- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ପଏଁରୀ ତିହାରର ଦ୍ଵିତୀୟ ସଂଧ୍ୟାରେ କୋରାପୁଟ ଝାରଖଣ୍ଡର ଲୋକଗୀତ ନାଚ ଥିଲା ଦର୍ଶକଙ୍କ ମୁଖ୍ୟ ଆକର୍ଷଣ
ସୁବର୍ଣ୍ଣପୁର, ୩ ଜାନୁଆରୀ - ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାରର ରୌପ୍ୟ ଜୟନ୍ତୀ ର ଦ୍ଵିତୀୟ ସଂଧ୍ୟାରେ ଅନୁଷ୍ଠାନର ସଭାପତି ଲଡ଼ୁକିଶୋର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଅନ୍ୟତମ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ପ୍ରଫେସର ଡ଼ଃ ବିଭୂଦତ୍ତ ମିଶ୍ର,ଉପଦେଷ୍ଟା ଅଭିମନ୍ୟୁ କୁଶଳ,ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ପ୍ରଥମେ ସୁବର୍ଣ୍ଣପୁର ର ଇଷ୍ଟଦେଵୀ ମା ସୁରେଶ୍ୱରୀ ଙ୍କ ପୂଜାର୍ଚନା ପରେ ଉପସ୍ଥିତ ଅତିଥି ମାନେ ସଂସ୍କୃତି ସଂପନ୍ନ ସୁବର୍ଣ୍ଣପୁର ର କଳା ସଂସ୍କୃତିକୁ ପଏଁରୀ ଅନୁଷ୍ଠାନ ଏହି ତିହାର ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକ ର ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ ରଖେ l ଓ କଳାକାର ମାନେ ସମସ୍ତେ ଲୋକଲୋଚନକୁ ଆସିବା ସହ ଦେଶ ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଏକ ସୁନ୍ଦର ମଞ୍ଚ ପାଉଥିବା ପ୍ରକାଶ କରିଥିଲେ। ଏହି ଅବସରରେ ପଞ୍ଚମହଲା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଲାଲ ବାବୁ ସେଠୀ ଙ୍କୁ ଆଦର୍ଶ ଶିକ୍ଷକ ଭାବରେ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଶେଷ କରି କରୋନା ମହାମାରୀ ସମୟରେ ସେ ଗାଁ ଗାଁ ବୁଲି ନବମ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନ ଙ୍କ ଡାଉଟକ୍ଲିୟର କରାଇବା ସହ କୋଭିଡ ସତର୍କତା ପାଳନ ପୂର୍ବକ ଶିକ୍ଷାଦାନ କରି ସେ ସମୟରେ ସମସ୍ତ ଙ୍କର ପ୍ରୀୟଭାଜନ ହୋଇଥିବା ସହ ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ବେଶ ପ୍ରଶଂସନୀୟ ହୋଇଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଂପାଦକ ଚୈଧୁରୀ ବିଭାର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।
ପରେ ଏହି ମଞ୍ଚରେ ପଏଁରୀ ଅନୁଷ୍ଠାନ ର ମାଇଲାଜଡ, ବରଗଡ଼, କୋରାପୁଟ ଓ ଝାରଖଣ୍ଡ ର ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଢେର ରାତି ଯାଏ ମନଭରି ଉପଭୋଗ କରିଥିଲେ l