BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ସଲମାନ୍ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ମାନସିକ ବିକାର ଗସ୍ତ, ପୋଲିସ ପକ୍ଷରୁ ନୋଟିସ ଜାରି

FMNEWS.IN 15-04-2025
Man who threatened Salman Khan needs to go to a mental hospital, police issue notice

ମୁମ୍ବାଇ, 15 ଏପ୍ରିଲ୍ : ଫିଲ୍ମ ଅଭିନେତା ସଲମାନ୍ ଖାନଙ୍କ କାରକୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ବ୍ୟକ୍ତି ଗୁଜରାଟର ବାସିନ୍ଦା ଓ ମାନସିକ ବିକାରଗ୍ରସ୍ତ । ଏଥିପାଇଁ ପୋଲିସ ତାଙ୍କୁ ନୋଟିସ ଦେଇ ପଚରାଉଚରା ପାଇଁ ମୁମ୍ବାଇ ଆସିବାକୁ କହିଛି । ପୋଲିସ ସୂତ୍ର ମଙ୍ଗଳବାର କହିଛି ଯେ, ସଲମାନ ଖାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଫୋନ୍ କଲ୍ ଟ୍ରେସ କରିବା ପରେ ଜଣାପଡିଛି ଯେ, ଏହି କଲ୍ ଗୁଜରାଟର ଭଦୋଦରର ୱାଘୋଡିଆ ତହସିଲରେ ଥିବା ଏକ ଗାଁରୁ ଆସିଛି । ଧମକ ଦେଇଥିବା ବ୍ୟକ୍ତିର ପରିଚୟ 26 ବର୍ଷୀୟ ମୟଙ୍କ ପାଣ୍ଡ୍ୟା । ଏହାପରେ ମୁମ୍ବାଇ ପୋଲିସ ଟିମ୍ ସୋମବାର ତତ୍କାଳ ୱାଘୋଡିଆ ପହଂଚିଥିଲେ ଏବଂ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିବାକୁ ଚାହିଁଥିଲା । ସେହିପରି ସମୟରେ ଧମକ ଦେଇଥିବା ବ୍ୟକ୍ତି ମାନସିକ ଭାବେ ବିକାରଗ୍ରସ୍ତ ଓ ତାଙ୍କର ଚିକିତ୍ସା ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । ଏଥିପାଇଁ ପୋଲିସ ତାକୁ ନୋଟିସ ଦେଇ ପଚରାଉଚରା ପାଇଁ ମୁମ୍ବାଇ ଆସିବାକୁ କହିଛି ।