- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ନରସିଂହଙ୍କ ଆହ୍ୱାନ ସମାଜକୁ ଠିକ୍ ବାଟ କୁ ନେବାକୁ ନାଟ୍ୟ ଆନ୍ଦୋଳନକୁ ଆଗକୁ ନିଅ

ବଲାଙ୍ଗିର:ମଠଖାଇ ମହୋତ୍ସବ ଦ୍ଵିତୀୟ ରଜନୀ ସାଂସ୍କୃତିକ ସଭା ରେ ଅଧ୍ୟକ୍ଷ ଆହ୍ବାନ ସମାଜ କୁ ବାର୍ତ୍ତା ସବୁ ବେଳେ ନାଟକ ବାର୍ତ୍ତା ଦେଇଥାଏ ପରିବର୍ତ୍ତନ ପାଇଁ
ନରସିଂହଙ୍କ ଆହ୍ୱାନ ସମାଜକୁ କରିବାପାଇଁ ନାଟ୍ୟ ଆନ୍ଦୋଳନକୁ ଆଗକୁ ନିଅ ।ସନାତନ ଠାକୁର (ସମ୍ମାନିତ ଅତିଥି). କହିଲେ ଯେ ମଠଖାଇ ମହୋତ୍ସବ ଏକ ଆନ୍ଦୋଳନ କହିଲେ ଅତ୍ୟୁକ୍ତି ହେବନାହିଁ କାରଣ ଆଜିକାର ଯୁଗରେ ସମସ୍ତେ ମୋବାଇଲ ରେ ମାତି ଦିଗହରା ହେଉଥିବ ବେଳେ ବର୍ଷ ବର୍ଷ ଧରି ସବୁ ଭାଷା ର ନାଟକ ଏହି ମହୋତ୍ସବ ଦେଇଛି ଏହା କୁ ଆନ୍ଦୋଳନ ବୋଲି କହିବା ଠିକ୍ ହେବ। ମୂଖ୍ୟ ଆଟିଥି ରୁପେ କଟକ ବାରବାଟି ବିଧାୟିକା ସୋଫିଆ ଫିରଦାଉସ ଯୋଗ ଡେଇ କହିଲେ ଯେ ରାଜନୀତି ଶିଖିବାକୁ ହେଲେ ନରସିଂହ ମିଶ୍ର ଏକ ବଡ ମାର୍ଗ | ଆୟୋଜକଙ୍କୁ ବହୁତ ଧନ୍ୟବାଦ ଏହିଭଳି ଏକ ଭବ୍ୟ ଆୟୋଜନ କରୁଥିବାରୁ | ଏହି ଆୟୋଜନ ନିଶ୍ଚୟ ଭାବେ ନାଟକକୁ ଏକ ଭିନ୍ନ ରୂପରେଖ ପ୍ରଦାନ କରୁଛି | ଡିଜିଟାଲ ଦୁନିଆରୁ ବାହାରି ପ୍ରତ୍ୟକ୍ଷ ଭାବେ ନାଟକ ଦେଖିବାର ରୁଚି ଦେଖି ମୋତେ ବହୁତ ଖୁସି ଲାଗୁଛି | ମଠଖାଇ ପାହାଡ ଭଳି ଏହି ମହୋତ୍ସବ ମଧ୍ୟ ଦୀର୍ଘାୟୁ ହେଉ ବୋଲି ମୋର କାମନା | ଆଜି ଦ୍ୱିତୀୟ ଦିନ ଅଧ୍ୟକ୍ଷ ନରସିଂହ ମିଶ୍ର କହିଲେ ସାମାଜିକ ବିକାଶ ତଥା ସାମାଜିକ ସଂସ୍କାର ପାଇଁ ନାଟକ ଏକ ମାଧ୍ୟମ ନିଶ୍ଚୟ | ଗତକାଲିର ନାଟକ ମଧ୍ୟ ଏକ ସୁନ୍ଦର ବାର୍ତ୍ତା ଥିଲା ଯେ, ଧର୍ମ ନାଁରେ ଶୋଷଣ ଓ ଲୋଭର ଫଳ କିପରି ସର୍ବନାଶ କରିପାରେ | ମୁଁ ନାଟୁଆ ନୁହେଁ କିନ୍ତୁ ନାଟକ ଦେଖିବା ମୋର ନିଶା ଥିଲା | ଲୋକଙ୍କୁ ନାଟକମୁଖି ହେବାକୁ ଆମର ପ୍ରୟାସ ଏହି ମହୋତ୍ସବ ମାଧ୍ୟମରେ ନିଶ୍ଚୟ ଆଗକୁ ଜାରିରହିବ | ବୟସ ମୋର ପଂଚାଷି, ଅଧିକଦିନ ସହଯୋଗ କରିପାରିବି ନାଁ ନାହିଁ କିନ୍ତୁ ନୁଆଁ ଲୋକ ସାମ୍ନାକୁ ଆସିବେ ଓ ଏହି ଆନ୍ଦୋଳନକୁ ଆଗକୁ ନେବେ ବୋଲି ମୋର ଦୃଢ଼ ବିଶ୍ୱାସ | ସଭାରେ ସଭାପତି ପରିଚାଳନା ରେ ଥିଲେ ଅଶୋକ ଦାସ,ସମ୍ପାଦକ ବ୍ୟାସଦେବ ନନ୍ଦ ମଞ୍ଚରେ ଥିଲେ । ଆଜି ମଠ ଖଇ ସମ୍ମାନ ଡ଼ାକ୍ତର ଦାତ୍ତେଶ୍ୱର୍ ହୋତା ଙ୍କୁ ସମ୍ମାନୀତ କରଯାଇଥିଲା।ମଠଖାଇ ସମ୍ମାନ ମାନପତ୍ର ପଠନକରିଥଲ ମୁକେଶ ବହିଦାର ଶେଷରେ
ଧନ୍ୟବାଦ ପ୍ରଦାନ କରିଥଲେ ବିଜୟ କୁମାର ତ୍ରିପାଠୀ । ସଭା ଆଗରୁ ନଟରାଜ କଳାପରିଷଦ ଦ୍ୱାରା ଚୁରା ଫଗୁନ ନୃତ୍ୟ ପରିବେଷିତ ହୋଇଥଲା। ଆଜି ରାୟପୁର ଛତିଶଗଡ ରଙ୍ଗଶୃଂଖଳା ର ପ୍ରସ୍ତୁତି ସେକ୍ସ ପିଅର ଙ୍କ ରୋମିଓ କୁଲିଆଟ ରେ ପ୍ରେରିତ ଚନ୍ଦା ଔର ଚକୋର ପ୍ରଦର୍ଶିତ ହୋଇଥିଲ। ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ହୀରା ମାଣିକପୁରି।