- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଅଭିନେତା ସୈଫ ଅଲୀ ଖାନଙ୍କ ଉପରେ ମୁମ୍ବାଇରେ ଛୁରୀରେ ଆକ୍ରମଣ ,ଲୀଳାବତୀ ହସ୍ପିଟାଲରେ କରାଯାଇଛି ଅସ୍ତ୍ରପ୍ରଚାର
ମୁମ୍ବାଇ16 ଜାନୁଆରୀ -ଚଳଚ୍ଚିତ୍ର ଅଭିନେତା ସୈଫ ଅଲୀ ଖାନ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ଅଜଣା ବ୍ୟକ୍ତିଙ୍କ ଛୁରୀ ଆକ୍ରମଣରେ ଆହତ ହୋଇଛନ୍ତି।ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ତାଙ୍କର ଅବସ୍ଥା ବିପଦରୁ ବାହାରିଥିବା କୁହାଯାଉଛି।ମୁମ୍ବାଇ ପୋଲିସ କହିଛି ଯେ ଅଭିନେତାଙ୍କ ଘରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ପ୍ରଥମେ ତାଙ୍କ ଚାକରାଣୀ ସହିତ ଯୁକ୍ତିତର୍କ ହୋଇଥିଲା।ଏହି ସମୟରେ ସୈଫ ପହଁଞ୍ଚିଥିଲେ ଏବଂ ଯେତେବେଳେ ସେହି ବ୍ୟକ୍ତିଙ୍କୁ କାରଣ ପଚାରିଥିଲେ ,ସେତେବେଳେ ସେ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ।ଲୀଳାବତୀ ହସ୍ପିଟାଲର ସୀଓଓ ଡା.ନୀରଜ ଉତ୍ତଭାନୀ କହିଛନ୍ତି ଯେ ସୈଫଙ୍କୁ ତାଙ୍କ ସ୍ଥାନକୁ ସକାଳ ସାଢେ ତିନିଟା ସମୟରେ ଅଣାଯାଇଥିଲା।ତାଙ୍କ ଶରୀରରେ ଛଅଟି କ୍ଷତ ମିଳିଥିଲା।ମେରୁଦଣ୍ଡ ଏବଂ ଗଳା ନିକଟରେ ଗଭୀର ଆଘାତ ଲାଗିଛି।ସକାଳ ସାଢେ ପାଞ୍ଚଟା ସମୟରେ ତାଙ୍କର ସର୍ଜରୀ କରାଯାଇଛି।ସେ ବିପଦରୁ ବାହାରିଛନ୍ତି।ପୋଲିସ କହିଛି ଯେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କ ମୋବାଇଲ ଫୋନ ଯାଞ୍ଚ କରାଯାଉଛି।ଚଳଚ୍ଚିତ୍ର ଅଭିନେତା ସୈଫ ଅଲୀ ଖାନଙ୍କ ବାନ୍ଦ୍ରା ସଦଗୁରୁ ଶରଣ ବିଲ୍ଡିଙ୍ଗରେ ବିଳାସପୁର୍ଣ୍ଣ ତିନି ବଖରା ଘର ଅଛି।ଏଥିରେ ଛାତ ,ବାଳକନୀ ଏବଂ ସ୍ୱିମିଙ୍ଗ ପୁଲ ମଧ୍ୟ ଅଛି।ଏହି ଆପାର୍ଟମେଣ୍ଟରେ ସୈଫ କରୀନା କପୁର ଖାନ ଏବଂ ପିଲାମାନେ ତୈମୁର ଏବଂ ଜେହ ମଧ୍ୟ ସେମାନଙ୍କ ସହ ରୁହନ୍ତି।