- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଗୋନାସିକା କେନ୍ଦୁଝର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଚିତାକର୍ଷକ ନୃତ୍ୟରେ 'ଝୁମିଲେ ଦର୍ଶକ
କେନ୍ଦୁଝର, ୨୧ ଡିସେମ୍ବର - ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେବା ପରେ ଚତୁର୍ଥ ସନ୍ଧ୍ୟାରେ ଦୁଲୁକିଛି ଗୋନାସିକା କେନ୍ଦୁଝର ମହୋତ୍ସବର ମଂଚ।
ପ୍ରଥମ ପର୍ଯ୍ୟୟରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟୟରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ଆସାମର କଳାକାର ମାନଙ୍କ ଦ୍ୱାରା ବିହୁ ନୃତ୍ୟ ଏବଂ ଗୁଜରାଟର କଳାକାର ମାନଙ୍କ ଦ୍ୱାରା ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ ନୃତ୍ୟ ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା ବେଳେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର କଳାକାର ମାନଙ୍କ ଦ୍ୱାରା ପ୍ରଦର୍ଶିତ ଚିତାକର୍ଷକ କଳାତ୍ମକ ନୃତ୍ୟ ସମୟରେ ଦର୍ଶକଙ୍କ ତାଳି ବନ୍ଦ ହେବାର ନାଁ ନେଇ ନଥିଲା ।
ଗୋନାସିକା ମହୋତ୍ସବର ପୂର୍ବ ବର୍ଷରୁ ଚାଲି ଆସୁଥିବା ପରମ୍ପରା ଅନୁଯାୟୀ କେନ୍ଦୁଝର ଜିଲ୍ଲାପରିଷଦର ସଭ୍ୟ ସଭ୍ୟା ମାନଙ୍କୁ ମଂଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଲୋକପ୍ରତିନିଧି ହିସାବରେ ନିଜ ଅଂଚଳର ଉନ୍ନତି ଓ ଲୋକଙ୍କ ସେବାରେ ନିଜକୁ ନିରନ୍ତର ନିୟୋଜିତ କରି ରଖିଥିବାରୁ ଆଶିଷ ଚକ୍ରବର୍ତୀ, ଛଇଳବାଳା ନାୟକ, କେଦାର ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ଚନ୍ଦ୍ର ନାଏକ, ସୌଭାଗ୍ୟ ମଞ୍ଜରୀ ନାୟକ, ରୁନୁ ମହାନ୍ତ, ଶାନ୍ତିଲତା ରଣା, ଅରୁଣ କୁମାର ବାରିକ, ଶଶିକାନ୍ତ ଖିଲାର, ଡମ୍ବରୁଧର କୁଦାଦା ଓ ଲକ୍ଷ୍ମୀଧର କିଷାନଙ୍କୁ ସମ୍ମାନପୂ୍ୱର୍କ ମଂଚ ଉପରକୁ ପାଛୋଟି ନିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିସହ ଜାତୀୟସ୍ତରର ଏକ ଟିଭି ଚ୍ୟାନେଲର ଡ୍ୟାନ୍ସ ରିଏଲିଟି ସୋରେ ସଫଳତାପୂର୍ବକ ଫାଇନାଲରେ ପ୍ରତିଦ୍ୱନ୍ଦିତା କରିଥିବା କେନ୍ଦୁଝରର ଝିଅ ଚିରଶ୍ରୀ ସାଗରିକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ସନ୍ଧ୍ୟାର ଅନ୍ତିମ ପର୍ଯ୍ୟାୟରେ ବଲିଉଡ଼ କଳାକାର ଶୁଭଦୀପ ଦାସ ଓ ଅନନ୍ୟା ପାଲଙ୍କ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବେଶ ଅମୋଦିତ କରିଥିଲା । ସୂଚନାଯୋଗ୍ୟ ଆସନ୍ତାକାଲି ଗୋନାସିକା କେନ୍ଦୁଝରର ଅନ୍ତିମ ସନ୍ଧ୍ୟା ଉଦଯାପନୀ ସମାରୋହରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।