୍କୁ ଧମକ ଦେଇଥିଲେ ଏବଂ ଫିଲ୍ମର ସ୍କ୍ରିନିଂ ବନ୍ଦ କରିବାକୁ ବାଧ୍ୟ କରିଥିଲେ।